ଭୁବନେଶ୍ୱର କୁମାରଙ୍କ ଲଭ ଷ୍ଟୋରି ପୁରା ପୁରି ଫିଲ୍ମି, ପତ୍ନୀ ପଚାରି ଥିଲେ କେଉଁ ଚାକିରି କରିବ..! କହିଥିଲେ ଏମିତି

ଟିମ ଇଣ୍ଡିଆର ବୋଲର ଭୁବନେଶ୍ୱର କୁମାର କ୍ରିକେଟରେ ନିଜର ବହୁତ ଭଲ ପ୍ରଦର୍ଶନ କରନ୍ତି, ଅନ୍ୟ ପଟେ ତାଙ୍କର ପର୍ସନାଲ ଲାଇଫ ବି ବହୁତ ରୋମାଞ୍ଚକ ପୂର୍ଣ ଅଟେ । ଆଜି ଆମେ ଭୁବନେଶ୍ୱର କୁମାରଙ୍କ ପ୍ରେମ କାହାଣୀ ବିଷୟରେ କଥାବାର୍ତ୍ତା କରିବାକୁ ଯାଉଛୁ, ଯାହା କି ବହୁତ ଫିଲ୍ମି ଅଟେ । ଭୁବନେଶ୍ୱର କୁମାର ବର୍ଷ ୨୦୧୭ରେ ନିଜର ପିଲାଦିନର ବନ୍ଧୁ ନୁପୁର ନାଗରଙ୍କ ସହ ବିବାହ କରିଥିଲେ । ନୁପୁର ଏକ ଇଞ୍ଜିନିୟର ଅଟନ୍ତି ଓ ସେ ନୋଏଡାର ଏକ କମ୍ପାନୀରେ କାମ କରନ୍ତି ।

କିଛି ସମୟ ପୂର୍ବେ ହିଁ ଭୁବନେଶ୍ୱର କୁମାର ନିଜର ପ୍ରେମ କାହାଣୀ ବିଷୟରେ କଥାବାର୍ତ୍ତା କରି କହିଥିଲେ କି ସେ ଓ ନୁପୁର ପିଲାଦିନୁ ହିଁ ପରସ୍ପରକୁ ଜାଣି ଥିଲେ । କିନ୍ତୁ କେବେ ବି ଏହା ବିଷୟରେ ନିଜର ମାତା ପିତାଙ୍କୁ କହିବାକୁ ସାହସ କରି ନ ଥିଲେ । ତେବେ ଚାଲନ୍ତୁ ଆଜି ଆମେ ଭୁବନେଶ୍ୱର କୁମାର ଓ ନୁପୁରଙ୍କ ପ୍ରେମ କାହାଣୀ ବିଷୟରେ ଜାଣିବା ।

ମେରଠରେ ନୁପୁର ଓ ଭୁବନେଶ୍ୱର କୁମାର ପରସ୍ପରର ପଡୋଶୀ ଥିଲେ । ଏହା ସହିତ ଦୁଇ ଜଣ ନିଜ ଶିକ୍ଷାର ଆରମ୍ଭ ଦେହରାଦୂନରୁ କରିଥିଲେ । ଦୁଇ ଜଣଙ୍କ ପିତା ହିଁ ପୋଲିସରେ ଥିଲେ । ନିଜର ପ୍ରେମ କାହାଣୀ ବିଷୟରେ ଭୁବନେଶ୍ୱର କୁମାର କହିଲେ କି, ‘ନୁପୁର ଓ ମୁଁ ପିଲାଦିନୁ ହିଁ ପରସ୍ପରକୁ ଜାଣି ଥିଲୁ ଓ ପାଖପାଖି ହିଁ ରହିଥିଲୁ । ଆମେ ଦୁଇ ଜଣ ପରସ୍ପରକୁ ସେହି ସମୟରୁ ଜାଣି ଥିଲୁ ଯେତେବେଳେ ଆମର ବୟସ ୧୨ – ୧୩ ବର୍ଷ ଥିଲା । ଆମେ କେବେ ବି ଚିନ୍ତା କରି ନ ଥିଲୁ କି, ଆମେ ବିବାହ କରିବୁ, କିନ୍ତୁ ଯେତେବେଳେ ଘର ଲୋକମାନେ ଆମର ବିବାହ ପ୍ରସ୍ତାବକୁ ଅନୁମତି ଦେଇଦେଲେ ତେବେ ଆମେ ବିବାହ କରି ନେଲୁ ।‘

