ACFO Soumya ଡେଥ କେସ- ବିଦ୍ୟା ଭାରତୀଙ୍କ ବିସ୍ଫୋରକ ବୟାନ, ସ୍ବାମୀଙ୍କ ବିରୁଦ୍ଧରେ ଆଣିଲେ ଏମିତି କିଛି ସଙ୍ଗିନ ଅଭିଯୋଗ

ACFO ସୌମ୍ଯ ରଞ୍ଜନଙ୍କ ମୃତ୍ୟୁ ମାମଲାକୁ ନେଇ ଦିନକୁ ଦିନ ବାଦ ବିବାଦ ବଢୁଥିବା ବେଳେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ଆଣିଛନ୍ତି ପାଲଟା ଅଭିଯୋଗ । ସୌମ୍ୟଙ୍କ ମୃତ୍ୟୁ ମାମଲାରେ ତାଙ୍କ ପରିବାର ଲୋକେ ବୋହୂ ବିଦ୍ୟାଭାରତୀ ଓ DFO ଙ୍କ ଭୂମିକାକୁ ସନ୍ଦେହ କରି ତଦନ୍ତ କରିବା ପାଇଁ ଦାବି କରୁଛନ୍ତି ।

ବିଦ୍ୟାଭାରତୀଙ୍କ ଯୋଗୁଁ ତାଙ୍କ ପୁଅ ସୌମ୍ଯ ରଞ୍ଜନ ମାନସିକ ଚାପରେ ରହୁଥିଲେ ଓ ତାଙ୍କୁ ଷଡଯନ୍ତ୍ର କରାଯାଇ ହତ୍ୟା କରା ଯାଇଛି ବୋଲି ସଙ୍ଗୀନ ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ । ସେ ନିଜ ବୟାନରେ କହିଛନ୍ତି, ଯେ ସୌମ୍ୟଙ୍କୁ ଅନେକ ଥର ଅଜଣା ନମ୍ବରରେ କଲ୍ ଆସୁଥିବା ଓ ତାଙ୍କ ଠୁ ଲୁଚାଇ ଫୋନରେ କଥା ହେଉଥିବା ସେ ଦେଖିଛନ୍ତି ।

ବିଦ୍ୟାଙ୍କ ସାମନାରେ ସୌମ୍ୟଙ୍କୁ କୌଣସି ଅଜଣା ନମ୍ବର କଲ୍ ଆସିଲେ ସେ ରିସିଭ କରନ୍ତି ନାହିଁ । ବରଂ ସେ ପଚାରିଲେ ସୌମ୍ଯ ଅନ୍ୟ କ୍କିହହୀ କହି କଥା ତାଳି ଦିଅନ୍ତି ବୋଲି କହିଛନ୍ତି । ଆହୁରି ମଧ୍ୟ ସେ ସୌମ୍ୟଙ୍କୁ ଅଲଗା ନମ୍ବରରେ ଆଇ ଲଭ ୟୁ ଲେଖି ପଠାଇବାର ମଧ୍ୟ ଦେଖିଥିଲେ । ସେ ବିଷୟରେ କିନ୍ତୁ ସେ ସୌମ୍ଯଙ୍କୁ କେବେ କିଛି କୁହନ୍ତି ନାହିଁ । ଏପରିକି ଥରେ ସୌମ୍ଯଙ୍କ ଫୋନରୁ ଜଣେ ଝିଅର ସ୍ଵର ମଧ୍ୟ ସ୍ପଷ୍ଟ ଭାବେ ଶୁଣିଥିଲେ ବୋଲି କହିଛନ୍ତି ପତ୍ନୀ ବିଦ୍ୟାଭାରତୀ ।

ସୌମ୍ୟଙ୍କ ମୋବାଇଲ ପାସୱାର୍ଡ ମଧ୍ୟ ସେ ଜାଣି ନାହାନ୍ତି ଏବଂ ସୌମ୍ଯ ବାରମ୍ବାର ତାଙ୍କ ପାସୱାର୍ଡ ବଦଳାଇ ଦିଅନ୍ତି ବୋଲି ଅଭିଯୋଗ କରିଛନ୍ତି ବିଦ୍ୟା । ବିଦ୍ୟା କହିଛନ୍ତି ସେ ବହୁତ ଥର ଏପରି ସବୁ ଦେଖିବା ପରେ ସୌମ୍ୟଙ୍କ ଠାରୁ ସତ ଜାଣିବାକୁ ଚାହୁଁଥିଲେ । ତଥାପି ତାଙ୍କୁ କେବେ ମଧ୍ୟ ସେ ଚାପ ପକାଇ ନାହାନ୍ତି ।

ଏପରିକି ହସ୍ପିଟାଲରେ ଥିବା ବେଳେ ମଧ୍ୟ ସୌମ୍ଯ ତାଙ୍କୁ ଆଇ ଲଭ ୟୁ କହିଥିଲେ ସେ ମଧ୍ୟ ସୌମ୍ୟଙ୍କୁ କହିଥିଲେ । ସୌମ୍ୟଙ୍କୁ ହସ୍ପିଟାଲ ନେବା ସମୟରେ ଜାଣିଶୁଣି ଆମୁଲାନ୍ସ ଅଟକାଇବା କଥା ମଧ୍ୟ ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛହନ୍ତି ବିଦ୍ୟା ।

ବିଦ୍ୟାଙ୍କୁ ତାଙ୍କ ଦାମ୍ପତ୍ୟ ଜୀବନ ବିଷୟରେ ପଚରା ଯିବାରୁ, ସୌମ୍ୟଙ୍କ ସହ ତାଙ୍କ ସମ୍ପର୍କ ବେଶ୍ ଭଲ ଥିଲା ବୋଲି ସେ କହିଛନ୍ତି ଏବଂ ତାଙ୍କ ବିବାହକୁ ନେଇ ସାମନାକୁ ଆସିଥିବା ଆଗ୍ରିମେଣ୍ଟ ବିଷୟରେ ସେ କିଛି ଜାଣି ନା ଥିବା ମଧ୍ୟ କହିଛନ୍ତି । ତେବେ ବିଦ୍ୟାଙ୍କ ଏହି ବୟାନ ସମ୍ବନ୍ଧରେ ଆପଣଙ୍କ ମତ କଣ ? ଏହା ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ଓ ପୋଷ୍ଟଟିକୁ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।