ମନ୍ଦିରମାଳିନୀ ସହର ଭୁବନେଶ୍ବରର ଗଳିକନ୍ଦିରେ ବୁଲୁଛନ୍ତି ଲୋକପ୍ରିୟ ହାସ୍ୟ ଅଭିନେତା ତଥା ବଲିଉଡ ଅଭିନେତା କପିଲ ଶର୍ମା । ସେ ବାଇକ ଧରି ଘରକୁ ଘର ବୁଲି ଖାଇବା ଡେଲିଭେରି କରୁଛନ୍ତି । ଆପଣଙ୍କୁ ବି ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । କପିଲ ଏମିତି କାହିଁକି କରିବେ ବୋଲି ଆପଣ ଭାବୁଥିବେ । ତେବେ ଏହା ସତରେ ନୁହେଁ ବରଂ ଏକ ଶୁଟିଙ୍ଗ ବେଳର ଦୃଶ୍ୟ । ଏହା ହେଉଛି ଭୁବନେଶ୍ବରରେ କପିଲଙ୍କ ଆଗାମୀ ଫିଲ୍ମର ଶୁଟିଙ୍ଗ ବେଳର ଏକ ଭିଡିଓ ।
ବଲିଉଡର କାମେଡି କିଙ୍ଗ କପିଲ ଶର୍ମାଙ୍କ ଅଗଣିତ ପ୍ରଶଂସକ ରହିଛନ୍ତି । ତାଙ୍କ ଶୋ’କୁ ଦେଖିବା ପାଇଁ ଦର୍ଶକମାନେ ଚାହିଁ ବସିଥାନ୍ତି । ମଜା ମଜା କଥା କହି ଲୋକଙ୍କୁ ହସାଇବା ସହ ତାଙ୍କ ଶୋ’କୁ ବଡ ବଡ ସେଲିବ୍ରିଟି ଆସିଥାନ୍ତି । ଯେଉଁ ମାନଙ୍କ ସହ କଥାବାର୍ତ୍ତା ଓ ମଜାମସ୍ତି ଶୋ’କୁ ଆହୁରି ରୋଚକ କରିଥାଏ । କପିଲ ବଲିଉଡରେ ଏହା ପୂର୍ବରୁ ମାତ୍ର ଦୁଇଟି ଫିଲ୍ମ କରିଛନ୍ତି । ସେଗୁଡିକ ହେଉଛି “କିସ କିସକୋ ପ୍ୟାର କରୁ” ଏବଂ “ଫିରଙ୍ଗୀ’ ।
ମାତ୍ର ଦୁଇଟି ଫିଲ୍ମ କରିଥିଲେ ମଧ୍ୟ କପିଲଙ୍କ ଲୋକପ୍ରିୟତା କୌଣସି ବଲିଉଡ ସୁପରଷ୍ଟାରଙ୍କ ଠାରୁ କିଛି କମ୍ ନୁହେଁ । ତେବେ ବର୍ତ୍ତମାନ କପିଲଙ୍କୁ ଆଉ ଏକ ଫିଲ୍ମରେ ଦେଖିବାକୁ ମିଳିବ । ନିର୍ଦ୍ଦେଶିକା ନନ୍ଦିତା ଦାଶଙ୍କ ଆଗାମୀ ଫିଲ୍ମ ମୁଖ୍ୟ ଭୂମିକାରେ ନଜର ଆସିବେ ଭାରତର ଅନ୍ଯତମ ବଡ ସେଲିବ୍ରିଟି ତଥା କାମେଡିଆନ କପିଲ ଶର୍ମା । ଏହି ଫିଲ୍ମରେ କପିଲ ଜଣେ ଡେଲିଭେରି ବୟ ଭାବେ ନଜର ଆସିବେ । ଆଉ ଏହି ଦୃଶ୍ୟକୁ ଜୀବନ୍ତ ଭାବେ ପ୍ରଦର୍ଶିତ କରାଇବା ପାଇଁ ଭୁବନେଶ୍ବରରେ ଚାଲିଥିଲା ଶୁଟିଙ୍ଗ ।
ଭୁବନେଶ୍ବରର କିଛି ରେସ୍ତୋରାଁ ଏବଂ ପୁରୁଣା ଅଞ୍ଚଳରେ କିଛି ଗୁରୁତ୍ୱପୂର୍ଣ୍ଣ ସିନ୍ କୁ ପରଦାକୁ ଆଣିବାକୁ ଚେଷ୍ଟା କରିଛନ୍ତି ନନ୍ଦିତା । କୁହାଯାଉଛି କି ଫିଲ୍ମଟି ଓଡିଆଙ୍କ ଜୀବନଶୈଳୀ ଉପରେ ଆଧାରିତ । ତେଣୁ ଏଥିରେ ଓଡିଶାର କିଛି ଛୁଙ୍କ ଦେବାକୁ କପିଲ ଏବଂ ପୁରା ଟିମ୍ ଭୁବନେଶ୍ବରରେ ପହଞ୍ଚିଛନ୍ତି । କପିଲଙ୍କ ସହ ତାଙ୍କ ବିପରୀତରେ ଅଭିନେତ୍ରୀ ସୟାନୀ ଗୁପ୍ତା ନଜର ଆସିବେ । ଏବେ ଯାଏଁ ଆନୁଷ୍ଠାନିକ ଭାବେ ଫିଲ୍ମର ନାଁ ଦିଆ ଯାଇନାହିଁ ।
ତେବେ ଏହି ସିନେମାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ଯୋଜନା ରହିଛି । ତେବେ ଆପଣ କପିଲଙ୍କ ଆଗାମୀ ଫିଲ୍ମ ପାଇଁ କେତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।