ଚାଇନା ମାଲ୍ କିଣି ଫସିଲା ଋଷ, ଏମିତି ହଟହଟା ହେଉଛନ୍ତି ଋଷ ସେନା…

ଚୀନ ଜିନିଷ ଉପରେ ଭରସା ନାହିଁ ଏହା କେତେବେଳେ ବି ଧୋକା ଦେଇପାରେ । ଯାହା ଋଷ ସେନାଙ୍କ ଗାଡି ଟାୟାର ଅବସ୍ଥା ଦେଖି ସ୍ପଷ୍ଟ ହେଉଛି । ଋଷ ସେନାର ଯେଉଁ ଯୁଦ୍ଧ ଗାଡିରେ ଚୀନରୁ ମଗା ଯାଇଥିବା ଟାୟାର ଲାଗିଥିଲା ସେଇ ଗାଡି ଆଗକୁ ବଢୁନି । ଘମାଘୋଟ ଯୁଦ୍ଧ ମଧ୍ୟରେ ଋଷ ସେନାର ଅନେକ ବାହନ ଅଟକି ଯାଇଛି । କାରଣ ଏଥିରେ ଋଷ ଯେଉଁ ଚାଇନା ଟାୟାର ଲଗାଇଥିଲା ତାହା ଅଧାବାଟରେ ହିଁ ଘୋରି ହୋଇଯାଇଛି । ଆଉ କିଛି ଗାଡିର ଚକା ପଙ୍କଚର ହୋଇ କାଦୁଅରେ ଫସି ରହିଛି ।

ଏଭଳି ଅବସ୍ଥାରେ ଋଷ ସେନାକୁ ହଟହଟା ହେବାକୁ ପଡିଛି । ଚୀନ ଯୋଗୁଁ ଆଉ ଆଗକୁ ଗଡିପାରୁନି ଋଷ ସେନାର ଯୁଦ୍ଧ ଗାଡି । ଗତ ୫ଦିନ ତଳେ ୟୁକ୍ରେନକୁ ଘେରାବନ୍ଦୀ କରିଥିବା ଋଷ ସେନାର ସାଟେଲାଇଟ ଚିତ୍ର । ହେଲେ ଆଜିକୁ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେହି ଗୋଟିଏ ସ୍ଥାନରେ ଅଟକି ରହିଛନ୍ତି ଋଷ ସେନାର ହଜାର ହଜାର ଯୁଦ୍ଧ ଗାଡି । ଏହାର କାରଣ ଖୁଲାସା କରିଛନ୍ତି ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ।

ତାଙ୍କ କହିବା ଅନୁଯାୟୀ ଋଷର ଏହି ବିରାଟକାୟ ସାମରିକ ଛାଉଣିରେ ଏବେ ନାହିଁ ନଥିବା ସମସ୍ଯା ଉପୁଜିଛି । ଗାଡି ଗୁଡିକର ଯାନ୍ତ୍ରିକ ତ୍ରୁଟି, ବିଶେଷ କରି ଖରାପ ଟାୟାର ଓ ୟୁକ୍ରେନ ସେନାର ପ୍ରତିରୋଧ ଯୋଗୁଁ ସେଠାରେ ଏସବୁ ଅଟକି ରହିଛି । ପ୍ରତିରକ୍ଷା ବିଶେଷଜ୍ଞ ଟ୍ରେଣ୍ଟ ଟେଲେକୋ ଏଥିପାଇଁ ଚୀନ ନିର୍ମିତ ଟାୟାରକୁ ଦାୟୀ କରିଛନ୍ତି । ସେ କହିଛନ୍ତି କି, ଚୀନର ଖରାପ ଟାୟାର ଯୋଗୁଁ ୬୪କିମି ପର୍ଯ୍ୟନ୍ତ ଲମ୍ବିଥିବା ଋଷ ସାମରିକ ଗାଡିର ଧାଡି ଅଟକି ରହିଛି ।

କେବଳ ସେତିକି ନୁହେଁ ବରଂ କାଦୁଅରେ ଫସି ରହିଥିବା ଋଷ ସେନାର ପ୍ୟାଣ୍ଟିର ଏସ୧ ମିଶାଇଲ ସିଷ୍ଟମର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି । ସେଥିରେ ସେ ଲେଖିଛନ୍ତି ଚୀନର ଶସ୍ତା ଟାୟାର ୟୁକ୍ରେନର ନରମ ମାଟିରେ ବିଫଳ ହୋଇଛି । ଆମେରିକାର ସରକାରୀ ପରାମର୍ଶଦାତା କାର୍ଲ ଟି ମୁଥ ମଧ୍ୟ ଟ୍ରେଣ୍ଟଙ୍କ ଦାବିରେ ସହମତି ପ୍ରକାଶ କରିଛନ୍ତି । ସେ ମଧ୍ୟ କହିଛନ୍ତି କି ଋଷ ଯୁଦ୍ଧ ଗାଡିରେ ଲାଗିଥିବା ଟାୟାରର କ୍ଵାଲିଟି ବହୁତ ଖରାପ । ଟାୟାର ଗୁଡିକ ଖୁବ ଶୀଘ୍ର ଘୋରି ହୋଇ ନଷ୍ଟ ହୋଇଯାଉଛି ।

ଏହାସହ ନରମ କାଦୁଅ ମାଟିରେ ଏହି ଟାୟାର ତିଷ୍ଠି ନପାରି ଫାଟି ଯାଉଛି । ତେଣୁ ଋଷ ସେନାର ବିରାଟକାୟ ଗାଡି ଆଗକୁ ବଢିବାରେ ସମସ୍ଯା ହେଉଛି । ଯୁଦ୍ଧ ଗାଡିର ଯାନ୍ତ୍ରିକ ତ୍ରୁଟି ସାଙ୍ଗକୁ ଖାଇବା ପିଇବା ଅଭାବ ମଧ୍ୟ ଋଷ ସେନାଙ୍କୁ କଲବଲ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।