Bollywood ରେ ପୁଣି ଥରେ ଖେଳିଗଲା ଶୋକର ଛାୟା, ଏବେ ଏବେ ଏହି ନାମୀ ଅଭିନେତ୍ରୀଙ୍କର ହେଲା ନିଧନ

ତିନି ଥର ନ୍ୟାସନାଲ ଆୱାର୍ଡ ଜିତିଥିବା ଓ ଅନେକ ଫିଲ୍ମ ଏବଂ ହିନ୍ଦୀ ଧାରାବାହିକରେ ନିଜ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ସୁରେଖା ସିକରିଙ୍କ ୧୬ ଜୁଲାଇ ୨୦୨୧, ଶୁକ୍ରବାରରେ ହୃ-ଦ-ଘା-ତ-ରେ ମୃ-ତ୍ୟୁ ହୋଇଛି । ସୁରେଖାଙ୍କ ବୟସ ୭୫ ବର୍ଷ ଥିଲା ଓ ତାଙ୍କୁ କିଛି ଦିନ ପୂର୍ବେ ବ୍ରେନ ଷ୍ଟ୍ରୋକ ମଧ୍ୟ ହୋଇଥିଲା ।

ସୁରେଖା ସିକରିଙ୍କ ପରିବାର ଟବକା ନିଧନ ଖବର ମି-ଡି-ଆକୁ ଦେଇଛନ୍ତି । ତାଙ୍କ ମ୍ୟାନେଜର ବିବେକ ସିଧବାନୀ ମଧ୍ୟ ମିଡିଆକୁ କହିଛନ୍ତି ଯେ, ଗତ ବର୍ଷ ସେପ୍ଟେମ୍ବର ମାସରେ ସୁରେଖାଙ୍କୁ ପ୍ରଥମ ବ୍ରେନ ଷ୍ଟ୍ରୋକ ହୋଇଥିଲା । ସେ କିଛି ଦିନ ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ ତାଙ୍କୁ ଡିସଚାର୍ଜ କରି ଦିଆ ଯାଇଥିଲା । ମାତ୍ର ତାଙ୍କୁ କିଛି ପୂର୍ବେ ଆଉ ଥରେ ଦ୍ଵିତୀୟ ବ୍ରେନ ଷ୍ଟ୍ରୋକ ମଧ୍ୟ ହୋଇଥିଲା । ଯାହାର କିଛି ଦିନ ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।

ସୁରେଖା ଶିକାରୀଙ୍କ ଜନ୍ମ ୧୯ ଏପ୍ରିଲ ୧୯୪୫ ମସିହାରେ ଦିଲ୍ଲୀରେ ହୋଇଥିଲା ଓ ସେ ତାଙ୍କ ପିଲାଦିନ ଅଲମୋଡା ଓ ନୈନିତାଲରେ କାଟିଥିଲେ । ପରେ ସେ ୧୯୭୧ ମସିହାରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଅଭିନୟରେ ଗ୍ରାଜୁଏସନ କରିଥିଲେ । ସୁରେଖା ସିକରିଙ୍କ ପିତା ଏୟାରଫୋର୍ସରେ ଥିଲେ ଓ ତାଙ୍କ ମାତା ଜେନ ଶିକ୍ଷୟତ୍ରୀ ଥିଲେ । ସୁରେଖାଙ୍କ ବିବାହ ହେମନ୍ତ ରେଗେଙ୍କ ସହ ହୋଇଥିଲା, ଯାହାଙ୍କ ସହ ତାଙ୍କର ଗୋଟିଏ ପୁଅ ରାହୁଲ ସିକରି ଅଛନ୍ତି । ସୁରେଖା ସିକରିଙ୍କ ସାବତ ଭଉଣୀ ମନାରା ଅଭିନେତା ନାସିରୁଦ୍ଧୀନ ଶାହଙ୍କୁ ବିବାହ କରିଥିଲେ । ଯାହାଙ୍କ ଝିଅ ହୀବା ଶାହ ଅଟେ ।

 

ସୁରେଖାଙ୍କୁ ତାଙ୍କ ଅଭିନୀତ ଫିଲ୍ମ ତମସ, ମମ୍ମୋ ଓ ବଧାଇ ପାଇଁ ତିନି ଥର ନ୍ୟାସନାଲ ଆୱାର୍ଡ଼ ସମ୍ମାନରେ ସମ୍ମାନିତ କରାଯାଇ ଥିଲା । ନ୍ୟାସନାଲ ଆୱାର୍ଡ ବ୍ଯତୀତ ସୁରେଖାଙ୍କୁ ୧୯୮୯ ମସିହାରେ ସଙ୍ଗୀତ ନାଟକ ଏକାଡେମି ଆୱାର୍ଡ ମଧ୍ୟ ମିଳିଥିଲା । ଦେଖିବାକୁ ଗଲେ ସୁରେଖା ସିକରି ଅନେକ ଫିଲ୍ମ ଓ ଟିଭି ଧାରାବାହିକ ଗୁଡିକରେ କାମ କରିଥିଲେ । କିନ୍ତୁ ସେ ଧାରାବାହିକ ‘ବାଳିକା ବଧୂ’ ରେ ‘ଦାଦୀ ସା’ ଭୂମିକାରେ ଅଭିନୟ କରି ଘରେ ଘରେ ଖୁବ ପରିଚିତ ହୋଇଥିଲେ । ଏହି ଧାରାବାହିକରେ ତାଙ୍କ ତଗଡା ଅଭିନୟ ସମସ୍ତେ ଖୁବ ପସନ୍ଦ କରୁଥିଲେ ।

ପ୍ରାୟ ୫୦ ବର୍ଷର ଅଭିନୟ କ୍ଯାରିଅରରେ ସୁରେଖା ସିକରି କିସ୍ସା କୁର୍ସି କା, ତମସ, ସଲୀମ ଲଙ୍ଗଡେ ପେ ମତ ରୋ, ମମ୍ମୋ, ନସୀମ, ସରଦାରୀ ବେଗମ, ସର୍ଫରୋଶ, ଦିଲ୍ଲଗୀ, ହରି ଭରି, ଜୁବେଦା, କାଲି ସାଲୱାର, ରଘୁ ରିମିୟୋ, ରେନକୋଟ, ତୁମସା ନହିଁ ଦେଖା, ହମକୋ ଦୀୱାନା କର ଗୟେ, ବଧାଇ ହୋ, ଶୀର କୋରମା, ଓ ଘୋଷ୍ଟ ଷ୍ଟୋରିଜ ଭଳି ଲୋକପ୍ରିୟ ଫିଲ୍ମ ଗୁଡିକରେ କାର୍ଯ୍ୟ କରିଥିଲେ ।

ଫିଲ୍ମ ବ୍ଯତୀତ ସୁରେଖା ବାଲିକା ବଧୂ, ଏକ ଥା ରାଜା ଏକ ଥି ରାନୀ, ପରଦେଶ ମେ ହେ ମେରା ଦିଲ, ସାତ ଫେରେ, ବନେଗୀ ଅପନୀ ବାତ, କସର, କହନା ହେ କୁଛ ମୁଝକୋ ଓ ଯଷ୍ଟ ମୋହବତ ପରି ଅନେକ ଲୋକପ୍ରିୟ ଟିଭି ଧାରାବାହିକରେ ମଧ୍ୟ ଅଭିନୟ କରି ଖୁବ ନାମ କମାଇ ଥିଲେ ।