ବିଜେପି କୁ ଭୋଟ ଦେଇଥିବାରୁ ମହିଳାଙ୍କ ସହ ଏମିତି କାଣ୍ଡ ଘଟାଇଲା ଦିଅର ।

ନମସ୍କାର ବନ୍ଧୁଗଣ । ବିଜେପି କୁ ଭୋଟ ଦେବା ଏହି ମହିଳାଙ୍କୁ ଭାରି ପଡିଲା । ତାଙ୍କ ସହ ଘଟିଛି ଅଭାବନୀୟ ଘଟଣା । ବିଜେପି କୁ ଭୋଟ ଦେବାରୁ ମହିଳାଙ୍କ ସହ ତାଙ୍କ ଦିଅର ଏମିତି କିଛି କରିଛନ୍ତି ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏହି ମହିଳାଙ୍କ ନାଁ ହେଉଛି ସମିନା । ସମିନାଙ୍କ ସହ ତାଙ୍କ ନିଜ ଦିଅର ଯାହା କରିଛନ୍ତି ଏଥିପାଇଁ ସେ ପୋଲିସର ଦ୍ଵାରସ୍ଥ ହୋଇଥିଲେ । ଆଉ ପୋଲିସ କାର୍ଯ୍ୟନୁଷ୍ଠାନ ନ ନେବାରୁ ସେ ନିରାଶ ହୋଇଥିଲେ ।

ସେ ଦବି ନ ଯାଇ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ଦେଇଥିଲେ । ବିଜେପିକୁ ଭୋଟ ଦେବାରୁ ସମିନାଙ୍କ ଦିଅର ଏମିତି କରିଥିବାର ଓ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନ ନେଇଥିବା କଥା ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏହି ଘଟଣାକୁ ନେଇ ଚର୍ଚ୍ଚା ହେବା ପରେ ନିଜେ ମୁଖ୍ୟମନ୍ତ୍ରୀ ସମିନାଙ୍କ ସହ ସାକ୍ଷାତ କରିଛନ୍ତି । ଏହି ଘଟଣା ଘଟିଛି ମଧ୍ୟପ୍ରଦେଶ ସେହୋର ଜିଲ୍ଲା ଅମହମଦପୁର ଥାନା ବରଖେଡ ହେସନ ଗାଁ ରେ ।

ସମିନାଙ୍କ ଅଭିଯୋଗ ଅନୁଯାୟୀ ନିକଟରେ ଶେଷ ହୋଇଥିବା ନିର୍ବାଚନ ଫଳାଫଳ ବାହାରିବା ପରେ ସେ ବିଜୟ ଉଶ୍ଚବ ପାଳନ କରୁଥିଲେ । ଡିସେମ୍ବର 4 ସନ୍ଧ୍ୟାରେ ମୁଁ ମୋ ପିଲାମାନେ ବିଜେପିର ବିଜୟ ଉଶ୍ଚବା ପାଳନ କରୁଥିଲେ । ସେଠାକୁ ମୋ ଦିଅର ଜାଭେଦ ଖାନ ଆସିଥିଲେ ଆଉ ବିଜେପିକୁ କାହିଁକି ଭୋଟ ଦେଇଛୁ କହି ଗାଳି ଗୁଲଜ କରିଥିଲା । ଯେବେ ମୁଁ ଏହାର ପ୍ରତିବାଦ କରିଥିଲି ସେତେବେଳେ ସେ ମୋତେ ପ୍ରବଳ ମାଡ ମାରିଥିଲା ।

ମୋ ପିଲାଙ୍କ ଆଗରେ ମୋତେ ନିର୍ମମ ଭାବେ ମାଡ ମାରିଛି ମୋ ଦିଅର । ବିଜେପିକୁ ଭଟ ଦେଇଥିବାରୁ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲା ବୋଲି ସମିନା ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ସେ ଅମହମଦପୁର ଥାନାରେ ଦ୍ଵାରସ୍ଥ ହେବା ପରେ ପୋଲିସ ମାମଲା ରୁଜୁ କରିଥିଲା କିନ୍ତୁ ଦିଅର କୁ ଗିରଫ କରି ନ ଥିଲା । ଏହି ଘଟଣାକୁ ନେଇ ଚର୍ଚ୍ଚା ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଙ୍କ ପାଖରେ ପହଞ୍ଚିଥିଲା ।

ଆଉ ମୁଖ୍ୟମନ୍ତ୍ରୀ ଏହା ଜାଣିବା ପରେ ସମିନାଙ୍କୁ ଡକାଇଥିଲେ ଓ ସମିନା ପିଲାଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ । ସବୁ ଘଟଣା ବିଷୟରେ ଆଲୋଚନା ହୋଇଛି । ସମିନା ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାରରେ ଏହି ଫୋଟୋ ସୋସିଆଲ ମିଡିଆରେ ସେୟାର କରିବା ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ “ମଜବୁତ ଗଣତନ୍ତ୍ର ପାଇଁ ବିଜେପିକୁ ଭୋଟ ଦେଇଥିବାରୁ ମୋର ଜଣେ ଭଉଣୀ ତାଙ୍କ ପରିବାରରେ ନିର୍ଜ୍ୟାତିତା ହୋଇଥିବା ଜାଣିବାକୁ ପାଇଲି ।

ଏ ସମ୍ପର୍କରେ ଉଚିତ କାର୍ଯ୍ୟନୁଷ୍ଠାନ ପାଇଁ ମୁଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଏହା ସହ ପୀଡ଼ିତା ଭଉଣୀ ଙ୍କୁ ଆର୍ଥିକ ସହାୟତା ଓ ସୁରକ୍ଷା ଦିଆଯିବ । ମୁଖ୍ୟମନ୍ତ୍ରୀ ଆଗକୁ ଲେଖିଛନ୍ତି ତୁମେ ବ୍ୟସ୍ତ ହୁଅନି ମୁଁ ତୁମ ସହ ଅଛି । ସମିନା ନିଜ ସହ ହୋଇଥିବା ଅନ୍ୟାୟ ବିଷୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ମୋର ଭାଇ ତାଙ୍କୁ ମୁଁ ଆଗକୁ ବି ଭୋଟ ଦେବୀ ବୋଲି କହିଛନ୍ତି ସମିନା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।