ଲଞ୍ଚ କରିବା ପୂର୍ବରୁ ହିଁ ଆରମ୍ଭ ହେଇ ଯାଇଛି Ola Electric Scooter ର ବୁକିଙ୍ଗ, ଆପଣ ମଧ୍ୟ ମାତ୍ର 499 ରେ ଏହିପରି କରି ପାରିବେ ବୁକିଙ୍ଗ

ବନ୍ଧୁଗଣ, “Ola Electric Scooter” ବର୍ତ୍ତମାନ ଦେଶର ଅତ୍ୟନ୍ତ ଚର୍ଚ୍ଚିତ ଇଲେକ୍ଟ୍ରିକ ସ୍କୁଟର ପାଲଟି ଯାଇଅଛି । ଏହି ସ୍କୁଟର ଟି ବର୍ତ୍ତମାନ ଶୁଦ୍ଧା ଦେଶରେ ଲଞ୍ଚ କରାଯାଇ ନଥିଲେ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ ରେ ଏହାର ପ୍ରସାର ଦେଖି ଖାଉଟି ମାନଙ୍କର ଆଶା କୁ ୨ ଗୁଣ କରିଦେଇଛି ।

ଟ୍ଵିଟର ମାଧ୍ୟମରେ ଏହାର ପୁଣିଥରେ ବୁକିଂ କରିବାକୁ ଘୋଷଣା କରିଦେଇଛି Ola । ଏହାଦ୍ୱାରା ନିଶ୍ଚିତ ହୋଇଯାଇଅଛି ଯେ, କମ୍ପାନୀ ନିଜର ପ୍ରଥମ ଇଲେକ୍ଟ୍ରିକ ସ୍କୁଟର ଖୁବ ଶୀଘ୍ର ଲଞ୍ଚ କରିବାର ସମ୍ଭାବନା ରହିଅଛି । ଏହି ସ୍କୁଟର ବୁକିଂ କରିବାର ମୂଲ୍ୟ ମାତ୍ର ୪୯୯ ରଖାଯାଇଅଛି । ମାତ୍ର ପରେ ଯଦି ଗ୍ରାହକ ବୁକିଂ କରିଥିବା ରାଶି କୁ କ୍ୟାନ୍ସଲ କରି ଟଙ୍କା ଫେରସ୍ଥ ମାଗନ୍ତି ତେବେ ଏହା ସଂପୂର୍ଣ୍ଣ ଫେରସ୍ଥ ଯୋଗ୍ୟ ଅଟେ ବୋଲି କମ୍ପାନୀ କହିଅଛି । ଏଥି ନିମନ୍ତେ ଗ୍ରାହକ ମାନଙ୍କୁ ପ୍ରଥମେ ୱେବସାଇଟ ରେ ଗୋଟିଏ ଆକାଉଣ୍ଟ ଖୋଲିବାକୁ ହେବ ।

ଏହା ପରେ ନିଜ ପାଇଁ ଏକ ସ୍କୁଟର ବୁକ କରିପାରିବେ । କମ୍ପାନୀ କହିଅଛି ଯେ, ପ୍ରଥମେ ଯେଉଁ ଗ୍ରାହକ ମାନେ ଏହାକୁ ବୁକିଂ କରିଥିବେ ସେମାନଙ୍କୁ ସ୍କୁଟର ଡେଲିଭରିରେ ପ୍ରାଥମିକତା ଦିଆଯିବ । Ola କମ୍ପାନୀ ର CEO ପ୍ରଥମ ଇଲେକ୍ଟ୍ରିକ ସ୍କୁଟର ର ଭି-ଡି-ଓ ନିଜ ଟ୍ଵିଟର ଆକାଉଣ୍ଟ ରେ ସେୟାର କରିଥିଲେ । ଟ୍ଵିଟର ରେ ଅଗ୍ରୱାଲା କହିଛନ୍ତି ଯେ, ଆପଣ ଏହି ଟ୍ଵିଟ କୁ ପଢିବା ନିମନ୍ତେ ଆପଣଙ୍କୁ ଯେତେ ସମୟ ଲାଗୁଥିବ, ଏହାଠାରୁ ଅଧିକ ଧୃତ ଗତିରେ ଏହି ସ୍କୁଟର ଟି ୦ ରୁ ୬୦ ଗତିରେ ଧରିନେଇଥାଏ ।

