ଜଗା ଦର୍ଶନ ପରେ ଟଳି ପଡିଲେ ଶ୍ରଦ୍ଧାଳୁ ! ଶ୍ରୀକ୍ଷେତ୍ର ଆସିବା ପରେ ଚାଲିଗଲା ଜୀବନ, ଲୋକେ କହୁଛି ଏମିତି ମୃତ୍ୟୁ…

କାଳିଆ ସାଆନ୍ତକୁ ଟିକେ ଦର୍ଶନ କରିବା ପାଇଁ ହରିୟାନାରୁ ପ୍ରାୟ ଶ୍ରୀକ୍ଷେତ୍ର ଆସିଥିଲେ ଶ୍ରଦ୍ଧାଳୁ । କାଳିଆକୁ ଟିକେ ଦର୍ଶନ କରିବେ ବୋଲି କାଇଁ କେତେ ଦିନରୁ ଇଚ୍ଛା ଥିଲା । ସେଥିପାଇଁ 2000 କିମି ଦୂରରୁ ଆସି ପୁରୀରେ ପହଞ୍ଚିଥିଲେ ଭକ୍ତ । ଜଗା ଦର୍ଶନ କରିବା ପରେ ହୋଟେଲ ଫେରି ଯାଇଥିଲେ ଓ ଘରଲୋକଙ୍କୁ ଫୋନ କରି ଜଣାଇଥିଲେ କି ଭଲରେ ଜଗା ଦର୍ଶନ ହେଲା ବୋଲି । ବାସ୍ ଏହାପରେ ସେ ହଠାତ ଟଳି ପଡିଲେ ଓ ତାଙ୍କୁ ସାଙ୍ଗେ ସାଙ୍ଗେ ନେଇ ମେଡିକାଲରେ ଭର୍ତ୍ତି କରାଗଲା ।

ହେଲେ ସେତେବେଳକୁ ତାଙ୍କ ପ୍ରାଣ ଚାଲି ଯାଇଥିଲା । ଚାରିଧାମ ଦର୍ଶନ କରିବାର ଆକାଂକ୍ଷା ନେଇ ସ୍ଵାମୀ ଚୁଡିୟାରାମ ଓ ପୁଅ ମୋହନଙ୍କ ସାଥିରେ ଶ୍ରୀକ୍ଷେତ୍ର ଆସି ପହଞ୍ଚିଥିଲେ ହରିୟାନାର ଧନୱନ୍ତି । ହେଲେ ଜଗନ୍ନାଥ ଦର୍ଶନ କରିବା ପରେ ସବୁଦିନ ପାଇଁ ଆଖି ବୁଜିଦେଲେ । ଜଗାଧାମ ଦର୍ଶନ କରି ଧନୱନ୍ତି ସିନା ମୁକ୍ତି ପାଇଗଲେ ହେଲେ ସ୍ତ୍ରୀ ଏମିତି ଅଧା ବାଟରେ ଛାଡି ଚାଲିଯିବାରୁ ତାଙ୍କ ସ୍ଵାମୀଙ୍କ ଆଖିରୁ ଲୁହ ଶୁଖୁନି । ଆଉ ଗୋଟେ ପଟେ ପୁଅ ବି ମା’କୁ ଧରି ବାହୁନି ବାହୁନି କାନ୍ଦୁଛି ।

ଧନୱନ୍ତିଙ୍କ ଜୀବନ ଯିବା ପରେ ଏବେ ତାଙ୍କ ସ୍ଵାମୀ ଓ ପୁଅ ଶବ ନେଇ ଘରକୁ ଫେରିବେ । ତେବେ ଏହି ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସି ଜଗା ଦର୍ଶନ କରିବା ପରେ ତାଙ୍କ ପ୍ରାଣ ଚାଲିଯିବା କଥା ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ଲୋକେ କହୁଛନ୍ତି ଜଗା ଦର୍ଶନ କରିବା ପରେ ମରଣ ଭାଗ୍ୟରେ ଥିଲେ ମିଳେ ।

କାଳିଆ ସାଆନ୍ତ ହେଉଛନ୍ତି ଭାବର ଠାକୁର ଓ ଭକ୍ତର ଭକ୍ତିରେ ଦର୍ଶନ ଦେଇଥାନ୍ତି । ତାଙ୍କ ଲୀଳା କାହାକୁ ମଧ୍ୟ ଅଛପା ନାହିଁ । ସେ କେତେବେଳେ ଭକ୍ତ ହାତରୁ ନଡିଆ ନେଇଯାଏ ତ ଆଉ କେତେବେଳେ ସୁନା ଥାଳିରେ ଭକ୍ତକୁ ଖାଇବାକୁ ଦିଏ । ଭକ୍ତିରେ ଡାକିବା ଲୋକକୁ କଳା ଶ୍ରୀମୁଖ ସ୍ଵୟଂ ଦର୍ଶନ ଦେଇଥାନ୍ତି । ଶ୍ରୀକ୍ଷେତ୍ରରେ ଏଭଳି ଏକ ଘଟଣା ଘଟିବା ପରେ ଏହାକୁ ନେଇ ଖାଲି ଓଡିଶା ନୁହେଁ ବରଂ ପୁରା ଦେଶରେ ଚର୍ଚ୍ଚା ଚାଲିଛି । ହରିୟାନାର ଏହି ପରିବାର ଚାରି ବର୍ଷରେ ଚାରିଧାମ ଦର୍ଶନ କରିବାର ଯୋଜନା କରିଥିଲେ ।

ତେଣୁ ଚଳିତ ବର୍ଷ ସେମାନେ ଜଗନ୍ନାଥ ଧାମରୁ ପ୍ରଥମେ ଆରମ୍ଭ କରିଥିଲେ । ହେଲେ ଜଗା ଦର୍ଶନ ପରେ ମହିଳାଙ୍କ ଜୀବନ ଚାଲିଯାଇଛି । ଏଭଳି ମୃ-ତ୍ୟୁ ଭାଗ୍ୟରେ ଥିଲେ ମିଳେ କହି ଲୋକଙ୍କ ଆଖି ଭିଜି ଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।