ବାଇକ ଚାଳକଙ୍କୁ ଧକ୍କା ଦେଲା Rani Panda ଙ୍କ କାର୍, ଯୁବକଙ୍କ ଅବସ୍ଥା ଦେଖି ତାତିଗଲେ ଲୋକେ, ଦେଖନ୍ତୁ video

ସବୁବେଳେ ଚର୍ଚ୍ଚାରେ ରହୁଥିବା ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ନେଇ ଏକ ବଡ ଖବର ଆସିଛି । ଗତ ରାତିରେ ରାନୀ ନିଜ କାର୍ ରେ ଯାଉଥିବା ଏକ ବାଇକ ସହ ତାଙ୍କ କାର୍ ଧକ୍କା ହୋଇଥିଲା । ଫଳରେ ବାଇକ ଚାଳକ ସୁକାନ୍ତ ବେହେରା ଗୁରୁତର ଆହତ ହୋଇଛନ୍ତି । ପରେ ଡାକ୍ତର ସୁକାନ୍ତଙ୍କୁ ମୃତ ଘୋଷଣା କରିଥିବା ସୂଚନା ଦେଇଛନ୍ତି ଆଠଗଡ ଆଇଆଇସି । ସୂଚନା ଅନୁଯାୟୀ, କଟକ ଜିଲ୍ଲା ଆଠଗଡ ବ୍ଲକ ତାଳଖାଇ ଛକ ନିକଟରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ।

ଏଭଳି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଆଠଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସାମାନ୍ଯ ଶାନ୍ତ ହୋଇଥିଲା । ଏହି ମାମଲାରେ ପୋଲିସ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ଅଟକ ରଖିବା ସହ ପରେ ଛାଡି ଦେଇଥିବା ସୂଚନା ମିଳିଛି । ତେବେ ଏହି ଘଟଣା ସମ୍ବନ୍ଧରେ ବର୍ତ୍ତମାନ ଯାଏଁ ରାନୀ ପଣ୍ଡାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ରାନୀଙ୍କୁ ଶେଷ ଥର ପାଇଁ କମେଡିଆନ ରାଜୁ ଦାସଙ୍କ ବିବାହ ରିସେପ୍ସନରେ ଦେଖିବାକୁ ମିଳିଥିଲା । ଏହାପରେ ରାନୀଙ୍କୁ ଏକ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯିବାର ଥିଲା । ତେବେ ରାନୀ ଯାତ୍ରା ଅଭିମୁଖେ ଯାଉଥିବା ବେଳେ ଏଭଳି ସଡକ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଯାତ୍ରା ଜଗତର ଏହି ଚର୍ଚ୍ଚିତ ଆଇଟମ ଗାର୍ଲଙ୍କ ଗାଡି ଧକ୍କାରେ ରାଜନଗର ଗ୍ରାମର ଯୁବକ ସୁକାନ୍ତ ଗୁରୁତର ଆହତ ହୋଇଥିଲେ ।

ତାଙ୍କୁ ସେଠାରୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ସ୍ଥାନ ଓ ବାଇକର ଅବସ୍ଥା ଦେଖି ଆପଣ ଆନ୍ମାନ କରି ପାରୁଥିବେ କି କେତେ ଭୟଙ୍କର ଭାବେ ଦୁର୍ଘଟଣା ଘଟିଥିଲା । ରାନୀ ପଣ୍ଡା ଯେଉଁ କାର୍ ରେ ଥିଲେ ତା’ର ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ ରହିଛି । କାର୍ ଟିର ସାମ୍ନା ପଟଟି ଏକଦମ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଯାଇଥିଲେ ।

ପୋଲିସ ଯଥାଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲରେ କରିଥିଲା ଓ ରାନୀ ପଣ୍ଡାଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରି ନେଇଥିଲା । ଏହି ଦୁର୍ଘଟଣାରେ ରାନୀ ପଣ୍ଡା ବିଶେଷ ଆହତ ହୋଇ ନଥିବା ସୂଚନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।