ପାର୍ଲିଆମେଣ୍ଟଙ୍କ ବଡ ନିଷ୍ପତ୍ତି ! ବିବାହ ହୋଇ ନଥିଲେ ଏଥର ଆଉ କରିପାରିବେନି ସେ-କ୍ସ, ନଚେତ ଭୋଗିବାକୁ ପଡିବ ଜେଲଦ-ଣ୍ଡ !

ଏଣିକି ବାହାଘର ପୂର୍ବରୁ ଆପଣ ଆଉ ଲିଭ-ଇନରେ ରହିପାରିବେ ନାହିଁ କି ବିବାହ ପୂର୍ବରୁ ସେ-କ୍ସ ମଧ୍ୟ କରିପାରିବେ ନାହିଁ । ଯଦି କେହି ଏପରି କରନ୍ତି ତେବେ ଏହା ଅ-ପ-ରାଧ ଭାବେ ଗଣିତ ହେବ ଏବଂ ଏଥିପାଇଁ ଏକ ବର୍ଷ ଜେ-ଲଦ-ଣ୍ଡ ଭୋଗିବାକୁ ପଡିବ । ଏହିଭଳି ଏକ ଆପତ୍ତିଜନକ ବିଲ୍ ପାରିତ ହୋଇଛି ଇଣ୍ଡୋନେସିଆର ପାର୍ଲିଆମେଣ୍ଟରେ । ଏହି ବିଲ୍ ପାର୍ଲିଆମେଣ୍ଟରେ ପାରି ହେବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅନେକ ଲୋକ ।

ଲୋକଙ୍କ ସ୍ଵାଧୀନତାକୁ ସଙ୍କୁଚିତ କରିବା ପାଇଁ ଏହା ଏକ ଉଦ୍ୟମ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହି ବିଲ୍ ଇଣ୍ଡୋନେସିଆରେ ପାରିତ ହେବା ପରେ ଉଭୟ ଇଣ୍ଡୋନେସିଆ ବାସିନ୍ଦା ଏବଂ ବିଦେଶରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ ବୋଲି ସୂଚନା ରହିଛି । ଏହାସହ ରାଷ୍ଟ୍ରପତି, ଦେଶର ସାମ୍ବିଧାନିକ ସଂସ୍ଥା ଓ ଦେଶର ଜାତୀୟ ଚିନ୍ତାଧାରା ଯାହାକି ‘ପଞ୍ଚେସର’ ନାମରେ ପରିଚିତ ତାକୁ ମଧ୍ୟ କେହି ଅପମାନିତ କରିପାରିବେ ନାହିଁ ବୋଲି ଏହି ବିଲ୍ ରେ ପାରିତ ହୋଇଛି ।

ଏହାକୁ ଯେପରି କେହି ଅପମାନିତ ନକରନ୍ତି ସେଥିପାଇଁ ଏହା ବିରୁଦ୍ଧରେ ଅନ୍ୟ ଏକ ବିଲ୍ ପାରିତ ହୋଇଛି । ଏହି ବିଲ୍ କୁ ତିନି ବର୍ଷ ତଳେ ପାରିତ କରିବାକୁ ଯୋଜନା କରା ଯାଇଥିଲା । ହେଲେ ସେହି ସମୟରେ ବିଭିନ୍ନ ଛାତ୍ର ସଂଗଠନ ଠାରୁ ଆରମ୍ଭ କରି ସାଧାରଣ ଲୋକ ମଧ୍ୟ ଏହାକୁ ବିରୋଧ କରିଥିଲେ । ଏହି ବିଲ୍ କୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଦେଖା ଦେବା ଯୋଗୁଁ ପଛଘୁଞ୍ଚା ଦେଇଥିଲେ ସରକାର ।

ଏହି ବିଲ୍ କାର୍ଯ୍ୟକାରୀ ହେଲେ ଲୋକଙ୍କ ସ୍ଵାଧୀନତା ହ୍ରାସ ପାଇବ ବୋଲି ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ । ପୂର୍ବରୁ ଇଣ୍ଡୋନେସିଆରେ ପରକୀୟାପ୍ରୀତିକୁ ମଧ୍ୟ ବ୍ୟାନ କରା ଯାଇଥିବା ବେଳେ ଏବେ ବିବାହ ପୂର୍ବରୁ ସେ-କ୍ସ ମଧ୍ୟ ବ୍ୟାନ ହେବାକୁ ଯାଉଛି । ଯାହାକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ହେଉଛି । ଅନେକ ଲୋକ ଇଣ୍ଡୋନେସିଆ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ଵାଗତଯୋଗ୍ୟ ବୋଲି କହୁଥିବା ବେଳେ ଅଧିକାଂଶ ଲୋକ ଏହାର ପ୍ରତିବାଦ କରୁଛନ୍ତି ।

ଏଭଳି ହେଲେ ଇଣ୍ଡୋନେସିଆକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିବ ବୋଲି ଲୋକେ କଥା ହେଉଛନ୍ତି । ତେବେ ଇଣ୍ଡୋନେସିଆ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।