ନମସ୍କାର ବନ୍ଧୁଗଣ । ପିତା ମାତା ଙ୍କର ସେବା କରିବା ଦ୍ଵାରା ହିଁ ଏହି ଧରାପୃଷ୍ଠରେ ତ୍ରିଭୁବନ ର ସମସ୍ତ ସୁଖ ମିଳି ଯାଇଥାଏ ଏବଂ ସେହି ପିତା ମାତା ର ଯଦି ଆଖି ପାଣି ପଡେ, ତେବେ ସେ ସନ୍ତାନ ର କେବେ ମଙ୍ଗଳ ହୋଇ ନଥାଏ । ବନ୍ଧୁଗଣ ସମସ୍ତ ବାପା, ମା’ଙ୍କର ନିଜ ନିଜ ସନ୍ତାନ ମାନଙ୍କୁ ନେଇ କିଛି କିଛି ଆଶା ରହିଥାଏ । ସମସ୍ତେ ନିଜର ବର୍ଦ୍ଧକ୍ଯ ସମୟରେ ନିଜ ସନ୍ତାନକୁ ନିଜର ଅନ୍ଧର ଲଉଡି ରୂପରେ ଦେଖିଥାନ୍ତି ।

କିନ୍ତୁ ଦୁଃଖର ବିଷୟ ଏହିକି ଯେ ଆଜିକାଲି ର କିଛି ଯୁବ ପିଢୀ ବିବାହ ପରେ ନିଜ ମାତା ପିତା ଙ୍କର ସେବା ତ ଦୂରର କଥା, ତାଙ୍କର ଅବସ୍ଥା ଦୟନିୟ କରି ସେମାନଙ୍କୁ ଘରୁ କାଢି ବୃଦ୍ଧା ଆଶ୍ରମରେ ଛାଡି ଆସୁଛନ୍ତି । ବନ୍ଧୁଗଣ ଯାଜପୁର ଜିଲ୍ଲାର ଏକ ବହୁ ନିଜ ଶାଶୂ, ଶ୍ଵଶୁରଙ୍କ ବିରୋଧରେ ନି-ର୍ଯା-ତ-ନା ର ଅଭିଯୋଗ ଆଣି ମହିଳା ଥାନାରେ ବସିଲେ ଏବଂ ସେ ନିଜ ଅଭିଯୋଗରେ କହିଛନ୍ତି କି, ତାଙ୍କ ଶାଶୂ ଓ ଶ୍ଵଶୁର ତାଙ୍କୁ ମାନସିକ ନି-ର୍ଯା-ତ-ନା ଦେଇ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି ।
କିନ୍ତୁ ତଦନ୍ତ ପରେ ଜଣା ପଡିଛି ଯେ ଯେଉଁ ମା ବାପା ପୁଅ ଟିକୁ ଜନ୍ମ ଦେଇ ସ୍ନେହ ଶ୍ରଦ୍ଧାରେ ପାଠଶାଠ ପଢାଇ ଏତେ ବଡ କରି ବିବାହ କରାଇଲେ, ସେହି ପୁଅ ଆଜି ନିଜ ବିବାହ ପରେ ନିଜ ସ୍ତ୍ରୀ ସହ ମିଶି ବୁଢା ମା’ବାପା କୁ ଶାରୀରିକ ଓ ମାନସିକ ପୀଡା ଦେବା ସହ ସେମାନଙ୍କୁ ମାରି ସେମାନଙ୍କ ଗୋଡ ମଧ୍ୟ ଭାଙ୍ଗି ଦେଇଛନ୍ତି ।
ବୃଦ୍ଧ ମାତା ପିତା ବର୍ତ୍ତମାନ ଅସହାୟ ହୋଇ ଅନେକ ଆଶାର ସହ ଆଇନ ଓ ମିଡିଆ ର ସହାୟକ ଲୋଡିଛନ୍ତି । ବୃଦ୍ଧ ପିତା, ମାତା ଙ୍କ ମତରେ ସେମାନଙ୍କ ଅଜ୍ଞାତ ଅବସ୍ଥାରେ ବହୁ ଏପରି ମିଛ ଅଭିଯୋଗ ଯାଇ ଥାନାରେ କରି ଆସିଛି । କିଛି ଦିନ ତଳେ ମଧ୍ୟ ବୋହୂ ନିଜ ଶ୍ଵଶୁରଙ୍କ ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ, କି ଶ୍ଵଶୁର ତାଙ୍କୁ କୁଦ୍ରୁଷ୍ଟି ରେ ଦେଖୁଛନ୍ତି ।

ଶ୍ଵଶୁରଙ୍କୁ ପଚାରିବାରୁ ବାସ୍ତବ ଘଟଣା ଟି ସମ୍ମୁଖ ରେ ଆସିଅଛି । ଶ୍ଵଶୁର କହିଛନ୍ତି କି ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇ ପ୍ରସ୍ତୁତ ହୋଇଥିବା ବାଥରୂମ କୁ ପରିସ୍ରା ଆଦି ଶୌଚ କର୍ମ ପାଇଁ ନ ଯାଇ, ଶ୍ଵଶୁର ବସିଥିବା ସ୍ଥାନ ପାଖରେ ଥିବା କଦଳୀ ଗଛ ମୂଳ କୁ ଯିବା ଏକ ଶୋଭନିୟ କଥା ନୁହେଁ ।

ଏହି କଥା ଶାଶୂ ଶ୍ଵଶୁର କହିଲା ପରେ, ବୋହୂ ନିଜେ ଯାଇ ଶ୍ଵଶୁରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଏତେ ସବୁ ନି-ର୍ଯା-ତ-ନା ପାଇଁ ବୃଦ୍ଧ ପିତା ମାତା ଏବେ ହାର ମାନିବାକୁ ବସିଲେଣି । ସେମାନଙ୍କର କହିବା ମୁତାବକ ଦୀର୍ଘ ଦିନରୁ କେସ ପରେ କେସ ଲଢି ଲଢି ପ୍ରାୟ ୧୦ ରୁ ୧୨ ଲକ୍ଷ ଟଙ୍କା ଯାଇ ସରିଲାଣି ।
ବର୍ତ୍ତମାନ ସେମାନଙ୍କ ପାଖରେ ନା ଅର୍ଥ ଅଛି ନା ହିଁ ବଳ, ତେଣୁ ଯଦି ଏବେ ସେମାନଙ୍କୁ ଆଇନ ତରଫରୁ କିଛି ନ୍ୟାୟ ନ ମିଳେ, ତେବେ ସେମାନେ ଦୁହେଁ ବିଷ ପିଇ ଶୋଇଯିବେ । ବନ୍ଧୁଗଣ ଆପଣ ମାନେ ଏହି ପୋଷ୍ଟ ବିଷୟରେ ନିଜର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ । ଧନ୍ୟବାଦ