ଗାଁ ପିଲାମାନେ ଧାରି ନେଲେ 7 କିଲୋ ର ପେଚା, ଆଉ ତା’ପରେ…ଦେଖନ୍ତୁ ଏହି Video

ଗିରିଡିହ ର ଜମୁଆ ପ୍ରଖଣ୍ଡର ଧୋତୋରେ ଦୁଇ ଦିନ ପୂର୍ବରୁ ଗ୍ରାମବାସୀ ଗୋଟିଏ ୭ କିଲୋ ଓଜନର ପେଚାକୁ ଧରିଥିଲେ ଓ ତାକୁ ଗୋଟିଏ ଖୁଣ୍ଟି ସାହାଯ୍ୟରେ ବାନ୍ଧି ରଖିଥିଲେ । ସମସ୍ତ ଗ୍ରାମବାସୀ ପେଚାକୁ ଦେଖିବାକୁ ଘେରି ରହିଥିଲେ ଓ ଅନେକ ପେଚା ସହ ମଧ୍ୟ ଲାଗୁଥିଲେ ଓ ତାର ମଜା ନେଉଥିଲେ । କିନ୍ତୁ ପେଚାଟି ବହୁତ ଡରି ଯାଇଥିବା ଭଳି ଦେଖା ଯାଉଥିଲା । ଏହି ଘଟଣା ସମୟର ଭି-ଡି-ଓ ଭା-ଇ-ରା-ଲ ହେବା ପରେ ସେଠାକାର ବନ ବିଭାଗ ଅଧିକାରୀଙ୍କ ମଧ୍ୟରେ ହଡକମ୍ପ ମଚି ଯାଇଥିଲା ।

ତୁରନ୍ତ ନିଜ ଟିମ ସହ ଫରେଷ୍ଟର ଦୁତ୍ତେଶ୍ଵର ସିଂ ଧୋତୋ ପହଞ୍ଚି ଥିଲେ ଓ ଘଟଣାର ଛାନଭିନ କରିଥିଲେ । କିନ୍ତୁ ସେମାନେ ଜାଣିବାକୁ ପାଇଥିଲେ କି ଗ୍ରାମବାସୀ ରାତିରେ ହିଁ ପେଚାକୁ ନେଇ ଜଙ୍ଗଲରେ ଛାଡି ଦେଇଥିଲେ । ୭ କିଲୋର ପେଚାକୁ ଖୁଣ୍ଟିରେ ବାନ୍ଧି ବର୍ବରତା କରାଯାଉ ଥିବା ଖବର ବ୍ୟାପିଯିବା ପରେ ଗିରିଡିହ ର ବନ ବିଭାଗ ଅଧିକାରୀ ମାନେ ଏହାକୁ ନେଇ ତତ୍ପରତା ଦେଖାଇଥିଲେ ।

ପେଚାକୁ ଧରିଥିବା ଖବର ପାଇବା ମାତ୍ରେ ଜିଲ୍ଲା ଫରେଷ୍ଟ ଅଫିସର ତୁରନ୍ତ ଜମୁଆ ପ୍ରଖଣ୍ଡର ରେଞ୍ଜରଙ୍କୁ କଲ୍ କରିଥିଲେ ଓ ରେଞ୍ଜର ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମାମଲା ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଜଣ ପଡିଥିଲା କି ଗାଁ ର ପିଲାମାନେ ଖେଳ ଖେଳରେ ପେଚାକୁ ଧରି ନେଇଥିଲେ । କିନ୍ତୁ କିଛି ଦାୟିତ୍ବଶୀଳ ଗ୍ରାମବାସୀ ସେମାନଙ୍କୁ ବୁଝାଇବା ପରେ ସେମାନେ ପେଚାକୁ ରାତିରେ ହିଁ ନେଇ ଜଙ୍ଗଲରେ ଛାଡି ଦେଇ ଆସିଥିଲେ । ପେଚାଟିକୁ ଖୁଣ୍ଟିରେ ବାନ୍ଧି ଦେବା ପରେ ସେ ବହୁତ ଡରି ଯାଇଥିଲା ।

ତାକୁ ଘେରି ଯାଇ ଅନେକ ପିଲା ଓ ଗ୍ରାମବାସୀ ମଜା ନେଉଥିଲେ । ଏତେ ବଡ ପକ୍ଷୀ ସହ ଏଭଳି କାର୍ଯ୍ୟ ନିନ୍ଦନୀୟ ଅଟେ । ଆପଣ କେବେ ମଧ୍ୟ କେଉଁ ପଶୁପକ୍ଷୀଙ୍କ ସହ ଏମିତି ବର୍ବରତା କରନ୍ତୁ ନାହିଁ । ଯାହା ହେଉ ପରେ ସେମାନେ ନିଜ ଭୁଲ ବୁଝି ପେଚାକୁ ଜଙ୍ଗଲରେ ଛାଡି ଦେଲେ । ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଆପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।