ବିବାହ ଦିନ ସକାଳୁ ପୁଅ କଲା ବାପା ମାଆଙ୍କ ଅନ୍ତିମ ସଂସ୍କାର, ରାତିରେ ବର ହୋଇ ଗଲା, ଆଉ ତା ପରେ

ଆମ ହିନ୍ଦୁ ଧର୍ମରେ ବିବାହ କୌଣସି ଉତ୍ସବ ଠାରୁ କମ ହୋଇନଥାଏ, ଏହାର ପ୍ରସ୍ତୁତି କରିବା ପାଇଁ ଲୋକମାନେ ମାସେ ପୂର୍ବରୁ ଏକାଠି ହୋଇଥାନ୍ତି ଏବଂ ବାପା ମାଆଙ୍କ ପାଇଁ ନିଜ ପିଲାଙ୍କ ବିବାହ କରିବା ସବୁଠାରୁ ବଡ ଦାୟିତ୍ଵ ବୋଲି କୁହାଯାଇ ଥାଏ ଯାହାକୁ ସବୁ ବାପା ମାଆ ଖୁସିରେ କରିଥାନ୍ତି ଯେପରି ତାଙ୍କ ପିଲାଙ୍କୁ କୌଣସି ଜିନିଷର ସମସ୍ୟାର ସାମନା କରିବାକୁ ନପଡୁ । କିନ୍ତୁ ଯେଉଁ ଘରେ ବିବାହର ଖୁସି ଦୁଃଖରେ ପରିଣତ ହୋଇଯାଏ ତାହେଲେ ସେ ପରିବାର ଲୋକଙ୍କ ମନ କିପରି ଥିବ । ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା କିଛି ଏମିତି ହିଁ ଅଟେ ଯାହାକୁ ଜାଣିବା ପରେ ଆପଣ ମଧ୍ୟ କାନ୍ଦି ପକାଇବେ ।

ଉତ୍ତରପ୍ରଦେଶରେ ରାୟବରେଲି ଜିଲ୍ଲାର ଡଲମଉ ଅଞ୍ଚଳରେ ଗତ ବୁଧବାର ଏବଂ ଗୁରୁବାର ମଧ୍ୟରେ ଏମିତି ଘଟଣା ଘଟିଛି ଯାହା ବିବାହ ହେଉଥିବା ଘରର ସବୁ ଖୁସି ଛଡାଇ ନେଇଛି । ବିବାହର ଏକ ଦିନ ପୂର୍ବରୁ ବରର ବାପା ମାଆ ବିବାହର କିଛି ଜିନିଷ ଆଣିବା ପାଇଁ ବଜାରକୁ ଯାଇଥିଲେ ସେହି ସମୟରେ ଗୋଟିଏ ଟ୍ରକ ତାଙ୍କୁ ଧକା ଦେଇଥିଲା ଏବଂ ସେ ଦୁଇଜଣଙ୍କର ମୃତ୍ୟୁ ହୋଇଗଲା । ଶ୍ମଶାନରେ ବାପା ମାଆଙ୍କୁ ମୁଖାଗ୍ନି ଦେଇଥିବା ପୁଅର ଗୁରୁବାର ଦିନ ବିବାହ ହେବାର ଥିଲା କିନ୍ତୁ ବାପା ମାଆଙ୍କ ମୃତ୍ୟୁ ପରେ ସେ ଭାଙ୍ଗି ପଡିଥିଲେ । ସମ୍ପର୍କୀୟ ମାନେ ବହୁତ ବୁଝାବୁଝି କରିବା ପରେ ବାବୁ ବର ହେବା ପାଇଁ ପ୍ରସ୍ତୁତ ହେଲେ ।

ବିବାହର ବିଧି ଆରମ୍ଭ ହେବା ମାତ୍ରେ ହିଁ ଗାଁ ଲୋକଙ୍କ ଆଖିରୁ ଲୁହ ବାହାରିବା ଆରମ୍ଭ ହୋଇଥିଲା । ବରର ଖୁଡୀ ବିନ୍ଦେଶ୍ଵରୀ ବିବାହର ସବୁ ବିଧି କଲେ । ଏହା ଦେଖି ସମସ୍ତେ କହୁଥିଲେ କି ଏହି ପରିବାରର କଣ ଦୋଷ ଥିଲା ଯେଉଁ କାରଣରୁ ସେମାନଙ୍କୁ ଏହି ଦିନ ଦେଖିବାକୁ ମିଳିଲା । ମୃତ ବ୍ୟକ୍ତିଙ୍କ ନାମ ହେଉଛି କୋତବାଲି ଜିଲ୍ଲାର ଡଲମଉ ଗାଁର ନିବାସୀ ରାମନାରାୟଣ ଏବଂ ତାଙ୍କ ସ୍ତ୍ରୀ କୁସୁମା ଦେବୀ । ଘରେ ଖୁସିର ବାତାବରଣ ଥିଲା । ବିବାହର ବିଧି ଚାଲିଥିଲା । ବାବୁର ବାପା ମା ତାଙ୍କର ବର ବେସ ଦେଖିବା ପାଇଁ ବହୁତ ବିଚଳିତ ଥିଲେ । ବିବାହରେ କିଛି ଜରୁରୀ ଜିନିଷ ଆବଶ୍ୟକ ପଡିବାରୁ ସେମାନେ ଆଣିବା ପାଇଁ ବଜାରକୁ ଯାଇଥିଲେ କିନ୍ତୁ ଟ୍ରକ ଦୁର୍ଘଟଣାରେ ସେ ଦୁଇଜଣଙ୍କର ମୃତ୍ୟୁ ହୋଇଗଲା । ଦେଖୁ ଦେଖୁ ଖୁସିର ବାତାବରଣ ଦୁଖଃରେ ଭରିଗଲା ।

ବାପା ମାଆ ଙ୍କର ଅନ୍ତିମ ସଂସ୍କାର କରିବା ପରେ ଯେତବେଳେ ବାବୁ ଘରକୁ ଫେରିଲେ ସେତବେଳେ ସେ ନିଜ ମୁଣ୍ଡରେ ପଗଡି ପିନ୍ଧିଲେ କିନ୍ତୁ ଗାଁର କୌଣସି ଲୋକ ବରଯାତ୍ରୀ ଯିବା ପାଇଁ ରାଜି ହେଲେ ନାହିଁ । ଏଥିପାଇଁ ବରକୁ ନେଇ କେବଳ ପରିବାର ଲୋକ ଏବଂ କିଛି ସମ୍ପର୍କୀୟ ମାନଙ୍କୁ ହିଁ ଯିବାକୁ ପଡିଲା । ଏହି ବିବାହରେ ବଡ ଦୁଃଖର ସହିତ ସବୁ ବିଧି ପାଳନ କରାଯାଇ ଥିଲା ।