ସେ ଏହା ମଧ୍ୟ କହିଛନ୍ତି ଯେ, Ola ଇଲେକ୍ଟ୍ରିକ ଖୁବ ଶୀଘ୍ର ଭାରତରେ ନିଜର ପ୍ରଥମ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିବାକୁ ଯାଉଅଛି । ଭାରତରେ ଦୁଇ ଚକିଆ ଯାନବାହାନ ପରିବର୍ତ୍ତେ ଏହି ଇଲେକ୍ଟ୍ରିକ ସ୍କୁଟର ର ଅନେକ ସମୟ ରୁ ଅପେକ୍ଷା କରାଯାଇ ଆସୁଛି । ଚଳିତ ମାସ ଶେଷରେ ଏହାର ମୂଲ୍ୟ ଘୋଷଣା କରାଯିବ ବୋଲି କୁହା ଯାଉଅଛି । ସୂଚନା ଯୋଗ୍ୟ ଯେ, ଏହା ଆଥର ଏନଜିର Ather 450X ଭଳି ଇଲେକ୍ଟ୍ରିକ ସ୍କୁଟର କୁ ଟକ୍କର ଦେବ ।

ଏହି ସ୍କୁଟର ଟି Etergo App Scooter ଉପରେ ଆଧାରିତ ଅଟେ । ମଇ ମାସ ୨୦୨୦ ରେ ଓଲା କ୍ୟାବାସ ନେଦରଲ୍ୟାଣ୍ଡ ସ୍ଥିତ ଇଲେକ୍ଟ୍ରିକ ସ୍କୁଟର କମ୍ପାନୀ Etergo କୁ ଅକ୍ତିଆର କରିଥିଲା । କମ୍ପାନୀ ର ଦାବି ଅନୁଯାୟୀ ଏହା ସମୁଦାୟ ଚାର୍ଜିଙ୍ଗ ଉପରେ ୨୪୦ କି.ମି ଦୁରତା ଅତିକ୍ରମ କରିପାରିବ । Etergo App Scooter ମାତ୍ର 3.9 ସେକେଣ୍ଡ ରେ ୦ ରୁ ୪୫ କି.ମି ପ୍ରତି ଘଣ୍ଟା ବେଗରେ ଚାଲିପାରେ ।

ଏହି ସ୍କୁଟର ର ସିଟ ତଳେ ୫୦ ଲିଟର ଷ୍ଟୋରେଜ ର କ୍ଷମତା ମିଳିଥାଏ । ଏହି ସ୍କୁଟର କୁ କେବଳ ୧୮ ମିନିଟରେ ୫୦ ପରସେଣ୍ଟ ପର୍ଯ୍ୟନ୍ତ ଚାର୍ଜ କରାଯାଇପାରିବ । ଏହାପରେ ଏହା ସହଜରେ ୭୫ କି.ମି ଦୂରତା କୁ ଅତିକ୍ରମ କରି ପାରିବ । ସୂଚନା ଅନୁଯାୟୀ ଏହି ସ୍କୁଟର କୁ ଘରେ ଚାର୍ଜ କରିବା ନିମନ୍ତେ ଏକ ହୋମ-ଚାର୍ଜର ୟୁନିଟ ମଧ୍ୟ ଦିଆଯିବ । ଏହି ସ୍କୁଟର ସମ୍ବନ୍ଧରେ ଆପଣ ମାନଙ୍କର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।