Bollywood ର ଏହି 4 ଜଣ ଶାଶୁ ଯିଏ ନିଜେ ଥିଲେ ହିରୋଇନ ଓ ଘରକୁ ବୋହୁ ଆଣିଲେ ବି ହିରୋଇନ, ଜାଣନ୍ତୁ ଏବେ କିପରି ଅଟେ ଏମାନଙ୍କ ସମ୍ପର୍କ

ବଲୀଉଡରେ ନିଜର ଏକ ଖାସ ପରିଚୟ କରିବା ପାଇଁ ବହୁତ ସମୟ ଓ ପରିଶ୍ରମ ଲାଗିଥାଏ । ଏମିତିରେ ଯଦି ଅଭିନେତ୍ରୀଙ୍କ ବିଷୟରେ କହିବା ତେବେ ତାଙ୍କୁ ଆହୁରି ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ । କିନ୍ତୁ ବଲୀଉଡରେ ଏମିତି ବହୁତ କମ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲୀଉଡରେ ନିଜର ନାଁ କରିପାରିଛନ୍ତି । ଏହା ପରେ ବିବାହ କରି ନିଜର ବୈବାହିକ ଜୀବନରେ ଖୁସିରେ ଅଛନ୍ତି ।

କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ବଲୀଉଡରେ ସେହି 4 ଯୋଡି ବିଷୟରେ କହିବୁ ଯେଉଁମାନେ ଫିଲ୍ମରେ ଅଭିନେତ୍ରୀ ରୂପରେ କାମ କରିସାରିଛନ୍ତି । ଏହା ପରେ କିଛି ସମୟ ପରେ ସେମାନେ ଅସଲ ଜୀବନରେ ଶାଶୁ ଓ ବୋହୁ ମଧ୍ୟ ହୋଇଯାଇଛନ୍ତି । ଅର୍ଥାତ ଆପଣ ଶାଶୁ ଓ ବୋହୁର ଅଭିନୟର ଜଳୱା ବଡ ପରଦାରେ ଦେଖି ସାରିଛନ୍ତି ।

ଐଶ୍ୱର୍ୟା ରାୟ ବଚ୍ଚନ ଓ ଜୟା ବଚ୍ଚନ

୧୯୯୪ରେ ମିସ ୱାର୍ଲ୍ଡ ହୋଇଥିବା ଐଶ୍ୱର୍ୟା ରାୟ ବଚ୍ଚନ ବର୍ତ୍ତମାନ ବଚ୍ଚନ ପରିବାରର ବୋହୁ ହୋଇଯାଇଛନ୍ତି । ଐଶ୍ୱର୍ୟା ରାୟ ବଚ୍ଚନ ୨୦୦୭ରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ । ଏହି ବିବାହ ସହିତ ଜୟା ବଚ୍ଚନ ଐଶ୍ୱର୍ୟା ରାୟ ବଚ୍ଚନଙ୍କ ଶାଶୁ ହୋଇଗଲେ । କହିଦେଉଛୁ କି ଜୟା ବଚ୍ଚନ ବି ନିଜ ଜମାନାରେ ଜଣେ ମହାନ ଅଭିନେତ୍ରୀ ଥିଲେ । ଏମିତିରେ ଶାଶୁ ଓ ବୋହୁ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି ।

କରିନା କପୁର ଓ ଶର୍ମିଲା ଟୈଗୋର

୨୦୧୨ରେ ଯେତେବେଳେ କରିନା କପୁର ସୈଫ ଅଲୀ ଖାନଙ୍କୁ ବିବାହ କରିଥିଲେ ତେବେ ସେହି ସମୟରେ ସମସ୍ତଙ୍କର ହୋସ ଉଡି ଯାଇଥିଲା । କିନ୍ତୁ ବର୍ତ୍ତମାନ କରିନା ଓ ସୈଫ ଅଲୀ ଖାନ ବହୁତ ଖୁସିରେ ଅଛନ୍ତି । କରିନାଙ୍କ ଶାଶୁ ଶର୍ମିଲା ଟୈଗୋର ବି ନିଜ ଜମାନାରେ ବହୁତ ଫେମସ ଅଭିନେତ୍ରୀ ଥିଲେ । ଯଦି ଏମାନଙ୍କର ସମ୍ପର୍କ ବିଷୟରେ କହିବା ତେବେ ଏମାନେ ପରସ୍ପରର ବହୁତ ସମ୍ମାନ କରନ୍ତି ।

ମାନ୍ୟତା ଦତ୍ତ ଓ ନରଗିସ

ମାନ୍ୟତା ଦତ୍ତ ବଲୀଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ତୃତୀୟ ପତ୍ନୀ ଅଟନ୍ତି । ସଞ୍ଜୟଙ୍କ ମା ନରଗିସ ନିଜ ଜମାନାରେ ଜଣେ ଜଣା ଶୁଣା ଅଭିନେତ୍ରୀ ଥିଲେ । କିନ୍ତୁ କ୍ୟାନ୍ସର କାରଣରରୁ ନରଗିସଙ୍କ ଦେହାନ୍ତ ହୋଇଯାଇଥିଲା । ମାନ୍ୟତା ସଞ୍ଜୟଙ୍କ ସହ ବିବାହ କରିବା ପୂର୍ବରୁ କିଛି ଫିଲ୍ମରେ କାମ କରିସାରିଛନ୍ତି । ଦୁର୍ଭାଗ୍ୟ ବଶତଃ ସଞ୍ଜୟଙ୍କ ତୃତୀୟ ବିବାହ ପୂର୍ବରୁ ନରଗିସଙ୍କ ଦେହାନ୍ତ ହୋଇଯିବା କାରଣରୁ ସେ ନିଜର ବୋହୁ ମାନ୍ୟତାଙ୍କୁ ଦେଖା କରି ପାରିଲେ ନାହିଁ ।

ସୋହା ଅଲୀ ଖାନ ଓ ଜ୍ୟୋତି ଖେମୁ

ସୈଫଙ୍କ ଭଉଣୀ ସୋହା ଅଲୀ ଖାନ ଏକ୍ଟର କୁଣାଲ ଖେମୁଙ୍କୁ ୨୦୧୫ରେ ବିବାହ କରିଛନ୍ତି । ଆପଣଙ୍କ ମଧ୍ୟରୁ ବହୁତ କମ ଲୋକମାନେ ଜାଣିଛନ୍ତି କି କୁଣାଲଙ୍କ ମା ଜ୍ୟୋତି ଖେମୁ ବି ଫିଲ୍ମରେ ମୁଖ୍ୟ ଅହିନେତ୍ରୀ ରୂପରେ କାମ କରିସାରିଛନ୍ତି । ସେହିଭଳି ସୋହା ବି ନିଜ ଶାଶୁଙ୍କ ଭଳି ଜଣେ ଅଭିନେତ୍ରୀ ଅଟନ୍ତି । ଏମିତିରେ ଶୋହା ଓ ତାଙ୍କର ଶାଶୁ ମଧ୍ୟରେ ଭଲ ବଡିଙ୍ଗ ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।