ଏହି କାରଣ ପାଇଁ ସେ ଅଧିକ 4 ବର୍ଷ ବଞ୍ଚି ପାରିଥିଲେ, Rajeswari Ray ଙ୍କୁ ନେଇ ଅଭିନେତ୍ରୀ Naina Das ଏକ ବ୍ୟକ୍ତିଗତ କାହାଣୀର ଖୁଲାସା କଲେ

ଟେଲି ଅଭିନେତ୍ରୀ ରାଜେଶ୍ଵରୀ ରାୟ ମହାପାତ୍ରଙ୍କ ମୃତ୍ୟୁକୁ ପ୍ରାୟ ଦୁଇଦିନ ବିତିଗଲାଣି । ଆଉ ଏବେବି ମର୍ମାହତ ଅଛନ୍ତି ତାଙ୍କ ପରିବାର, ପ୍ରିୟଜନ ଓ ତାଙ୍କୁ ଜାଣିଥିବା ସମସ୍ତ ବ୍ୟକ୍ତି । ୨୦୧୮ରେ ତାଙ୍କର କ୍ୟାନ୍ସର ଡିଟେକ୍ଟ ହେବା ପରେ ଡାକ୍ତର ତାଙ୍କୁ ମାତ୍ର ୬ ମାସ ସମୟ ଦେଇଥିଲେ । କିନ୍ତୁ ନିଜ ଦୃଢ ମନୋବଳ ଓ ସକରାତ୍ମକ ଚିନ୍ତା ପାଇଁ ସେ ଆହୁରି ୪ ବର୍ଷ ଅଧିକ ବଞ୍ଚିପାରିଲେ ବୋଲି ସମସ୍ତେ ଆଲୋଚନା କରୁଛନ୍ତି । ଏନେଇ ଅଭିନେତ୍ରୀ ନୈନା ଦାସ ନିଜ ମନ୍ତବ୍ୟ ରଖିଛନ୍ତି ।

ସେ ରାଜେଶ୍ଵରୀଙ୍କ ସହ କାମ କରିଥିଲେ । କିନ୍ତୁ ଯେହେତୁ ଅନେକ ବର୍ଷ ଧରି ସେ ବମ୍ବେରେ ରହୁଥିଲେ ତେଣୁ ରାଜେଶ୍ଵରୀଙ୍କ ସହ ତାଙ୍କର ବେଶୀ ଦେଖା ହୋଇ ପରି ନଥିଲା । କିନ୍ତୁ ସେ ଯେତିକି ବି ଜାଣିଛନ୍ତି, ରାଜେଶ୍ଵରୀଙ୍କ ମନୋବଳ ବହୁତ ଦୃଢ ଓ ସେ ବହୁତ ଇଶ୍ଵର ବିଶ୍ଵାସୀ ଥିଲେ । ରାଜେଶ୍ଵରୀ ଜଗନ୍ନାଥଙ୍କୁ ବହୁତ ବିଶ୍ବାସ କରୁଥିଲେ । ତାଙ୍କ ଜୀବନରେ ଆଉ ଅଳ୍ପ ସମୟ ବାକି ଅଛି ଡାକ୍ତର ସେତେବେଳେ ତାକୁ କହିଥିଲେ ।

କିନ୍ତୁ ଚମତ୍କାର ଭାବେ ସେ ସବୁକୁ ସିଏ ପାର୍ କରି ଆସିଥିଲେ । ନିଜ ଦୃଢ ମନୋବଳ ଯୋଗୁଁ ୪ ବର୍ଷ ଅଧିକ ସେ ବଞ୍ଚି ପାରିଛନ୍ତି । ସେ ବହୁତ ହେଲପିଙ୍ଗ ନେଚରର ଥିଲେ । ସେ ନୈନାଙ୍କୁ ଗୋଟିଏ ଦୁଇଟି ମେଡିକାଲ କେସରେ ବହୁତ ଗାଇଡ କରିଛନ୍ତି । ଏକଥା ସମସ୍ତେ ଜାଣିନାହାନ୍ତି । ଏଇଟା ରାଜେଶ୍ଵରୀଙ୍କ ସହ ତାଙ୍କର ଏକ ପର୍ସନାଲ କଥା ବୋଲି କହିଛନ୍ତି ନୈନା । ଆଜି ରାଜେଶ୍ଵରୀ ନାହାନ୍ତି ସିନା ହେଲେ ସେ ସବୁବେଳେ ତାଙ୍କ ପାଖରେ କୃତଜ୍ଞ ରହିବେ ।

ରାଜେଶ୍ଵରୀ ତାଙ୍କୁ ଏହିସବୁ ମେଡିକାଲ କେସରେ ବହୁତ ସାହାଯ୍ୟ କରିଛନ୍ତି । ତେବେ ନୈନା କହିଛନ୍ତି କି, ରାଜେଶ୍ଵରୀ ଅଧିକ କଷ୍ଟ ପାଇନାହାନ୍ତି ବରଂ ତାଙ୍କର ସକାରାତ୍ମକ ଚିନ୍ତାଧାରା ଯୋଗୁଁ ସେ ଖୁସିରେ ଖୁସିରେ ଚାଲି ଯାଇଛନ୍ତି । ତେଣୁ ସେ ତାଙ୍କ ପାଇଁ ଖୁସି ଅଛନ୍ତି ବୋଲି କହିଛନ୍ତି । ରାଜେଶ୍ଵରୀଙ୍କ ସ୍ଵାମୀ ମଧ୍ୟ ବହୁତ ଭଲ ମଣିଷ । ଯେକେହି ବି ଇଚ୍ଛା କରିବ କି ତାଙ୍କର ସ୍ଵାମୀ ଏମିତି ଥାନ୍ତୁ ବୋଲି ।

ରାଜେଶ୍ଵରୀଙ୍କୁ ସେ ବହୁତ ସପୋର୍ଟ କରିଛନ୍ତି । ସ୍ତ୍ରୀଙ୍କ ସହ ସେହି ଲାଇଫକୁ ବଞ୍ଚିବା ପାଇଁ ସେ ବି ଷ୍ଟ୍ରଗଲ କରିଛନ୍ତି । ଏଥିପାଇଁ ସେ ତାଙ୍କୁ ସାବାସୀ ଜଣାଇବ ସହ ଭଗବାନ ତାଙ୍କୁ ଏହି ଯଥେଷ୍ଟ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି କାମନା କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।