ବିଜୁଳିର ଝଟକା ଲାଗିଲେ ତୁରନ୍ତ କରନ୍ତୁ ଏହି ଉପାୟ, ବଞ୍ଚାଇପାରିବେ ଜୀବନ

ଆଜିର ଦୁନିଆରେ କିଛି ବି କାମ ବିନା ବିଜୁଳିରେ ହୋଇପାରିବ ନାହିଁ । ଆମର ଦୈନଦିନ ଜୀବନରେ ବିଜୁଳିର ବହୁତ ମହତ୍ତ୍ଵ ରହିଛି । ବିନା ବିଜୁଳିରେ ଗୋଟିଏ ଦିନ ବି ରହିବା କଷ୍ଟକର ହୋଇଥାଏ । କିନ୍ତୁ ବିଜୁଳି ଆମ କାର୍ଯ୍ୟ ପାଇଁ ଯେତେ ଉପଯୋଗୀ ସେତିକି ହିଁ ବିପଦଦାୟକ ଥାଏ । ବିଜୁଳି ଗୋଟିଏ ମଣିଷକୁ ମାରି ଦେବାର ଶକ୍ତି ମଧ୍ୟ ରଖିଥାଏ । ସେଥିପାଇଁ ଆମକୁ ବିଜୁଳି ପ୍ରତି ସାବଧାନ ରହିବା ଉଚିତ ।

ଓଦା ହାତରେ କେବେବି ବିଜୁଳି ତାର ବା ସ୍ଵିଚକୁ ମାରିବେ ନାହିଁ । ଯଦି ଆପଣ ବିଜୁଳି ତାରକୁ ଯୋଡୁଛନ୍ତି ତେବେ ଧ୍ୟାନ ରଖିବେ କି ପାୱାର ଯେମିତି ଅଫ୍ ଥିବ, ବିଜୁଳି ଉପରେ ଯାହାବି କାମକରିବେ ଚମଡା ଜୋତା ପିନ୍ଧି କରି ହିଁ କରିବେ । କିନ୍ତୁ ବହୁତ ସାବଧାନ ରହି ମଧ୍ୟ ଲୋକମାନଙ୍କୁ କରେଣ୍ଟ ଲାଗିଥାଏ । ସେହି ସମୟରେ ଏହି ସବୁ ଉପାୟ କରିଲେ ସେହି ଲୋକର ଜୀବନ ବଞ୍ଚିପାରିବ ।

୧. ପ୍ରଥମେ ବ୍ୟକ୍ତିକୁ କରେଣ୍ଟ ଲାଗିଥିବା ସୋର୍ସ ରୁ ବା ତାରରୁ ଅଲଗା କରିବାକୁ ହେବ । ସେଥିପାଇଁ ଆପଣ ନିଜ ହାତ ବା କୌଣସି ଲୁହାର ବ୍ୟବହାର କରିବେ ନାହିଁ ନଚେତ ଆପଣ ବି କରେଣ୍ଟ ଦ୍ଵାରା ଆଘାତ ପାଇବେ । ସେଥିପାଇଁ ଆପଣ କୌଣସି କାଠ ଦ୍ୱାରା ସେହି ସୋର୍ସ କୁ ଲୋକ ଠାରୁ ଅଲଗା କରିବେ ।

୨. ଯଦି କୌଣସି ବ୍ୟକ୍ତି କରେଣ୍ଟ ଦ୍ୱାରା ଆଘାତ ପାଇ ବେହୋସ ହୋଇଯାଇଛି, ତେବେ ଆପଣ ନିଜ ପାଟିରେ ତାକୁ ନିଶ୍ଵାସ ଦିଅନ୍ତୁ ଓ ତାର ଛାତିକୁ ବାରମ୍ବାର ଦବାନ୍ତୁ, ନିଶ୍ଵାସ ଦେବା ଫଳରେ ସେ ଅମ୍ଳଜାନ ପାଇବ ଓ ଛାତିକୁ ଡାବିବା ଦ୍ଵାରା ତା’ର ହାର୍ଟବିଟ ସାମାନ୍ଯ ମାତ୍ରାକୁ ଆସିଯିବ ।

୩. ଯଦି କରେଣ୍ଟ ମାଡରେ କିଏ ଆଘାତ ପାଇଛି ଯାହାଦ୍ୱାରା ତାର ବ୍ଲିଡିଙ୍ଗ ହେଉଛି, ବ୍ଲିଡିଙ୍ଗକୁ ବନ୍ଦ କରିବା ପାଇଁ ଆପଣ କେବଳ ସୂତା କପଡାର ବ୍ୟବହାର କରନ୍ତୁ ।

୪. କରେଣ୍ଟରୁ ଲାଗିବା ପରେ ଯେତେବେଳେ ବ୍ୟକ୍ତି ହୋସରେ ଆସେ ତେବେ ତା’କୁ ସଙ୍ଗେ ସଙ୍ଗେ ଖାଇବାକୁ ଦେବେ ନାହିଁ ।

୫. ଯଦି ବ୍ୟକ୍ତି ଜଣକ ଅତ୍ୟଧିକ ଆଘାତ ପାଇଛି ତେବେ ତାକୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ପଠାନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।