ବିବାହର 2 ଦିନ ପୂର୍ବରୁ ଦାମୀ କାର୍ ମାଗିଲା ବର, ଆଉ ତା’ପରେ କନ୍ୟା ଯାହା କାରନାମା କରି ଦେଖେଇଲା ଶୁଣିଲେ ଆପଣ କହିବେ ସାବାସ !

ଦୁନିଆ କେଉଁଠୁ ଯାଇ କେଉଁଠି ପହଞ୍ଚିଲାଣି । ଏକବିଂଶ ଶତାବ୍ଦୀରେ ଝିଅମାନେ ପୁରୁଷଙ୍କ କାନ୍ଧରେ କାନ୍ଧ ମିଳାଇ ଚାଲୁଛନ୍ତି । ଘର ପରିବାର କଥା ବୁଝିବା ସହ ଅଫିସ ଦାୟିତ୍ଵ ମଧ୍ୟ ସୂଚାରୁ ରୂପରେ ନିର୍ବାହ କରୁଛନ୍ତି । ହେଲେ ଆଜିବି କିଛି ଯୌତୁକ ଲୋଭୀ ଝିଅମାନଙ୍କୁ ପଣ୍ୟଦ୍ରବ୍ୟ ଭଳି ବ୍ୟବହାର କରୁଛନ୍ତି । ହରିୟାଣାର ସୋହନାରେ ଏହିପରି ଏକ ସାମ୍ନାକୁ ଆସିଛି । ଯୌତୁକରେ କ୍ରେଟା କାର୍ ନମିଳିବାରୁ ବିବାହାର ଗୋଟିଏ ଦିନ ପୂର୍ବରୁ ବିବାହ ଭାଙ୍ଗି ଦେଲେ ଯୌତୁକ ଲୋଭୀ ବରପକ୍ଷ ।

ଆଉ କନ୍ୟାଘର ଲୋକ ବି ମୁହେଁ ମୁହେଁ ଏହି ବାହାଘରକୁ ପ୍ରତ୍ୟାଖ୍ୟାନ କଲେ । ଏମିତିକି ଏଭଳି ଘରେ ବିବାହ କରିବା ମୋ ପକ୍ଷେ ସମ୍ଭବ ନୁହେଁ ବୋଲି କନ୍ୟା କହିଲେ । ସୋହନାର ଗେହଲୋକ ବିହାରର ଗାରିମାଙ୍କ ବିବାହ ଦିଲ୍ଲୀର ଉତ୍ତରମ୍ ନଗର ବାସିନ୍ଦା ରବୀନଙ୍କ ସହ ସ୍ଥିର ହୋଇଥିଲା । ଲୋକ ଦେଖାଣିଆ ଭାବେ ପ୍ରଥମେ ଏକ ଟଙ୍କାରେ ବିବାହ ସ୍ଥିର କରିଥିଲେ ବରଘର ଲୋକେ । ଗତ ଜୁଲାଇରେ ପାରମ୍ପରିକ ଭାବେ ଉଭୟଙ୍କ ରିଙ୍ଗ ସେରିମନି ମଧ୍ୟ ହୋଇଥିଲା ।

ହେଲେ ବିବାହ ଲଗ୍ନ ଜେଇଟକି ପାଖେଇ ଆସୁଥିଲା ତାଙ୍କର ଅସଲ ରୂପ ସେତିକି ବାହାରକୁ ଆସୁଥିଲା । କ୍ରମାଗତ ଭାବେ ସେମାନେ ଗୋଟିଏ ପରେ ଗୋଟିଏ ଡିମାଣ୍ଡ କରିଚାଲିଲେ । କନ୍ୟାଘର ଲୋକ ମଧ୍ୟ ଝିଅ ବିବାହ କରିବା ପାଇଁ ତାଙ୍କର ସମସ୍ତ କଥାରେ ହଁ ଭରିଥିଲେ । ଅଳଙ୍କାର ଠାରୁ ଆରମ୍ଭ କରି ନଗଦ ଅର୍ଥ ପର୍ଯ୍ୟନ୍ତ ଡିମାଣ୍ଡ ପରେ ଡିମାଣ୍ଡ କରାଗଲା । ଫେବୃୟାରୀ ୧୮ରେ ବିବାହ ସ୍ଥିର ହୋଇଥିଲା ।

ଫେବୃୟାରୀ ୧୬ରେ ଖୁବ ଧୁମଧାମରେ ହଳଦୀ ଏବଂ ମେହେନ୍ଦୀ ରଶମ ମଧ୍ୟ ହୋଇଥିଲା । ତେବେ ଏହାରି ଭିତରେ କ୍ରେଟା ଗାଡି ପାଇଁ ଅଡି ବସିଥିଲେ ବରପକ୍ଷ । ଚାହିଦା ଅନୁସାରେ ଝିଅଘର ଲୋକେ ଏକ କ୍ରେଟା କାର୍ ବି ଆଣିଲେ, କିନ୍ତୁ ଭଲ ମଡେଲ ନମିଳିବାରୁ ପୁଅଘର ଲୋକେ ବିବାହ କରିବାକୁ ମନା କରିଦେଲେ । ଏହି ମାମଲାରେ ପୀଡ଼ିତା ସୋହାନା ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ସେପଟେ ଥାନାରେ ଅଭିଯୋଗ କରିବା ପରେ ପୁଅଘର ଲୋକ ସେମାନଙ୍କୁ ବାରମ୍ବାର ଧମକ ଦେଉଥିବା କଥା ମଧ୍ୟ କନ୍ୟାଘର ଲୋକ ଅଭିଯୋଗ କରିଛନ୍ତି । ଭିଡିଓ ପୋଷ୍ଟ କରି ସେମାନଙ୍କୁ ଡରେଇବାକୁ ଚେଷ୍ଟା କରା ଯାଉଥିବା ଅଭିଯୋଗ କରିଛନ୍ତି କନ୍ୟାପକ୍ଷ । ଏହିପରି ଏକ ଘଟଣାକୁ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।