ଲକଡାଉନ ସତ୍ବେ ବି ଏହି ୫ଟି ରାଶିଙ୍କ ଉପରେ ରହିବ ମା ଲକ୍ଷ୍ମୀଙ୍କ କୃପା, ପୁରା ବର୍ଷ ହେବ ନାହିଁ ଟଙ୍କାର ଅଭାବ

୨୬ ଏପ୍ରିଲକୁ ପୁରା ଦେଶ ଘରେ ରହି ଅକ୍ଷୟ ତୃତୀୟାର ଉତ୍ସବ ପାଳନ କରିଛନ୍ତି । ଏହି ସମୟରେ ସମସ୍ତେ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚନା ଓ ଆରାଧନା ବି କରିଛନ୍ତି । କହିବାକୁ ଗଲେ ଆମର ହିନ୍ଦୁ ଧର୍ମରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ଏମିତିରେ ଆଜି ଆମେ ଆପଣଙ୍କୁ ରାଶି ଅନୁସାରେ ପୁରା ବର୍ଷ ଆପଣଙ୍କ ଆର୍ଥିକ ଯୋଗ କେଉଁଭଳି ରହିବ ତାହା ବିଷୟରେ କହିବୁ । କହିବାକୁ ଗଲେ ଏମିତି କିଛି ରାଶି ଅଛି ଯାହାଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ପୁରା ବର୍ଷ ରହିବ । ମାତା ଲକ୍ଷ୍ମୀ ଏହି ୫ଟି ରାଶି ଉପରେ ନିଜର କୃପା ବର୍ଷା କରିବେ । ତେବେ ଚାଲନ୍ତୁ ଜାଣିବା ସେହି ୫ଟି ଭାଗ୍ୟଶାଳୀ ରାଶି ବିଷୟରେ ।

ମେଷ

Image courtesy: Google

ଏହି ବର୍ଷ ଧନ ଆଗମନର ସାଧନ ବଢିବ । ଆର୍ଥିକ ମାମଲାରେ ଆପଣଙ୍କ ପାଇଁ ଏହି ବର୍ଷ ଭଲ ରହିବାର ଅଛି । କେବଳ ଆପଣଙ୍କୁ ଏହି ବର୍ଷ ନିଜର ଆୟ ଓ ଖର୍ଚ ପରେ ଧ୍ୟାନ ଦେବାର ଅଛି । ଏହା ଛଡା ନିଜ ରାଗ ଉପରେ କାବୁ ରଖିବା ଶିଖନ୍ତୁ । ଅନ୍ୟଥା ଆପଣଙ୍କ ଏହି ଗୁଣ ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ଖରାପ ହୋଇପାରେ ।

ବୃଷ

ଏହି ବର୍ଷ ଆପଣଙ୍କ ଆମଦାନୀ ବି କମ ହେବ ଓ ଖର୍ଚ ଅଧିକ ହେବ । ଏହି ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ ଓ ସଠିକ ଯୋଜନା କରି ତାହା ଉପରେ କାମ କରିବାକୁ ପଡିବ । ନିଜର ଅଯଥା ଖର୍ଚ ଉପରେ କାବୁ ରଖନ୍ତୁ । କିନ୍ତୁ ଏହି ସବୁ ମଧ୍ୟରେ କିଛି ସକାରାତ୍ମକ ପରିବର୍ତ୍ତନ ନଜର ଆସିପାରେ ।

ମିଥୁନ

ଧନକୁ ନେଇ ଏହି ବର୍ଷ ଆପଣଙ୍କ ମିଶ୍ରଣ ଫଳାଫଳ ମିଳିବ । ଯେଉଁଠି ଗୋଟିଏ ପଟେ ବ୍ୟାପାରୀ ବନ୍ଧୁଏହି ବର୍ଷ ଲାଭ ପ୍ରାପ୍ତ କରିବେ ଅନ୍ୟ ପଟେ ଚାକିରି କରୁଥିବା ଲୋକମାନଙ୍କୁ କିଛି ଅସୁବିଧା ଆସିପାରେ । ଏହା ଛଡା ଯେଉଁମାନେ ପାର୍ଟନରଶୀପରେ ବିଜନେସ କରୁଛନ୍ତି, ତାଙ୍କୁ ଅଳ୍ପ ସତର୍କ ରହିବା ଆବଶ୍ୟକ ଅଟେ ।

