ଏବେ ଏବେ ହେଲା ଏହି ବଡ ବଲିଉଡ ଷ୍ଟାରଙ୍କ ପରଲୋକ, ପୁରା ଭାରତରେ ଏବେ ଶୋକର ଛାୟା, ଅମିତାଭ ଟ୍ବିଟରେ କହିଲେ

ବଲିଉଡ ର ଅଭିନେତା ଇରଫାନ ଖାନଙ୍କର ନିଧନ ହୋଇ ଯାଇଛି । ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ତାଙ୍କୁ ମୁମ୍ବାଇର କୋକିଲାବେନ ହସ୍ପିଟାଲ ରେ ଆଇସିୟୁ ରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟ କାହିଁକି ଖରାପ ହେଲା, ତାଙ୍କୁ କଣ ହୋଇଥିଲା ଓ ତାଙ୍କୁ ଆଇସିୟୁରେ କାହିଁକି ଭର୍ତ୍ତି କରା ଯାଇଥିଲା, ବର୍ତ୍ତମାନ ଏ ବିଷୟରେ ବିଶେଷ କିଛି ସୁଚାନା ଆସି ନାହିଁ । ଇରଫାନ ଖାନଙ୍କ ଜଣେ ପ୍ରବକ୍ତା ଗୋଟିଏ ବୟାନ ଜାରି କରି କହିଥିଲେ, ଇରଫାନ୍ ଜଣେ ଦୃଢ ଇଚ୍ଛାଶକ୍ତିର ବ୍ୟକ୍ତି ଯିଏ ଶେଷ ପର୍ଯ୍ୟନ୍ତ ଲଢିଥିଲେ ।

ଯେଉଁମାନେ ତାଙ୍କ ନିକଟକୁ ଆସୁଥିଲେ ସେମାନଙ୍କୁ ସେ ସର୍ବଦା ପ୍ରେରଣା ଯୋଗାଉଥିଲେ । 2018 ରେ ଅସ୍ୱାଭାବିକ ଭାବେ କର୍କଟ ରୋଗରେ ଆକ୍ରାନ୍ତ ହେବା ପରଠାରୁ, ସେ ତା ସହିତ ନିଜର ସବୁ ଶକ୍ତି ଲଗାଇ ଲଢି ଆସୁଥିଲେ । ସେ ବର୍ତ୍ତମାନ ସବୁବେଳେ ଭଲ ପାଉଥିବା ନିଜ ପରିବାର, କୋଟି କୋଟି ଫ୍ୟାନ୍ସଙ୍କୁ ଛାଡି ସବୁଦିନ ପାଇଁ ଚାଲି ଯାଇଛନ୍ତି । ତାଙ୍କ ପରିବାର ଠାରୁ ବହୁତ ଭଲ ପାଇବା ମିଳିଥିଲା । ସେ ନିଜ ପଛରେ ଏକ ଲିଗେସୀ ଛାଡି ଯାଇଛନ୍ତି । ଆମେ ସମସ୍ତେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଅଛୁ ।

ଇରଫାନଙ୍କ ରୋଗ

Image courtesy: Google

ଗତ ବର୍ଷ ଇରଫାନ ଖାନ ଲଣ୍ଡନରୁ ନିଜର ଚିକିତ୍ସା କରାଇ ଫେରିଥିଲେ ଓ ଫେରିବା ପରେ ସେ କୋକିଲାବେନ ହସ୍ପିଟାଲ ର ଡାକ୍ତରଙ୍କ ଦେଖା ଶୁଣାରେ ଟ୍ରୀଟମେନ୍ଟ ଓ ରୁଟିନ ଚେକ କରୁଥିଲେ । କୁହାଯାଉଛି କି ଫିଲ୍ମ “ଅଂରେଜି ମିଡିୟମ” ସମୟରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଖରାପ ରହିଥିଲା । ୫୪ ବର୍ଷର ଇରଫାନ ନ୍ୟୁରୋଏଣ୍ଡୋକ୍ରାଇମ ଟ୍ଯୁମର ଦ୍ଵାରା ପୀଡିତ ଥିଲେ । ଦୁଇ ବର୍ଷ ପୂର୍ବେ ମାର୍ଚ୍ଚ ୨୦୧୮ ରେ ତାଙ୍କୁ ଏହି ରୋଗ ବିଷୟରେ ଜଣା ପଡିଥିଲା ।

ସେ ଏହା ବିଷୟରେ ଟ୍ବିଟ କରି ଜଣାଇଥିଲେ କି “ଜୀବନରେ ଅଚାନକ କିଛି ଏମିତି ହେଇଯାଏ ଯାହା ଆପଣଙ୍କୁ ଆଗକୁ ନେଇଯାଏ । ମୋ ଜୀବନରେ ଗତ କିଛି ଦିନରୁ ଏମିତି ହେଉଛି । ମୋତେ ନ୍ୟୁରୋଏଣ୍ଡୋକ୍ରାଇମ ନାମକ ଟ୍ଯୁମର ହେଇଛି । କିନ୍ତୁ, ମୋ ଆଖପାଖର ଲୋକଙ୍କ ଭଲ ପାଇବା ଓ ଶକ୍ତି ମୋ ମଧ୍ୟରେ ସାହସ ଭାରି ଦେଉଛି । ” ରୋଗ ବିଷୟରେ ଜଣା ପଡିବା ପରେ ହିଁ ସେ ଲଣ୍ଡନକୁ ଚିକିତ୍ସା ପାଇଁ ଯାଇଥିଲେ । ଇରଫାନ ସେଠାରେ ପାଖାପାଖି ୧ ବର୍ଷ ରହିଲେ ଓ ପୁଣି ମାର୍ଚ୍ଚ ୨୦୧୯ ରେ ଭାରତ ଫେରିଥିଲେ ।