ଚୀନ ଭଳି ଭାରତ ହେବ ମ୍ୟାନୁଫ୍ୟାକ୍ଚରିଙ୍ଗ ହବ, ତିଆରି ହେଉଛି ଏହି ମାଷ୍ଟର ପ୍ଲାନ, ରହିବ ନାହିଁ ରୋଜଗାରର ଅଭାବ

କରୋନା ଭାଇରସ କାରଣରୁ ସହସ୍ର ମ୍ୟାନୁଫ୍ଯାକ୍ଚରିଙ୍ଗ କମ୍ପାନୀ ଚୀନ ଛାଡି ନିଜ ପାଇଁ ନୂଆ ଠିକଣାର ଖୋଜିବାରେ ଲାଗିଛନ୍ତି । କିଛି ରିପୋର୍ଟ ରେ କୁହାଯାଇଛି କି ହାରାହାରି ୧୦୦୦ କମ୍ପାନୀ ଭାରତରେ ନିଜର ୟୁନିଟ ଲଗାଇବା ପାଇଁ ସରକାରଙ୍କ ସହିତ ସମ୍ପର୍କ କରୁଛନ୍ତି । ଭାରତ ଏହି ମଉକାକୁ ଛାଡିବାକୁ ଚାହେଁ ନାହିଁ । ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ସେହି ସେକ୍ଟର ର ଚିହ୍ନଟ କରିବାରେ ଲାଗିଛି, ଯାହା ଦ୍ଵାରା ଭାରତକୁ ମ୍ୟାନୁଫ୍ୟାକ୍ଚରିଙ୍ଗ ହବ ବନା ଯାଇପାରିବ ।

ବହୁତ ଦେଶ ଏହି କମ୍ପାନୀଙ୍କୁ ଆକର୍ଷିତ କରିବାକୁ ଚାହୁଞ୍ଚନ୍ତି

ଏଥିପାଇଁ ପୁଞ୍ଜିଗତ ସାମଗ୍ରୀ, ଚମଡା ଓ ରସାୟନ ଭଳି କିଛି ପ୍ରମୁଖ କ୍ଷେତ୍ରର ସମ୍ଭାବନାର ଚିହ୍ନଟ କରାଯାଉଛି । ପ୍ରକୃତରେ ସରକାର ଏହି କଥାକୁ ଭଲ ଭାବେ ଜାଣନ୍ତି କି ଯଦି ସମୟ ଥାଇ ଏହି କମ୍ପାନୀମାନଙ୍କ ପାଇଁ ଉଚିତ ପ୍ରବନ୍ଧ ନ କରାଯାଏ, ତେବେ ଭାରତ ବ୍ଯତୀତ ମଲେସିୟା, ଥାଇଲ୍ୟାଣ୍ଡ ଓ ବିୟତନାମ ଭଳି ଦେଶ ବି ଅଛନ୍ତି, ଯେଉଁମାନେ ଏହି କମ୍ପାନୀଙ୍କୁ ଆକର୍ଷିତ କରିବାରେ ଲାଗିଛନ୍ତି ।

୧୨ ଟି ସେକ୍ଟର ଉପରେ ନଜର

ସୂତ୍ର ଅନୁସାରେ ଯେଉଁ କ୍ଷେତ୍ର ବିଶ୍ଵ ସ୍ଥରରେ ଅଗ୍ରଣୀ ବନିବା ତଥା ଦେଶର ମୂଳଦୁଆ ନିର୍ମାଣ କରିବାରେ ସକ୍ଷମ ଅଟେ ତା’ର ଚିହ୍ନଟ କରିବା ପାଇଁ ଉଦ୍ଯୋଗ ମଣ୍ଡଳ ସହିତ ବିଭିନ୍ନ ସମ୍ବନ୍ଧିତ ପକ୍ଷ ସହିତ କିଛି ବୈଠକ ହେଇଛି । ଗୋଟିଏ ସୂତ୍ରରୁ ଜଣା ପଡିଲା, ୧୨ ଟି ଏମିତି ଅଗ୍ରଣୀ କ୍ଷେତ୍ର ଅଛି, ଯାହା ଉପରେ ଧ୍ୟାନ ଦିଆଯାଇ ପାରେ । ଏହା ମଧ୍ୟରେ ମଡ୍ୟୁଲର ଫର୍ନିଚର , ଖେଳଣା, ଖାଦ୍ଯ ପ୍ରସଂସ୍କରଣ (ଯେମିତି କି ରେଡି ଟୁ ଇଟ ଫୁଡ), କୃଷି ରସାୟନ, ଏୟାର କଣ୍ଡିଶ୍ନର, ପୁଞ୍ଜିଗତ ସାମଗ୍ରୀ, ଔଷଧ ଓ ବାହନ ଆଦି ସାମିଲ ଅଛନ୍ତି ।

