ବିଜ୍ଞାନ ଅନୁସାରେ ଆପଣଙ୍କୁ କେତେ ସମୟ ଶୋଇବା ଉଚିତ, ଜାଣନ୍ତୁ

ଶୋଇବା ଆମ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଏକ ମୁଖ୍ୟ ଅଂଶ ଅଟେ । କିନ୍ତୁ ବେଳେ ବେଳେ ଶୋଇବାକୁ ଆମେ ଏତେ ମହତ୍ଵ ଦେଇ ନ ଥାଉ । ମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉ କି ମାତ୍ର ଦିନକୁ ୩ ରୁ ୪ ଘଣ୍ଟା ଶୋଇ ପୁଣି ଥରେ ନିଜ କାମରେ ବ୍ୟସ୍ତ ହୋଇଯାଉ । କିନ୍ତୁ ଏହିଭଳି କରିବା ଦ୍ଵାରା ଆପଣ ଶାରୀରିକ ଓ ମାନସିକ ଦୁଇଟି ରୂପରେ ବହୁତ ବ୍ୟସ୍ତପୂର୍ଣ୍ଣ ରହିବେ ।

ଯଦି ଆପଣଙ୍କୁ ଦିନ ସାରା ଊର୍ଜାରେ ଭରପୁର ରହିବାର ଅଛି ଓ ନିଜ ମସ୍ତିଷ୍କର ଭରପୁର ବ୍ୟବହାର କରିବାର ଅଛି ତେବେ ନିଦ ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କେଉଁ ବୟସରେ ଆପଣଙ୍କୁ କେତେ ଘଣ୍ଟା ଶୋଇବାର ଅଛି । ଯାହା ଦ୍ଵାରା ଆପଣ ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରହିବେ ଓ ଆପଣ ସବୁ କାମକୁ ମନ ଲଗାଇ କରି ପାରିବେ ।

ନବଜାତ ଶିଶୁ ମାନେ ୩ ମାସରୁ କମ ବୟସର ଶିଶୁଙ୍କୁ ସବୁଦିନ ୧୪ ରୁ ୧୭ ଘଣ୍ଟା ଶୋଇବା ଉଚିତ । ଏହି ସମୟରେ ପିଲାମାନଙ୍କ ଗ୍ରୋଥ ବହୁତ ଜଲ୍ଦି ହୋଇଥାଏ । ସେଥିପାଇଁ ଏମାନଙ୍କୁ ବହୁତ ସମୟ ଶୋଇବା ଦରକାର । ୪ ମାସରୁ ୧୧ ମାସର ଶିଶୁଙ୍କୁ ପାଖାପାଖି ୧୨ ରୁ ୧୫ ଘଣ୍ଟା ଶୋଇବା ଉଚିତ । ୧ ରୁ ୨ ବର୍ଷର ଶିଶୁଙ୍କୁ ପାଖାପାଖି ୧୧ ଘଣ୍ଟା ରୁ ୧୪ ଘଣ୍ଟା ପର୍ଯ୍ୟନ୍ତ ଓ ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ପାଖାପାଖି ୧୦ ରୁ ୧୩ ଘଣ୍ଟା ଶୋଇବା ଉଚିତ ।

୬ ରୁ ୧୩ ବର୍ଷ ପର୍ଯ୍ୟନ୍ତ ପିଲାକୁ ୯ ରୁ ୧୧ ଘଣ୍ଟା ଶୋଇବା ଉଚିତ । ଏହା ଛଡା ୧୪ ରୁ ୧୮ ବର୍ଷର ପିଲାଙ୍କୁ ପାଖପାଖି ୮ ରୁ ୧୦ ଘଣ୍ଟା ଶୋଇବା ଉଚିତ । ଏହା ପରେ ୧୮ ରୁ ୨୫ ବର୍ଷର ଯୁବକଙ୍କୁ ପାଖପାଖି ୭ ରୁ ୯ ଘଣ୍ଟା ଶୋଇବା ଉଚିତ । ୨୬ ରୁ ୬୪ ବର୍ଷର ବ୍ୟକ୍ତିଙ୍କୁ ପାଖପାଖି ୭ ରୁ ୯ ଘଣ୍ଟା ଶୋଇବା ଉଚିତ । ଏହା ପରେ ୬୫ ବର୍ଷରୁ ଉର୍ଦ୍ଧ ଲୋକମାନେ ନିଜର ନିଦ ୭ ରୁ ୮ ଘଣ୍ଟା ମଧ୍ୟରେ ପୁରା କରି ପାରିବେ ।

ଏଥିରୁ ଆପଣ ଜାଣି ପାରିବେ କି ଆପଣଙ୍କ ବୟସ ଯେତେ ବଢି ବଢି ଯିବ ସେତିକି କମ ଶୋଇବାକୁ ପଡିବ । ଏହା ଛଡା ଯଦି ଆପଣ ଶାରୀରିକ ଓ ମାନସିକ ରୂପରେ ଅଧିକ କାମ କରୁଛନ୍ତି ତେବେ ଆପଣ ଅଧିକ ସମୟ ଶୋଇ ପାରିବେ । ଯଦି ଆପଣ ଜିମ ଯାଉଛନ୍ତି ତେବେ ଆପଣ ଅଧିକ ସମୟ ଶୋଇବାକୁ ଯାଆନ୍ତୁ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।