ଲକଡାଉନରେ ୫୦୦ ଟଙ୍କା ବାହାର କରିବା ଆଶାରେ ୫୦ କି.ମି ପାଦରେ ଚାଲି ଚାଲି ବ୍ୟାଙ୍କ ପହଞ୍ଚିଲେ ବୃଦ୍ଧା, ହେଲେ ତା ପରେ…

ଲକଡାଉନ ସମୟରେ ସବୁଠୁ ଅଧିକ ହଇରାଣ ସେହିମାନେ ହେଉଛନ୍ତି, ଯିଏ ବୟସ୍କ, ଗରିବ ଓ ଅସହାୟ ଅଟନ୍ତି । ସଙ୍କଟର ଏହି ସମୟରେ ସାହାର୍ଯ୍ୟ ଏମାନଙ୍କ ଭରଣ ପୋଷଣର ଏକ ମାତ୍ର ଜରିଆ ଅଟେ । ଏହି ସାହାର୍ଯ୍ୟର ଆଶାରେ ଗୋଟିଏ ବୃଦ୍ଧା ୫୦ କିମି ପାଦରେ ଚାଲି ଚାଲି ବ୍ଯାଙ୍କ ପହଞ୍ଚିଲେ । କିନ୍ତୁ ସେଠାକୁ ଯାଇ ତାଙ୍କୁ ଜଣା ପଡିଲା କି ସରକାରୀ ସାହାର୍ଯ୍ୟ ତାଙ୍କ ଖାତାରେ ଆସି ହିଁ ନାହିଁ । ଫିରୋଜାବାଦ ର ଥାନା ପଚୋଖରା ର ଗାଁ ହିମ୍ମତପୁର ନିବାସୀ ହରବୀର ଆଗରାଙ୍କ ପତ୍ନୀ ୭୨ ବର୍ଷୀୟ ରାଧା ରାମବାଗରେ ରହି ମୁଲ ଲାଗି ପେଟ ପୋଷଣ କରୁଥିଲେ । ଲକଡାଉନ କାରଣରୁ କାମ ବନ୍ଦ ହେଇଯିବା କାରଣରୁ ତାଙ୍କ ପାଖରେ ଥିବା ଟଙ୍କା ବି ଶେଷ ହେଇଗଲା ।

ରାତିରେ ହିଁ ପାଦରେ ଚାଲି ଚାଲି ବାହାରିଥିଲେ ବୃଦ୍ଧା

ବୃଦ୍ଧାଙ୍କୁ କେହି କହିଲେ କି ସରକାର ମହିଳାଙ୍କ ଜନଧନ ଖାତାରେ ୫୦୦-୫୦୦ ଟଙ୍କା ପଠାଇଛନ୍ତି । ଏହା ଜଣା ପଡିବା ପରେ ହିଁ ସେ ନିଜର ଭୋକ ଶୋଷକୁ ଖାତିର ନକରି ଆଗରା ର ରାମବାଗ ରୁ ବ୍ଯାଙ୍କ ଖାତାରୁ ୫୦୦ ଟଙ୍କା ବାହାର କରିବା ପାଇଁ ରାତିରେ ହିଁ ପାଦରେ ଚାଲି ଚାଲି ବାହାରି ପଡିଲେ । ୫୦ କିଲୋମିଟର ପାଦରେ ଚାଲି ଚାଲି ସେ ଶନିବାର ଦିନ ସକାଳେ ଟୁଁଡଲା ର ପଚୋଖରା ସ୍ଥିତ ଷ୍ଟେଟ ବ୍ଯାଙ୍କ ଶାଖାରେ ପହଞ୍ଚିଲେ । ସେଠାରେ ସେ ନିଜର ଖାତା ଦେଖାଇଲେ । ବ୍ଯାଙ୍କ କର୍ମୀ ଖାତା ଚେକ କରିବା ପରେ କହିଲେ କି ତାଙ୍କ ଖାତାରେ ଟଙ୍କା ଆସି ହିଁ ନାହିଁ ।

ଏହା ଶୁଣି ସେ ଉଦାସ ହେଇଗଲେ । ସେହି ବୃଦ୍ଧା ମହିଳା କହିଲେ କି ନା ତ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି ନା କୌଣସି ରାସନ କାର୍ଡ ଅଛି । ଏବେ ୫୦୦ ଟଙ୍କା ବି ତାଙ୍କ ଖାତାରେ ଆସି ନାହିଁ । ସେ ହତାସ ହେଇ ଚାଲି ଚାଲି ଆଗରା ଫେରିଗଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।