କର୍କଟ

Image courtesy: Google

ଏହି ବର୍ଷ ବିଜନେସ କରୁଥିବା ଲୋକମାନଙ୍କ ପାଇଁ ବିଶେଷ କିଛି ଭଲ ରହିବ ନାହିଁ । କିନ୍ତୁ କ୍ରିଏଟିବ ଫିଲ୍ଡରେ କାମ କରୁଥିବା ଲୋକମାନଙ୍କୁ ଲାଭ ହୋଇପାରେ । ଜବ କରୁଥିବା ଲୋକମାନଙ୍କ ପାଇଁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥିତି କମଜୋର ରହିବ । କିନ୍ତୁ ପରେ ସବୁ ଠିକଠାକ ଚାଲିବ । ଆପଣ ନିଜର ସମସ୍ତ ଖର୍ଚ ବୁଝି ସୁଝି କରନ୍ତୁ ।

ସିଂହ

ମିଡିଆ ଓ ସରକାରୀ ଚାକିରି କରୁଥିବା ଲୋକମାନଙ୍କ ପାଇଁ ଭଲ ଦିନ ଆସିବାର ଅଛି । କିନ୍ତୁ ବିଜନେସ କରୁଥିବା ଲୋକମାନଙ୍କୁ ଅକ୍ଟୋବର ପର୍ଯ୍ୟନ୍ତ ସମସ୍ୟା ଆସିପାରେ । କିନ୍ତୁ ଧୀରେ ଧୀରେ ସ୍ଥିତି ସାମାନ୍ୟ ହୋଇଯିବ ।

କନ୍ୟା

ଏହି ରାଶିର ଲୋକମାନଙ୍କ ପାଇଁ ଏହି ବର୍ଷ ଭଲ ରହିବ । ଧନ ଆଗମନ ପାଇଁ କେତେକ ନୂତନ ଅବସର ପ୍ରାପ୍ତ ହେବ । ଏତିକି ନୁହେଁ ଆପଣଙ୍କ ଭୌତିକ ସୁଖ ସୁବିଧାରେ ବି ଉନ୍ନତି ଆସିବ । ଏହି ବର୍ଷ ଆପଣଙ୍କ ଆର୍ଥିକ ସ୍ଥିତି ବି ମଜବୁତ ରହିବ । ଏହି ବର୍ଷ ଛୋଟ ଛୋଟ ବିଜନେସରେ ନିବେଶ କରିବା ଦ୍ଵାରା ଆପଣ ଲାଭରେ ରହିବେ । ମାଟି, କୃଷି, ଇଂଟୀରିୟର ଓ କୈଟରୀନ ସହ ଜଡିତ ଲୋକମାନଙ୍କୁ ଲାଭ ହେବ ।

ତୁଳା

Image courtesy: Google

ଜବ କରୁଥିବା ଲୋକମାନଙ୍କୁ ନଭେମ୍ବର ମାସ ପର୍ଯ୍ୟନ୍ତ ଅସୁବିଧା ହୋଇପାରେ । କିନ୍ତୁ ଆଇଟି, ଆୟତ – ନିର୍ମାଣ, କପଡା ବ୍ୟବସାୟ, ବ୍ୟାପାର ଓ ଶେୟାର ବଜାରରେ କିଛି ଲୋକମାନଙ୍କୁ ଲାଭ ହେବ ।

