ଧରା ପଡିଲା ବିରଳ ଯୋଡାମୁଣ୍ଡ ଅହିରାଜ ସାପ, ଦେଖନ୍ତୁ କେମିତି ଏକା ସହିତ ଖାଇଦେଲା 2 ଟି ମୂଷା, ପୁରା Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ଦୁଇଟି ମୁଣ୍ଡ ଥିବା ଏହି ଅହିରାଜ ସାପ ଦେଖିଲେ ଭୟ ଲାଗୁଛି । ତଥାପି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ଅହିରାଜ ସାପଟି । ଆପଣ ଭାବୁଥିବେ ଫଟୋସପ ହୋଇଥାଇ ପାରେ ! କିନ୍ତୁ ଏହା ସତ ଅଟେ ଅଟେ । ଡେରାଡୁନରୁ ଉଦ୍ଧାର କରାଯାଇଛି ଏହି ଦୁଇ ମୁଣ୍ଡ ଥିବା ଅହିରାଜ ସାପକୁ । ସାପଟିକୁ ବର୍ତ୍ତମାନ ଡେରାଡୁନର ଚିଡିଆଖାନାରେ ରଖାଯାଇଛି । ଏହି ସାପକୁ ଉଦ୍ଧାର କରିଥିବା ବ୍ୟକ୍ତି କହିଛନ୍ତି ଯେ, ଗତ ୧୫ ବର୍ଷ ମଧ୍ୟରେ ସେ ଅନେକ ସାପ ଉଦ୍ଧାର କରିଛନ୍ତି ।

କିନ୍ତୁ ଏମିତି ଯୋଡାମୁଣ୍ଡ ଥିବା ବିରଳ ସାପ ସେ ପ୍ରଥମ ଥର ପାଇଁ ଦେଖିଛନ୍ତି । ଉତ୍ତରାଖଣ୍ଡର ବନବିଭାଗ ମଧ୍ୟ ଚିଡିଆଖାନାରେ ସାପ ଟିକୁ ଅତି ଯତ୍ନର ସହ ରଖିଛନ୍ତି । ଆଉ ସାପଟି ମୂଷା ମାନଙ୍କୁ ଖପଖାପ ଖାଇବାରେ ଲାଗିଛି । ଉତ୍ତରାଖଣ୍ଡର ଫରେଷ୍ଟ ଅଫିସର କହିଛନ୍ତି କି ଏହି ସାପଟି ଖୁବ ବିରଳ ଅଟେ । ଏହା ସହିତ ଫରେଷ୍ଟ ଡିଭିଜନର ଅଧିକାରୀ ମାନେ ମଧ୍ୟ ଏହି ସାପ ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।

ଏହି ସାପ ଟିକୁ ଉଦ୍ଧାର କରିଥିବା ଆଦିଲ ମିର୍ଜା କହିଛନ୍ତି କି ବିକାଶନଗର ଇଲାକାରେ ଜଣେ ବ୍ୟକ୍ତି ତାଙ୍କୁ ଏହି ସାପର ଖବର ଦେଇଥିଲେ । ସେ ଯେତେବେଳେ ଯାଇ ସାପ ଟିକୁ ଦେଖିଲେ ବିଶ୍ବାସ କରି ପାରି ନ ଥିଲେ । ସାପ ଟିର ଫଟୋ ସାପ ଧରାଳି ଜଣକ ନିଜେ ଉଠାଇଥିଲେ । ତାଙ୍କର ଲମ୍ବା ଜୀବନକାଳ ମଧ୍ୟରେ ଏମିତି ସାପ ସେ କେବେ ଦେଖି ନ ଥିଲେ ବୋଲି କହିଥିଲେ ।

ଏହି କିଙ୍ଗ କୋବ୍ରା ବା ଅହିରାଜ ସାପଟି ଦେଢ ଫୁଟ ଲମ୍ବା ଅଟେ । ଏହାର ଦୁଇଟି ମୁଣ୍ଡ ଥିବା ବେଳେ ଏହି ସାପଟିର ବୟସ ମାତ୍ର ଦୁଇ ସପ୍ତାହ ବୋଲି ସେ ଅନୁମାନ କରି କହିଛନ୍ତି । ଏହା ସହ ଆହୁରି ଅନେକ ଲୋକ ମଧ୍ୟ ଡେରାଡୁନ ଚିଡିଆଖାନାର ଏହି କିଙ୍ଗ କୋବ୍ରା ଉପରେ ନଜର ରଖିଛନ୍ତି ଓ ଏହା ଉପରେ ଗବେଷଣା କରିବା ପାଇଁ ମଧ୍ୟ ଯୋଜନା ଚାଲିଛି ।

୧୯୩୬ ରେ ଉତ୍ତରପ୍ରଦେଶର କିଛି ସ୍ଥାନରେ ଏହିପରି ସାପ ଦେଖିବାକୁ ମିଳିଥିଲା ଶୁଣିବାକୁ ମିଳୁଛି । ତେବେ ଏହି ସାପ ଆଗରୁ ଥିଲେ ନା କିପରି ବିବର୍ତ୍ତିତ ହୋଇ ଜନ୍ମ ନେଉଛନ୍ତି ଏହା ମଧ୍ୟ ଏକ ଗବେଷଣାର ବିଷୟ ଅଟେ । ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।