ବଲିଉଡ ରୁ IPS ଅଫିସର, ଏହି ବ୍ୟୁଟି ୱିଥ ବ୍ରେନଙ୍କ କ୍ୟାରିୟର ଆଜି ଦେଶର ସମସ୍ତ ଯୁବାଙ୍କ ପାଇଁ ପ୍ରେରଣା, ଆପଣ ବି ଶୁଣିଲେ ବାଃ ବାଃ କରିବେ !

ବଲିଉଡରୁ IPS ଅଫିସର ହୋଇ ନୂଆ ପରିଚୟ ପାଇଲେ । ଦୃଢ ଇଚ୍ଛାଶକ୍ତି ଯୋଗୁଁ ବିନା କୋଚିଂରେ ବି IPS ଅଫିସର ବନିଗଲେ । ତାଙ୍କୁ କବଳିତ କରି ପାରି ନଥିଲା ବଲିଉଡ ପରଦାର ରଙ୍ଗୀନ ଆଲୋକ ଏବଂ ସେଲିବ୍ରିଟି ଜୀବନଶୈଳୀ ନିଶା । ଏହା ପଛରେ ପାରିବାରିକ ପ୍ରତିବନ୍ଧକ ମଧ୍ୟ ଥିଲା । କାରଣ ତାଙ୍କ ବାପା ଜଣେ ଅବସରପ୍ରାପ୍ତ IAS ଅଫିସର ହୋଇଥିବା ବେଳେ ମା’ ଜଣେ ସୁନାମଧନ୍ୟ ଲେଖିକା । ସେମାନଙ୍କ କଥା ଭାବିବା ମାତ୍ରେ ସେ ବଲିଉଡର ରଙ୍ଗୀନ ଦୁନିଆରୁ ମୁହଁ ଫେରାଇବାକୁ ଚାହୁଁଥିଲେ ।

ସେ ହେଉଛନ୍ତି ମଧ୍ୟପ୍ରଦେଶର ବ୍ୟୁଟି ୱିଥ ବ୍ରେନ ତଥା ମହିଳା IPS ଅଫିସର ସିମଲା ପ୍ରସାଦ । ଦିନେ ବଲିଉଡରେ ନିଜ କ୍ଯାରିୟର ଆରମ୍ଭ କରିଥିବା ସିମଲା ପ୍ରସାଦ ଆଜି ନିଜ ଇଚ୍ଛାଶକ୍ତି ଓ ପରିଶ୍ରମ ଯୋଗୁଁ ସରକାରୀ ସ୍ତରରେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ଯାହା ଏବେ ଅନେକଙ୍କୁ ନୂଆ ପ୍ରେରଣା ଯୋଗାଉଛି । ସିମଲା ପ୍ରସାଦ 8 ଅକ୍ଟୋବର 1980 ରେ ମଧ୍ୟପ୍ରଦେଶର ସିମଲାରେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ବେଶ ଭଲ ପାଠ ପଢୁଥିବା ସିମଲା ସେଣ୍ଟ ଯୋଶେଫ ସ୍କୁଲରୁ ନିଜ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ ।

ତାଙ୍କ ପିତା ଭାଗିରଥି ପ୍ରସାଦ 1975 ବ୍ୟାଚ ର IAS ଅଧିକାରୀ ଥିଲେ । ଏହାସହ ଦୁଇଟି ବିଶ୍ଵବିଦ୍ୟାଳୟରେ ସେ କୁଳପତି ଭାବେ ମଧ୍ୟ ଦାୟିତ୍ଵ ତୁଲାଇଛନ୍ତି । ଅବସର ନେବା ପରେ ସିମଲାଙ୍କ ପିତା ରାଜନୀତିକୁ ମଧ୍ୟ ଆସିଥିଲେ । ସେ 2014ରେ ମଧ୍ୟପ୍ରଦେଶର ଭିଣ୍ଡଲ ଲୋକସଭା ଆସନରୁ ସାଂସଦ ଭାବେ ବିଜୟୀ ହୋଇଥିଲେ । ସେହିପରି ସିମଲାଙ୍କ ମା’ ମେରୁନିଶା ପରୱିନ ମଧ୍ୟ ଜଣେ ଜଣାଶୁଣା ଲେଖିକା ।

ଛୋଟ ବେଳୁ ଅଭିନୟ ପ୍ରତି ରୁଚି ରଖୁଥିବା ସିମଲା ପ୍ରାଥମିକ ଶିକ୍ଷା ଶେଷ ହେବା ପରେ ଇନଷ୍ଟିଚ୍ୟୁଟ ଫର ଏକ୍ସଲେନ୍ସ ଇନ ହାଇ ଏଜୁକେଶନରୁ ବି.କମ୍ ଓ ପରବର୍ତ୍ତୀ ସମୟରେ ଭୋପାଳର ବାରକାଟଲା ବିଶ୍ଵବିଦ୍ୟାଳୟରୁ ସମାଜଶାସ୍ତ୍ରରେ ସ୍ନାତକୋତ୍ତର ହାସଲ କରିଥିଲେ । ପ୍ରଥମ ସ୍ଥାନ ହାସଲ କରିଥିବାରୁ ତାଙ୍କୁ ବିଶ୍ଵବିଦ୍ୟାଳୟରେ ସ୍ଵର୍ଣ୍ଣପଦକ ମଧ୍ୟ ପ୍ରଦାନ କରାଯାଇଥିଲା । କଲେଜ ପରେ ସେ ମଧ୍ୟପ୍ରଦେଶ ଜନସେବା ଆୟୋଗର ସାଂସଦ ପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ଏହାପରେ ସେ ପ୍ରଥମେ DSP ଭାବେ ପୋଷ୍ଟିଂ ପାଇଥିଲେ ଓ ସେଠାରୁ IPS ହେବାର ଯାତ୍ରା ଆରମ୍ଭ କରିଥିଲେ । ସରକାରୀ ଚାକିରିରେ ରହି ସେ UPSC ପାଇଁ ବିନା କୋଚିଂରେ ପ୍ରସ୍ତୁତି ଆରମ୍ଭ କରିଥିଲେ । ସିମଲା 2010 ବ୍ୟାଚ ର ଜଣେ ପ୍ରଶାସନିକ ଅଧିକାରୀ ।

ଦେଶର ସୁନ୍ଦରୀ ମହିଳା ଅଧିକାରୀଙ୍କ ମଧ୍ୟରେ ତାଙ୍କୁ ଗଣନା କରାଯାଏ । ସେ ପିଲାଦିନରୁ ନୃତ୍ୟ ଓ ଅଭିନୟ ପ୍ରତି ବେଶ ଆଗ୍ରହୀ ଥିଲେ ଓ ଅଭିନେତ୍ରୀ ହେବାର ସ୍ଵପ୍ନ ଦେଖୁଥିଲେ । କିନ୍ତୁ ତାଙ୍କ ପରିବାର ତାଙ୍କୁ IPS ହେବା ଦିଗକୁ ଟାଣି ଆଣିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।