Exclusive: ଗେଷ୍ଟ ହାଉସରେ ରୁମ୍ ବୁକ୍ କରିଥିଲେ ଅଭିନେତ୍ରୀ Prakruti Mishra, ସେଠାରୁ ଚେକ୍ ଆଉଟ କରିବା ବେଳେ ଧରା ପଡିଥିଲେ, ସତ ସାମ୍ନାକୁ ଆସିଲା…

ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ଏକ ଭିଡିଓ ଆଜି ଭାଇରାଲ ହେଉଛି । ତେବେ ସେହି ଭିଡିଓଟି ଏକ ଗେଷ୍ଟ ହାଉସ ସମୁଖରେ ଶୁଟିଙ୍ଗ ହୋଇଥିବା ଜଣାପଡିଛି । ବାବୁଶାନ ଓ ପ୍ରକୃତିଙ୍କ ମଧ୍ୟରେ ଅନୈତିକ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିବା ବେଳେ ଗେଷ୍ଟ ହାଉସ ସମୁଖରେ ସେମାନଙ୍କୁ ଦେଖି ସମସ୍ତଙ୍କ ମନରେ ସନ୍ଦେହ ଉପୁଜୁଛି । ଏନେଇ ଗେଷ୍ଟ ହାଉସ ମାଲିକଙ୍କୁ ପ୍ରଶ୍ନ କରାଯିବାରୁ ସେ ପ୍ରଥମରୁ କୌଣସି ପ୍ରକାର ଉତ୍ତର ଦେବାକୁ ଇଚ୍ଛା କରୁ ନଥିବା ଦେଖିବାକୁ ମିଳିଛି ।

ଗଣମାଧ୍ୟମ ବାରମ୍ବାର ପ୍ରଶ୍ନ କରିବାରୁ ସେ କହିଥିଲେ କି, ପ୍ରକୃତି ମିଶ୍ର ଗତ ଜୁନ ୩୦ ତାରିଖ ଏବଂ ଜୁଲାଇ ୧ ଓ ୨ ତାରିଖ ପାଇଁ ଏହି ଗେଷ୍ଟ ହାଉସରେ ଏକ ରୁମ୍ ବୁକ୍ କରିଥିଲେ । ତେବେ କଣ ପାଇଁ ପ୍ରକୃତି ସେଠାରେ ରୁମ୍ ବୁକ୍ କରିଥିଲେ ସେନେଇ କୌଣସି ସ୍ପଷ୍ଟ ଜବାବ ସେ ଦେଇ ନଥିବା ବେଳେ ପ୍ରକୃତି ସେଠାରେ ତିନିଦିନ ରହିଥିବା କଥା ସେ କହିଥିଲେ । ତେବେ ବାବୁଶାନ ତାଙ୍କ ସହ ରହିଥିବା କଥାକୁ ସେ ଖଣ୍ଡନ କରିଛନ୍ତି ।

ପ୍ରକୃତି ଗେଷ୍ଟ ହାଉସରେ ଥିବା ସମୟରେ ତାଙ୍କର କିଛି ଲଗେଜ ସେଠାରେ ଛାଡି ଯାଇଥିଲେ । ଯାହାକି ସେ ଆଣିବା ପାଇଁ ଆଜି ସକାଳୁ ଗେଷ୍ଟ ହାଉସରେ ଯାଇ ପହଞ୍ଚିଥିଲେ । ଆଉ ତାଙ୍କୁ ବାବୁଶାନ ବାହାରେ ଅପେକ୍ଷା କରିଥିଲେ । ଲଗେଜ ନେଇ ସେ ବାବୁଶାନଙ୍କ କାର୍ ରେ ବସିବା ପରେ ସେଠାକୁ କିଛି ଯୁବକ ଆସି ସେମାନକ ସହ ସେଲଫି ନେଇଥିଲେ ।

ଏହାରି ମଧ୍ୟରେ ସେଠାରେ ପହଞ୍ଚିଥିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି ଓ ବାବୁଶାନ ଏବଂ ପ୍ରକୃତିଙ୍କୁ ଟଣାଓଟରା କରିବା ସହ ମାଡ ମାରିବା ଆରମ୍ଭ କରି ଦେଇଥିଲେ । ଯାହାପରେ ଘଟଣା ସାମ୍ନାକୁ ଆସିଥିଲା । ତୃପ୍ତି ପ୍ରକୃତିଙ୍କ ବିରୋଧରେ ତାଙ୍କ ଘର ଭାଙ୍ଗିଥିବା ନେଇ ଅଭିଯୋଗ ଆଣୁଛନ୍ତି ।

ସ୍ଵାମୀଙ୍କ ସହ ପ୍ରକୃତିଙ୍କୁ ଦେଖି ତୃପ୍ତି ଖୁବ ରାଗିଯାଇ ବିଚ୍ ରାସ୍ତାରେ ହଙ୍ଗମା ଆରମ୍ଭ କରି ଦେଇଥିଲେ । ତେବେ ଏନେଇ ବାବୁଶାନ ଓ ପ୍ରକୃତି ଉଭୟ ଏକ ଓଡିଆ ଫିଲ୍ମର ଆନାଉନ୍ସମେଣ୍ଟ ପାଇଁ ସାଙ୍ଗ ହୋଇ ଯାଉଥିଲେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।