ତଳେ ବସି ଭୋଜନ କରିବା ଦ୍ଵାରା ମିଳୁଥିବା ଫାଇଦା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ଭୂମି ଉପରେ ବସି ଅର୍ଥାତ ଭୂମିରେ ବସି ଖାଇବା ଆମ ସମାଜର ବହୁତ ପ୍ରାଚୀନ ପରମ୍ପରା ଅଟେ । କିନ୍ତୁ ଏହା ଦ୍ଵାରା କେତେକ ସ୍ୱାସ୍ଥ୍ୟ ଲାଭ ବି ହୋଇଥାଏ । ଭୂମିରେ ବସି ଖାଇବା ଦ୍ଵାରା କେବେ ବି ଓଜନ ବଢି ନ ଥାଏ, ପାଚନ କ୍ରିୟା ଭଲ ଭାବରେ କାମ କରିଥାଏ, ହୃଦୟ ମଝବୁତ ହୋଇଥାଏ । ଏହିଭଳି ଅନ୍ୟାନ୍ୟ ଲାଭ ବି ଅଛି । ଏମିତିରେ ଯଦି ଆପଣ ଡାଇନିଙ୍ଗ ଟେବୁଲ ଉପରେ ବସି ଖାଉଛନ୍ତି ତେବେ ଜଲ୍ଦି ହିଁ ଭୂମିରେ ବସି ଖାଇବାର ଅଭ୍ୟାସ କରି ନିଅନ୍ତୁ ।

ଏହିଭଳି ଭାବରେ ବସିବା ଏକ ପ୍ରକାରର ଯୋଗ ଅଟେ । ଏହି ପୋଜିସନରେ ବସିବା ଦ୍ଵାରା ମସ୍ତିଷ୍କ ଶାନ୍ତ ରହିଥାଏ ଓ ଭୋଜନ କରିବା ସମୟରେ ଯଦି ମୁଣ୍ଡ ଶାନ୍ତ ଅଛି ତେବେ ପାଚନ କ୍ରିୟା ବି ଭଲ ରହିଥାଏ । ଏହି ପୋଜିସନରେ ବସିବା ମାତ୍ରେ ହିଁ ମନକୁ ମନ ଗୋଟିଏ ସିଗନାଲ ପେଟ ପର୍ଯ୍ୟନ୍ତ ଯାଇଥାଏ । ଯାହା ଦ୍ଵାରା ସେ ଭୋଜନ ପାଇଁ ପ୍ରସ୍ତୁତ ହୋଇଯାଏ ।

  • ଭୂମିରେ ବସି ଖାଇବା ଦ୍ଵାରା ପାଚନ କ୍ରିୟା ସଠିକ ରୂପରେ କାମ କରିଥାଏ ଓ ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ । ସାଧରାଣତଃ ଆପଣ ଯେତେବେଳେ ଭୂମିରେ ବସନ୍ତି ତେବେ ଆପଣ ସୁଖାସନରେ ବସିଥାନ୍ତି । ଯାହାକି ହଜମରେ ସାହାର୍ଯ୍ୟ କରୁଥିବା ମୁଦ୍ରା ଅଟେ ।
  • ଯଦି ଆପଣ ଭୂମି ଉପରେ ବସି ଖାଉଛନ୍ତି ତେବେ ସଠିକ ଭାବରେ ଆପଣ ନିଜର ଭୋଜନ ଉପରେ ଧ୍ୟାନ କେନ୍ଦ୍ରିତ କରି ପାରିବେ । ବସି ଖାଇବା ଦ୍ଵାରା ପେଟ ଓ ମସ୍ତିଷ୍କ ସଠିକ ସମୟରେ ଏହା ଅନୁଭବ କରିଥାଏ କି ଆପଣ ଭରପୁର ଖାଇ ନେଇଛନ୍ତି, ଏହା ଦ୍ଵାରା ଆପଣ ଓଭରଇଟିଙ୍ଗରୁ ବି ବଞ୍ଚି ପାରିବେ ।

  • ଭୂମିରେ ବସି ଖାଇବାର ଲାଭ ଏହା ଅଟେ କି ଆପଣ ସମୟ ପୂର୍ବରୁ ବୁଢା ହେବେ ନାହିଁ । କାରଣ ଏହି ମୁଦ୍ରାରେ ବସି ଖାଇବା ଦ୍ଵାରା ଆପଣଙ୍କୁ ପିଠି ସହ ଜଡିତ ସମସ୍ୟା ହୋଇ ନ ଥାଏ ।
  • ଭୂମିରେ ବସି ଖାଇବା ଦ୍ଵାରା ଆୟୁ ବଢିଥାଏ । ଗୋଟିଏ ଅଧ୍ୟୟନରେ ଏହା ଜଣା ପଡିଛି କି ଯେଉଁ ଲୋକମାନେ ଭୂମିରେ ପଦ୍ମାସନ କିମ୍ବା ସୁଖାସନରେ ବସିଥାନ୍ତି ଓ ବିନା କାହାର ସାହାରା ନେଇ ଛିଡା ହୋଇଥାନ୍ତି । ସେମାନେ ବହୁତ ସମୟ ପର୍ଯ୍ୟନ୍ତ ଜୀବିତ ରହିବାର ସମ୍ଭାବନା ଅଧିକ ହୋଇଥାଏ ।

ଯେତେବେଳେ ଆପଣ ଭୂମିରେ ବସି ଭୋଜନ କରନ୍ତି ତେବେ ରକ୍ତ ସଂଚାର ଭଲ ଭାବରେ ହୋଇଥାଏ । ଏହିଭଳି ଭାବରେ ହୃଦୟ ବଡ ସହଜରେ ପାଚନରେ ସାହାର୍ଯ୍ୟ କରୁଥିବା ସମସ୍ତ ଅଙ୍ଗ ପର୍ଯ୍ୟନ୍ତ ରକ୍ତ ପହଞ୍ଚି ଥାଏ । କିନ୍ତୁ ଯେତେବେଳେ ଆପଣ ଚୌକି ଉପରେ ବସି ଭୋଜନ କରନ୍ତି ତେବେ ଏହା ବ୍ଲଡ ସର୍କୁଲେଶନ ବିପରୀତ ହୋଇଥାଏ ।

ଏଥିରେ ସର୍କୁଲେଶନ ଗୋଡ ପର୍ଯ୍ୟନ୍ତ ହୋଇଥାଏ, ଯାହାକି ଖାଇବା ସମୟରେ ଜରୁରୀ ନୁହେଁ । ଏହା ହୃଦୟରେ ଆଘାତ ଆସିବାର ସମ୍ଭାବନାକୁ ବି କମ କରିଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।