ବିରୋଧୀଙ୍କ ମୁହଁରେ ଶକ୍ତ ଚାପୁଡା ମାରିଲେ ସାଂସଦ Anubhav Mohanty, ଭାଷଣରେ ସମସ୍ତଙ୍କ ମୁହଁ ଚୁପ୍ କରିଦେଲେ, ଦେଖନ୍ତୁ video

ଲୋକସଭାରେ ଓଡିଆରେ ଭାଷଣ ଦେଇ ନିଜ ଅଧିକାର ପାଇଁ ସ୍ଵର ଉଠାଇଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି । ସେ ପ୍ରତିନିଧିତ୍ଵ କରୁଥିବା କେନ୍ଦ୍ରାପଡା ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ତାବଙ୍କୁ ତାତ୍ସଲ୍ୟ କରୁଥିବା ଲୋକଙ୍କ ମୁହଁରେ ଶକ୍ତ ଚାପୁଡା ମାରିଛନ୍ତି ନିଜେ ଅନୁଭବ । ଫିଲ୍ମ ତାଙ୍କ ପ୍ୟାଶନ ଏବଂ ଲୋକଙ୍କ ଆବଶ୍ୟକତା ପାଇଁ ଲଢିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ସେ ଦେଖାଇ ଦେଇଛନ୍ତି । ସେ ଫିଲ୍ମ ପାଇଁ ଯେତେ ଯୁଆଡେ ଗଲେ ମଧ୍ୟ ତାଙ୍କ ଲୋକଙ୍କ ପାଖରେ ଉଚିତ ସମୟରେ ଠିଆ ହେଉଛନ୍ତି ।

ଅନୁଭବ ଲୋକସଭାରେ ଉଠାଇଥବା ଅଭିଯୋଗ ଅନୁସାରେ, ଆଜି ପର୍ଯ୍ୟନ୍ତ କେନ୍ଦ୍ରାପଡାରେ ଗୋଟିଏ ହେଲେ ବି ପାସେଞ୍ଜର ଟ୍ରେନ ଚାଲି ପାରିଲା ନାହିଁ । ଏନେଇ ଅନୁଭବ ମହାନ୍ତି ନିଜେ ଅନେକ ଥର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସାରିଛନ୍ତି । ହେଲେ ଏବେ ଯାଏଁ ତାଙ୍କୁ କୌଣସି ଚିଠିର ଉତ୍ତର ମିଳିନି ବୋଲି କହିଛନ୍ତି ସାଂସଦ ଅନୁଭବ ମହାନ୍ତି । କେନ୍ଦ୍ରାପଡାରେ ଟ୍ରେନ ର ସୁବିଧା ନଥିବାରୁ କେନ୍ଦ୍ରାପଡାବାସୀ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି ।

ଅନୁଭବ ଆହୁରି ମଧ୍ୟ କହିଛନ୍ତି କି, ଦେଶ ସ୍ଵାଧୀନ ହେବା ଠାରୁ ଆଜି ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଗୋଟିଏ କିଲୋମିଟର ପାଇଁ ବି ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ଗତ ବର୍ଷ ଏବଂ ଚଳିତ ବର୍ଷ ପାଇଁ ମୟୂରଭଞ୍ଜ ରେକ ପ୍ରକଳ୍ପ ପାଇଁ ବଜେଟରେ ମାତ୍ର ହଜାରେ ଟି ଟଙ୍କା ଦିଆଯାଇଛି ।

ଆମ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ମହୋଦୟା ମୟୂରଭଞ୍ଜକୁ ଭାରତବର୍ଷରେ ପ୍ରତିପାଦିତ କରୁଛନ୍ତି, କିନ୍ତୁ ଦୁଃଖର ବିଷୟ ସେଠାରେ ଆଜି ପର୍ଯ୍ୟନ୍ତ ରେଳ ପ୍ରକଳ୍ପ ପାଇଁ କେହି ଚିନ୍ତା କରୁନାହାନ୍ତି । ଯାହାକି ପୁରା ଭାରତବର୍ଷ ପାଇଁ ଏକ ନିନ୍ଦନୀୟ କଥା ବୋଲି କହିଛନ୍ତି ଅନୁଭବ । ସେ ତାଙ୍କ ପାରିବାରିକ ବିବାଦକୁ ନେଇ ଚିନ୍ତାରେ ରହୁଥିଲେ ସୁଦ୍ଧା ଲୋକଙ୍କ ହାତ କେବେ ଛାଡି ନାହାନ୍ତି । ସୁଯୋଗ ମିଳିବା ମାତ୍ରେ ସେ ସବୁବେଳେ ଲୋକଙ୍କ ସୁବିଧା ପାଇଁ ଆଗେଇ ଆସିଛନ୍ତି ଓ ମୁହଁ ଖୋଲିଛନ୍ତି ।

ତେବେ ଅନୁଭବଙ୍କ ଏଭଳି କଟୁ ଭାଷଣ ଶୁଣିବା ବେଳେ ତାଙ୍କୁ ସମାଲୋଚନା କରୁଥିବା ଲୋକଙ୍କ ମୁହଁରେ ଏହା ଏକ ଶକ୍ତ ଚାପୁଡା ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହା ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।