ଗ୍ଲୋବାଲ ସପ୍ଲାଏ ଚେନ ରେ ଭାରତ ନିଜର ଭବିଷ୍ୟତ ଖୋଜୁଛି

ଭାରତୀୟ ଉଦ୍ଯୋଗ ପରିସଙ୍ଘ(ସିଆଇଆଇ)ଓ ଏସୋଚ୍ୟାମ ଭଳି ଉଦ୍ଯୋଗ ମଣ୍ଡଳର ପତିନିଧିଙ୍କ ସମେତ ଅନ୍ୟ ଲୋକଙ୍କୁ ମିଶାଇ ଏହି ମାମଲା ଉପରେ ସମୂହ ଓ ଉପସମୂହ ଗଠନ କରା ଯାଇଛି । ସୂତ୍ର ଅନୁସାରେ ମୁଖ୍ୟ ସମୂହ ଟେକନିକ କ୍ଷମତା, ରୋଜଗାର କ୍ଷମତା ଏବଂ ବିଶ୍ଵ ଓ ଘରୋଇ ଚାହିଦା ଭଳି ପ୍ରସଙ୍ଗକୁ ଆଧାର କରି କାର୍ଯ୍ୟକାରୀ ଯୋଗ୍ୟ ନୀତିର ଚିହ୍ନଟ କରିବ । ବାଣିଜ୍ୟ ଓ ଉଦ୍ଯୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଏବେ କହିଥିଲେ କି କରୋନା ଭାଇରସ ମହାମାରୀ ର ପରବର୍ତ୍ତୀ ଯୁଗରେ ଗ୍ଲୋବାଲ ସପ୍ଲାଏ ଚେନ ରେ ଏକ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି ଓ ଭାରତୀୟ ଉଦ୍ଯୋଗ ପତିଙ୍କୁ ଏମିତିରେ ବିଶ୍ଵ ବ୍ୟାପାରରେ ମହତ୍ତ୍ୱପୂର୍ଣ୍ଣ ଅଂଶ ନେବାକୁ ଉଦ୍ୟମ କରିବା ଉଚିତ ।

ସେ ଏହା ବି କହିଲେ କି ମନ୍ତ୍ରାଳୟ ଏମିତି କ୍ଷେତ୍ରର ଚିହ୍ନଟ କରିବା ଉପରେ କାମ କରୁଛି, ଯାହାକୁ ନିକଟ ଭବିଷ୍ୟତରେ ରପ୍ତାନି କ୍ଷେତ୍ରରେ ପ୍ରଗତି କରାଯାଇପାରେ । ମ୍ୟାନୁଫ୍ୟାକ୍ଚରିଙ୍ଗକୁ ବଢାଇବା ଦ୍ଵାରା ଭାରତରେ ଧିମା ହେଇଥିବା ରପ୍ତାନୀକୁ ବଢାଇବା ତଥା ରୋଜଗାରର ଅଧିକ ଅବସର ସୃଷ୍ଟି କରାଯାଇପାରେ । ଉଲ୍ଲେଖନୀୟ ଅଟେ କି ଭାରତର GDP ରେ ମ୍ୟାନୁଫ୍ୟାକ୍ଚରିଙ୍ଗ ସେକ୍ଟର ର ହାରାହାରି ୧୫% ଯୋଗଦାନ ଅଛି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।