ଯେବେ ଦେଖାଦିଏ ଏହି ସବୁ କଥା, ତେବେ ବୁଝି ଯାଆନ୍ତୁ କି ଭାଗ୍ୟ ଦେଉ ନାହିଁ ଆପଣଙ୍କ ସାଥ

ହିନ୍ଦୁ ଧର୍ମରେ ଜ୍ୟୋତିଷ ବିଦ୍ୟାକୁ ସବୁଠୁ ଉତ୍ତମ ବୋଲି କୁହାଯାଇଛି । କହିବାକୁ ଗଲେ ଜ୍ୟୋତିଷ ବିଦ୍ୟାରେ ଗୁରୁ ଗ୍ରହକୁ ଜ୍ଞାନ ଓ ଭଲ ଭାଗ୍ୟର ସୂଚକ ବୋଲି କୁହାଯାଏ । ଆପଣଙ୍କୁ କହିଦେଉଛୁ କି ଗୁରୁ ଗ୍ରହ କୌଣସି ବି ବ୍ୟକ୍ତିର ଭାଗ୍ୟ ବଦଳାଇବାର ଶକ୍ତି ରଖିଥାଏ । ଏମିତିରେ ଯଦି ଗୁରୁ ଗ୍ରହ ଆପଣଙ୍କ ସାଥ ଦେବ ତେବେ ଆପଣଙ୍କ ଭାଗ୍ୟ ଚମକି ଉଠିବ ଓ କିନ୍ତୁ ଯଦି ଗୁରୁ ଗ୍ରହର କୃପା ଆପଣଙ୍କ ଉପରୁ ହଟିଯିବ ତେବେ ଆପଣଙ୍କ ଖରାପ ଦିନ ଆସିବା ସୁନିଶ୍ଚିତ ।

ଆପଣଙ୍କୁ କହିଦେଉଛୁ କି ଗୁରୁ ଗ୍ରହ ଅଶୁଭ ଥିଲେ ମନୁଷ୍ୟ କେତେ ବି ପରିଶ୍ରମ କରୁ, ଭାଗ୍ୟ ତାହାର ସାଥ ଦେବାରେ ସଫଳ ହୋଇ ପାରି ନ ଥାଏ । ଆଜି ଆମେ ଆପଣଙ୍କୁ କିଛି ଏମିତି ହିଁ ସଂକେତ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ କହିବ କି ଗୁରୁ ଗ୍ରହ ଆପଣଙ୍କ ସହିତ ଅଛି ନା ନାହିଁ ।

·    ଯଦି ଆପଣଙ୍କୁ ଘରକୁ ବହୁତ ସମୟ ହେବ ଅଶୁଦ୍ଧ ପବନ ଆସିବାକୁ ଲାଗିଛି ତେବେ ଆପଣ ବୁଝି ଯାଆନ୍ତୁ କି ଗୃର ଗ୍ରହର ଭଲ ଫଳ ଆପଣଙ୍କୁ ମିଳୁ ନାହିଁ । ଏହି ପ୍ରକାରର ସଂକେତ ମିଳିବା ମାତ୍ରେ ହିଁ ଆପଣ ନିଜ ଘରକୁ ପରିଷ୍କାର କରିବା ଆରମ୍ଭ କରି ଦିଅନ୍ତୁ । ଯାହା ଦ୍ଵାରା ଗୁରୁ ଗ୍ରହର କୃପା ଆପଣଙ୍କ ଉପରେ ରହିବ ।

·    ଆପଣ ଜାଣି ବହୁତ ଆଶ୍ଚର୍ଯ୍ୟ ହେବେ କି ବହୁତ ବ୍ୟକ୍ତି ଅନ୍ଧବିଶ୍ଵାସରେ ବି ଥାଆନ୍ତି । ଏହା ସହିତ କେତେକ ଲୋକମାନେ କିଛି ମିଥ୍ୟା ବାବାଙ୍କ ଚକ୍କରରେ ବି ପଡନ୍ତି । ଏହିଭଳି କରିବା ଦ୍ଵାରା ଘରେ ଅଶାନ୍ତି ବି ଲାଗି ରହିଥାଏ ।

·    ଅଶୁଭ ଗୁରୁ ଗ୍ରହର ପ୍ରଭାବ ଦ୍ଵାରା ପୁରୁଷମାନେ ନିଜର ଦାଢି ପୂର୍ବ ଅପେକ୍ଷା ଅଧିକ ଲମ୍ବା ରଖିବାକୁ ଲାଗନ୍ତି ଓ ପ୍ରାୟତଃ ସ୍ତ୍ରୀମାନେ ମୋତିର ମାଳା ପିନ୍ଧିବା ବି ଆରମ୍ଭ କରି ଦିଅନ୍ତି ।

·    ଯଦି ଆପଣଙ୍କ ଘରେ ପ୍ରେମ ଜାଗାରେ ଘର ଲୋକମାନଙ୍କ ସହ ଝଗଡା ହେବାକୁ ଲାଗିଛି ଓ ଆପଣ ସବୁ କଥାରେ ମିଥ୍ୟା କହିବାକୁ ଲାଗିଛନ୍ତି ତେବେ ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ଜାତକରେ ଗୁରୁ ଗ୍ରହର ଅଶୁଭ ଦଶା ଆରମ୍ଭ ହୋଇ ଯାଇଛି ।

·    ଯେଉଁ ସ୍ତ୍ରୀ ଓ ଝିଅମାନଙ୍କ ଜାତକରେ ଗୁରୁ ଗ୍ରହର ଅଶୁଭ ପ୍ରଭାବ ପଡିଥାଏ, ସେମାନଙ୍କ ଚୁଟି ଝଡିବା ଆରମ୍ଭ ହୋଇଯାଏ ।

·    ଯଦି ଆପଣଙ୍କ ପିତା ସହ ଆପଣଙ୍କର ବାରମ୍ବାର ବିବାଦ ହେଉଛି ତେବେ ଏହା ଆପଣଙ୍କ ଜାତକରେ ଗୁରୁ ଗ୍ରହ ଅଶୁଭ ସ୍ଥାନରେ ଅଛି ବୋଲି ସଂକେତ ଦେଇଥାଏ ।

·    ବହୁତ ଲୋକମାନେ ଗୁରୁ ଗ୍ରହର ପ୍ରଭାବରେ ମଦ ପିଇବାକୁ ଲାଗନ୍ତି ଓ ମାଂସ ଖାଇବାକୁ ବି ଲାଗନ୍ତି ।

ଯଦି ଆପଣଙ୍କ ସହିତ ଏହିଭଳି କିଛି ହେଉଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେଉ ନାହିଁ । ଯଦି ଆପଣ ଭାଗ୍ୟ ବଦଳାଇବାକୁ ଚାହୁଁଛନ୍ତି ତେବେ ସବୁ ଗୁରୁବାର ଦିନ କଦଳୀ ଗଛର ପୂଜା କରନ୍ତୁ । ଏହା ଛଡା ଆପଣ ଶିବଲିଙ୍ଗ ଉପରେ ଚଣା ଡାଲି ଚଢାନ୍ତୁ ଓ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଜାତକରେ ଗୁରୁ ଗ୍ରହର ଅଶୁଭ ପ୍ରଭାବ ଦୂର ହୋଇଯିବ ।