ଧରା ପଡିଲା ବିଦ୍ୟାଙ୍କ କଳା କାରନାମା, ସାମ୍ନାକୁ ଆସିଲା Soumya ଓ Bidya ଙ୍କ ଅଡିଓ ରେକର୍ଡିଂ, ଖୋଲିଲା ଏହି ସାଂଘାତିକ ରହସ୍ୟ, ଦେଖନ୍ତୁ Video

ACFO ସୌମ୍ଯ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ସୌମ୍ୟଙ୍କୁ ଷଡଯନ୍ତ୍ର କରି ହ-ତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ପରିବାର ଲୋକେ । ଏଥିପାଇଁ ସେମାନେ ନିଜ ବୋହୂ ତଥା ସୌମ୍ୟଙ୍କ ପତ୍ନୀଙ୍କୁ ଦାୟୀ କରିଛନ୍ତି ।

DFO ଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ଥିବା ବେଳେ, ତାଙ୍କ ସହ ବିଦ୍ୟାଙ୍କ ସଂପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ଘର ଲୋକ । ସୌମ୍ଯଙ୍କ ମୃତ୍ୟୁକୁ ସାତ ଦିନ ବିତି ଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ପୋଲିସ ପ୍ରକୃତ ଅଭିଯୁକ୍ତଙ୍କ ପାଖେ ପହଞ୍ଚି ପାରି ନାହିଁ । ସେପଟେ ପୋଲିସ ମଧ୍ୟ ସଠିକ ଭାବେ ତଦନ୍ତ କରୁ ନାହିଁ ବୋଲି ସୌମ୍ୟଙ୍କ ବାପା ଅଭିଯୋଗ କରି, ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ।

ଏହିପରି ଅନେକ ସନ୍ଦେହ ଓ ବାଦ ବିବାଦ ବଢି ଚାଲିଥିବା ବେଳେ ସେପଟେ ସୌମ୍ୟଙ୍କ ପତ୍ନୀ ବିଦ୍ୟା ମଧ୍ୟ ମୁହଁ ଖୋଲିଛନ୍ତି । ତାଙ୍କ ସ୍ଵାମୀ ସୌମ୍ୟଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିବା ନେଇ ସେ ପାଲଟା ଅଭିଯୋଗ କରିଛନ୍ତି । ଏପରିକି ଅନେକ ଥର ସୌମ୍ୟଙ୍କୁ ଅଜଣା ନମ୍ବରରେ କଥାବାର୍ତ୍ତା କରୁଥିବାର ସେ ଶୁଣିଛନ୍ତି ଏବଂ ହ୍ଵାଟ୍ସଆପରେ ଚାଟ କରୁଥିବାର ମଧ୍ୟ ଦେଖିଛନ୍ତି ବୋଲି କହିଛନ୍ତି ।

ବିଦ୍ୟା ଓଲଟା ସବୁ ଦୋଷ ନଦି ଦେଇଛନ୍ତି ସ୍ଵାମୀ ସୌମ୍ଯ ରଞ୍ଜନଙ୍କ ଉପରେ । ତାଙ୍କ କ୍ଵାର୍ଟରରୁ ମିଳିଥିବା ଆଗ୍ରିମେଣ୍ଟ ପେପର ବିଷୟରେ ମଧ୍ୟ କିଛି ଜାଣି ନା ଥିବା କହିଛନ୍ତି ଦିବ୍ୟା । ତେବେ ACFO ସୌମ୍ଯ ରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟାଙ୍କ ମଧ୍ୟରେ ମୃତ୍ୟୁ ପୂର୍ବରୁ ହୋଇଥିବା ଏକ କଥାବାର୍ତ୍ତାର ଅଡିଓ ରେକଡ଼ିଂ ଏବେ ସାମନାକୁ ଆସିଛି ।

ଅଡିଓରେ, ସୌମ୍ଯ ଅନ୍ୟ କେଉଁ ଝିଅ ସହ ସମ୍ପର୍କ ରଖିଥିବା କଥା ନେଇ ବିଦ୍ୟା ଓ ସୌମ୍ୟଙ୍କ ମଧ୍ୟରେ ଯୁକ୍ତି ତର୍କ ହେଉଛି । ସୌମ୍ଯ କହୁଛନ୍ତି, ତାଙ୍କର କାହା ସହ କିଛି ସମ୍ପର୍କ ନାହିଁ । ମାତ୍ର ବିଦ୍ୟା କହୁଛନ୍ତି ଯେ, ସୌମ୍ଯ ଯଦି ତାଙ୍କ ଫୋନ ତାଙ୍କୁ ଦିଅନ୍ତୁ ତେବେ ସେ ଏହା ପ୍ରମାଣିତ କରି ଦେଇ ପାରିବେ । ମାତ୍ର ସୌମ୍ଯ ଫୋନ ଦେବାକୁ ମନା କରୁଛନ୍ତି ।

କିନ୍ତୁ ସେ କେବଳ ନମ୍ବର ଦେଇ ପାରିବେ ବୋଲି କହୁଛନ୍ତି । ସୌମ୍ଯ ସ୍ପଷ୍ଟ ଭାବେ କହୁଛନ୍ତି ତାଙ୍କର କାହା ସହ ମଧ୍ୟ ସମ୍ପର୍କ ନାହିଁ, କିନ୍ତୁ ବିଦ୍ୟା ଯଦି ଏହା ପ୍ରମାଣ କରି ଦିଅନ୍ତି ତେବେ ସେ ଯାହା ନିଷ୍ପତ୍ତି ନେବେ ସୌମ୍ଯ ସେଥିରେ ରାଜି । ଏହି ମାମଲାରେ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।