ସ୍କୁଲ ବସ ର ରଙ୍ଗ ହଳଦିଆ ହିଁ କାହିଁକି ହୋଇଥାଏ, ୯୯ % ଲୋକଙ୍କୁ ଜଣା ନାହିଁ ଏହାର କାରଣ

ସ୍କୁଲ ବସର ରଙ୍ଗ ହଳଦିଆ ହୋଇଥାଏ, ହେଲେ ୯୯% ଲୋକ ଏହି ବିଷୟରେ କିଛି ଜାଣି ନାହାଁନ୍ତି । ଆପଣ ଯଦି ଧ୍ୟାନ ଦେଇଥିବେ, ତାହେଲେ ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଆସିଥିବ । ବର୍ତ୍ତମାନ ସୁପ୍ରିମ କୋର୍ଟର ଆଦେଶରେ ପ୍ରାଇଭେଟ ସ୍କୁଲ ବସର ରଙ୍ଗ ମଧ୍ୟ ହଳଦିଆ ରହିବ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କାହିଁକି ହଳଦିଆ ରଙ୍ଗକୁ ଏତେ ଗୁରୁତ୍ଵ ଦିଆଯାଉଛି । ଏହା କେବଳ ଆମ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହି ନିୟମ ରହିଛି । ସେଠାରେ ମଧ୍ୟ ସବୁ ସ୍କୁଲ ବସର ରଙ୍ଗ ହଳଦିଆ ଅଟେ ।

ଆସନ୍ତୁ ଜାଣିବା ସ୍କୁଲ ବସରେ କାହିଁକି ହଳଦିଆ ରଙ୍ଗ ଦିଆଯାଏ । ବହୁତ ଲୋକଙ୍କୁ ଲାଗିଥାଏ କେବଳ ଲାଲ ରଙ୍ଗ ସମସ୍ତଙ୍କର ଧ୍ୟାନକୁ ଆକର୍ଷିତ କରିଥାଏ, କିନ୍ତୁ ବାସ୍ତବରେ ହଳଦିଆ ରଙ୍ଗ ବାକି ରଙ୍ଗ ଠାରୁ ଆମର ଧ୍ୟାନକୁ ଅଧିକ ଆକର୍ଷିତ କରିଥାଏ । ହଳଦିଆ ରଙ୍ଗ ସାଧାରଣତଃ ଗୁରୁତ୍ଵପୂର୍ଣ୍ଣ ସୂଚନାକୁ ଦର୍ଶାଇ ଥାଏ ।

ବୈଜ୍ଞାନିକମାନଙ୍କର ରିସର୍ଚରୁ ମଧ୍ୟ ଜଣା ପଡିଛି ଲାଲ ରଙ୍ଗ ତୁଳନାରେ ହଳଦିଆ ରଙ୍ଗ ୧. ୨୪ ଗୁଣ ଅଧିକ ଭଲ ଦେଖାଯାଇଥାଏ । ଅନ୍ଧାରରେ ମଧ୍ୟ ହଳଦିଆ ରଙ୍ଗ ଜଣା ପଡିଥାଏ । ସେଥିପାଇଁ ହଳଦିଆ ରଙ୍ଗକୁ ଅଧିକ ଗୁରୁତ୍ଵ ଦିଆ ଯାଏ । ସର୍ବ ପ୍ରଥମେ ଏହାର ଆରମ୍ଭ ୧୯୩୦ରେ ଆମେରିକାରେ ହୋଇଥିଲା । ସେଥିପାଇଁ କେବଳ ଭାରତ ନୁହେଁ ଏହା ବିଦେଶରେ ମଧ୍ୟ ଚାଲିଛି ।

ଆପଣ ମାନେ ଦେଖିଥିବେ ସୁରକ୍ଷା ଦୃଷ୍ଟିରୁ ରାସ୍ତାରେ ଥିବା ଟ୍ରାଫିକ ଲାଇଟ ଓ କିଛି ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ପାଇଁ ହଳଦିଆ ରଙ୍ଗ ଲାଇଟର ବ୍ୟବହାର କରାଯାଏ । ବର୍ତ୍ତମାନ ସୁପ୍ରିମ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇସାରିଛି କି ପ୍ରାଇଭେଟ ସ୍କୁଲ ବସର ରଙ୍ଗ ମଧ୍ୟ ହଳଦିଆ ହେବ । ସେଥିପାଇଁ ସବୁ ସ୍କୁଲ ବସର ରଙ୍ଗ ହଳଦିଆ ହୋଇଥାଏ, ଏହା ଫଳରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ ଅଧିକ ସ୍ପଷ୍ଟ ହୋଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।