ବିଚ୍ଛା

କୌଣସି ମହିଳାର ସାହାର୍ଯ୍ୟ ଦ୍ଵାରା ହିଁ ଏହି ବର୍ଷ ଆପଣଙ୍କୁ ଲାଭ ମିଳିବ । ବ୍ୟାପାରୀ ବନ୍ଧୁମାନଙ୍କ ପାଇଁ ସେପ୍ଟେମ୍ବର ପର୍ଯ୍ୟନ୍ତ ଅବଧି ଅଧିକ ଫଳଦାୟୀ ରହିବ । ନଭେମ୍ବରରେ ମାସରେ ସମସ୍ତଙ୍କୁ କିଛି ନା କିଛି ଅସୁବିଧା ହୋଇପାରେ । ଏହି ବର୍ଷ ଆୟ କମ ହେବ ଓ ଖର୍ଚ ଅଧିକ ହୋଇପାରେ ।

ଧନୁ

ଏହି ରାଶିର ଲୋକମାନେ ଏହି ବର୍ଷ ନିଜର ଖର୍ଚ ଉପରେ ନିୟନ୍ତ୍ରଣ ରଖିବେ । ବର୍ଷର କିଛି ମାସ ଆପଣଙ୍କ ପାଇଁ ଭଲ ରହିବ । ଯେତେବେଳେ ବାକି ମାସ ଗୁଡିକରେ ଅଳ୍ପ ଅସୁବିଧା ହୋଇପାରେ । ଗବର୍ନମେଂଟ ସର୍ବିସ, ଫ୍ରୀଲାଂସିଂଗ, ସ୍ଟକ ମାର୍କେଟ ଓ ୱର୍କ ଫ୍ରମ ହୋମ କରୁଥିବା ଲୋକମାନଙ୍କୁ ଅଧିକ ଲାଭ ମିଳିବ ।

ମକର

Image courtesy: Google

ଜବ ଓ ବିଜନେସ ଦୁଇଟି ହିଁ ସେକ୍ଟରର ଲୋକମାନଙ୍କୁ ଧନ ଲାଭ ହୋଇପାରେ । ଏହି ବର୍ଷ ଟଙ୍କା ମାମଲାରେ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ଟଙ୍କା ସହିତ ମାନ ଓ ପ୍ରତିଷ୍ଠା ବି ହାସଲ ହେବ ।

କୁମ୍ଭ

ଆପଣଙ୍କ ଭାଗ୍ୟ ଜୁନ ପରେ ଚମକିବ । ଏହା ପୂର୍ବରୁ ଆପଣଙ୍କ ଅବସ୍ଥା ଖରାପ ରହିବ । କୌଣସି କାମରେ ଧନ ଅତ୍ୟଧିକ ଖର୍ଚ କରନ୍ତୁ ନାହିଁ । ନଭେମ୍ବର ମାସରୁ ଆସନ୍ତା ବର୍ଷ ମାର୍ଚ ପର୍ଯ୍ୟନ୍ତ ଆପଣଙ୍କ ଭାଗ୍ୟ ଭଲ ରହିବ । ଅଚାନକ ଧନ ଲାଭ ହେବାର ଯୋଗ ଅଛି । ଏହି ବର୍ଷ କରଜ ଠାରୁ ଦୂରେଇ ରୁହନ୍ତୁ ।

ମୀନ

Image courtesy: Google

ଏହି ଜାତକମାନଙ୍କୁ ଏହି ବର୍ଷ ଧନ ଓ ରାଜଯୋଗ ଦୁଇଟି ହିଁ ମିଳୁଛି । ଟଙ୍କା ସହିତ ଆପଣଙ୍କ ଭାଗ୍ୟ ବି ଆପଣଙ୍କ ସାଥ ଦେବ । ଯେଉଁ କାମରେ ହାତ ଦେବେ ତାହା ସହଜରେ ସମ୍ପୂର୍ଣ ହୋଇଯିବ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଶେୟାର କରନ୍ତୁ ଓ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।