ବିବାହ ରେଖା (Marriage Line) ରୁ ଜାଣନ୍ତୁ ବିବାହ କେବେ ଓ କାହା ସହିତ ହେବ ? ଲଭ ମ୍ୟାରେଜ ହେବ ନା ଆରେଞ୍ଜ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ହସ୍ର ରେଖା ମାଧ୍ୟମରେ କିପରି ଜାଣି ହେବ ଯେ ଆପଣଙ୍କର ଆରେଞ୍ଜ ମ୍ୟାରେଜ ହେବ ନା ଲଭ ମ୍ୟାରେଜ ହେବ ଓ ଆପଣଙ୍କ ଜୀବନ ସାଥି କିପରି ହୋଇଥିବେ ତାହାର ସଂକ୍ଷିପ୍ତ ବିବରଣୀ ଦେବାକୁ ଯାଉଛୁ ।

ହସ୍ତ ରେଖା ଦେଖିବା ପାଇଁ ପୁରୁଷ ବ ନାରୀର ଡାହାଣ ହାତ ଦେଖାଯାଏ । ଯଦି କେହି ବାମ ହାତରେ ଲେଖାଲେଖି କରୁଥିବେ ତେବେ ସେମାନଙ୍କ ବାମ ହାତ ଦେଖାଯାଏ । ହାତର କାଣୀ ଆଙ୍ଗୁଠି ତଳକୁ ଯେଉଁ ସ୍ଥାନ ଅଛି ତାହାକୁ ବୁଧ ପର୍ବତ, ଏହା ତଳକୁ ଥିବା ରେଖା ହୃଦୟ ରେଖା ରହିଥାଏ । ମୁକ୍ଷତା ହସତର ବୁଧ ପର୍ବତ ଉପରେ ଯେଉଁ ରେଖା ରହିଥାଏ ତାହା ବିବାହ ରେଖା ହୋଇଥାଏ ।

ଯଦି ହାତ ରେଖାର ବୁଧ ପର୍ବତ ଟିକେ ବାହର ସ୍ଥାନରେ ଥିବ ତେବେ ଏହା ଶୁଭ ହୋଇଥାଏ । ଯଦି ବୁଧ ପର୍ବତ ଦବିକି ରହିଥାଏ ତେବେ ବିବାହରେ ସମସ୍ଯା ସୃଷ୍ଟି ହୋଇଥାଏ । ବିବାହ ରେଖା ଯେତେ ହୃଦୟ ରେଖାର ନିକଟର ହେବ ଆପଣଙ୍କ ବିବାହ ସେତେ ଜଲ୍ଦି ହେବାର ସୂଚନା ମିଳିଥାଏ । ଯଦି ହାତରେ ଏହି ରେଖା ମଧ୍ୟ ଭାଗରେ ରହିଥାଏ ତେବେ ଆପଣଙ୍କର ୨୫ ବର୍ଷରେ ବିବାହ ହେବାର ଯୋଗ ରହିଥାଏ ।

ଯଦି ରେଖା କାଣୀ ଆଙ୍ଗୁଠି ଆଡକୁ ଅଧିକ ବଢିବ ତେବେ ଆପଣଙ୍କ ବିବାହ ଡେରିରେ ହେବ । କିଛି ବ୍ୟକ୍ତିଙ୍କ ହାତରେ ଦୁଇଟି ରେଖା ରହିଥାଏ । ତେଣୁ ଏହି ଦୁଇ ରେଖା ମଧ୍ୟରୁ ଯେଉଁ ରେଖା ଅଧିକ ଗଭୀର ହୋଇଥିବ ତାହା ବିବାହ ରେଖା ହୋଇଥାଏ ।

ଅନ୍ୟ ଏକ ରେଖା ପ୍ରେମ ପ୍ରତି ଆପଣଙ୍କର ଅଧିକ ରୁଚି ଥିବାର ଜଣା ପଡିଥାଏ । ବିବାହ ରେଖା ଯେତେ ସ୍ପଷ୍ଟ ଓ ଗଭୀର ହେବେ ସେତିକି ଆପଣଙ୍କ ଜୀବନ ସାଥି ମଧ୍ୟ ଭଲ ହେବେ । ଆପଣଙ୍କର ଦାମ୍ପତ୍ୟ ଜୀବନ ହସ ଖୁଶିର ରହିବା ସହ ଆପଣଙ୍କ ଲାଇଫ ପାର୍ଟନର ସୁନ୍ଦର ଓ ସୁଶୀଳ ହୋଇ ଆପଣଙ୍କର ସାଥ ଦେବେ । ଯଦି ବିବାହ ରେଖାର ନଇଁ ପଡି ହୃଦୟ ରେଖା ଆଡକୁ ରହିଥିବ ତେବେ କୌଣସି ବ୍ୟକ୍ତି ଅନ୍ୟ ପ୍ରତି ଅଧିକ ଆକର୍ଷିତ ହେବେ । ଯଦି ହୃଦୟ ରେଖା ଉପରକୁ ରହିବ ତେବେ ଆପଣ ନିଜ ପାର୍ଟନରଙ୍କ ପ୍ରତି ଅଧିକ ଆକର୍ଷଣ ହେବେ ନାହି ।

ଯଦି ଆପଣଙ୍କ ହାତର ହୃଦୟ ରେଖା ବୁଧ ପର୍ବତ ଠାରୁ ଆରମ୍ଭ ହୋଇ ସନି ଓ ଗୁରୁ ପର୍ବତରେ ରହିଥିବ ତେବେ ଆପଣଙ୍କର ଆରେଞ୍ଜ ମ୍ୟାରେଜ ହବେ । ଯଦି ଆପଣ ପ୍ରେମ କରୁଥିବେ ତେବେ ଅନ୍ୟ ବ୍ୟକ୍ତି ମାଧ୍ୟମରେ ଆପଙ୍କର ବିବାହ ହେବ । ଯଦି ହୃଦୟ ରେଖା ଗୁରୁ ପର୍ବତ ଉପରେ ରହେ ତେବେ ଆପଣଙ୍କର ପ୍ରେମ ବିବାହ ହେବ । ଯଦି ଦୁଇଟି ହାତ ମିଶାଇବା ପରେ ଚାନ୍ଦ ଭଳି ଆକାର ହାତରେ ହୁଏ ତେବେ ଆପଣଙ୍କୁ ମନ ପସନ୍ଦର ଜୀବନ ସାଥି ମିଳିଥାଏ ।

ଯଦି ବିବାହ ରେଖା ଶିଂଗଲ ଲାଇନରୁ ଆରମ୍ଭ ହୋଇ ଦୁଇ ଭାଗ ହୁଏ ତେବେ ଆପଣଙ୍କ ଦାଂପତ୍ଯ ଜୀବନ ଆରମ୍ଭରୁ ଭଲ ହୋଇ କିଛି ଦିନ ପରେ ସମସ୍ଯା ସୃଷ୍ଟି ହେବ । ଯଦି ଏହି ରେଖା ତ୍ରିଶୂଳ ବା କଟା ଆକାର ହୋଇଥିବ ବା କଳାଜାଇ ଥାଏ ତେବେ ଏହା ୩ ଭାଗରେ ହୋଇଯାଏ ଯାହା ଭଲ ସଂକେତ ହୋଇନ ଥାଏ ।

ଯଦି ରେଖାର ଆୟୁ ରେଖା ପାଖରେ ଅନ୍ୟ ଏକ ରେଖା ରହିଥାଏ ତେବେ ଆପଣଙ୍କ ପାର୍ଟନର ସର୍ବଦା ଆପଣଙ୍କ ସାଥିରେ ରହିବେ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।