ଭୁବନେଶ୍ୱର କୁମାର ଆଗକୁ କହିଲେ କି, ‘ବିବାହର କିଛି ବର୍ଷ ପୂର୍ବେ ଆମର ସମ୍ପର୍କ ବିଷୟରେ ଆମର ଘର ଲୋକମାନଙ୍କୁ ବି କିଛି ଜଣା ନ ଥିଲା । ମୋର ସାହସ ବି ନ ଥିଲା କି ମୁଁ ନିଜ ଘର ଲୋକମାନଙ୍କୁ ନିଜର ଭଲ ପାଇବା କଥା କହିବି । ସତ କହିବି ତ ମୋର ମାତା ପିତାଙ୍କୁ ଆମର ସମ୍ପର୍କ ବିଷୟରେ ଅନ୍ୟ ଏକ ବ୍ୟକ୍ତି ଦ୍ଵାରା ଜଣା ପଡିଛି ଓ ଭଲ ବି ହୋଇଛି କି ଅନ୍ୟ କାହା ଦ୍ଵାରା ଜଣା ପଡିଛି କାରଣ ମୋର ନିଜର ସାହସ ନ ଥିଲା ।‘

ଅନ୍ୟ ପଟେ ନୁପୁରଙ୍କୁ ଭୁବନେଶ୍ୱର କୁମାରଙ୍କ ବିଷୟରେ ପ୍ରଶ୍ନ କରାଗଲା ତ ସେ କହିଲେ କି, ‘ଭୁବି ପ୍ରଥମେ ବହୁତ ସରଳ ଓ ସାଧା ସିଧା ଥିଲେ, କିନ୍ତୁ ସମୟ ସହିତ ସେ ବହୁତ ସ୍ମାର୍ଟ ହୋଇ ଯାଇଛନ୍ତି ।‘ ଏହା ଛଡା ଯେତେବେଳେ ନୁପୁରଙ୍କୁ ପ୍ରଶ୍ନ କରାଗଲା କି କଣ ଭୁବନେଶ୍ୱର କୁମାର ଅସଲ ଜୀବନରେ ବି ସେତିକି ବିନମ୍ର ଅଟନ୍ତି ଯେତିକି ସେ ଟିଭି ସାମ୍ନାରେ ଦେଖା ଯାଆନ୍ତି । ତେବେ ନୁପୁର କହିଲେ କି, ‘ନାହିଁ ସେ ଅସଲରେ ଏମିତି ନୁହନ୍ତି, କେବଳ ପବ୍ଲିକ ସାମ୍ନାରେ ଏମିତି ଅଟନ୍ତି ।‘

ଏହା ଛଡା ନୁପୁର କହିଲେ କି, ‘ବିବାହ ପୂର୍ବରୁ ପ୍ରଥମେ ମୁଁ ଭୁବିଙ୍କୁ ପଚାରି ଥିଲି କି ତୁମେ କଣ କାମ କରିବ ? ତେବେ ଭୁବନେଶ୍ୱର କୁମାର ଏହା ବିଷୟରେ କଥାବାର୍ତ୍ତା କରି କହିଲେ କି, ‘ଯେତେବେଳେ ନୁପୁର ମୋତେ ଏହି ପ୍ରଶ୍ନ କରିଲେ ତେବେ ମୁଁ ତାଙ୍କୁ ବହୁତ କଷ୍ଟରେ ବୁଝାଇ ଥିଲି କି କ୍ରିକେଟରେ ହିଁ ମୋର କ୍ୟାରିୟର ଅଛି । କାରଣ ଯେତେବେଳେ ମୁଁ ନୁପୁରଙ୍କୁ ଡେଟ କରିବା ଆରମ୍ଭ କରିଥିଲି, ତେବେ ସେହି ସମୟରେ ମୁଁ ଟିମ ଇଣ୍ଡିଆ ପାଇଁ ନୁହେଁ କେବଳ ରଣଜୀ କ୍ରିକେଟ ଖେଳୁ ଥିଲି । ସେଥିପାଇଁ ନୁପୁର ମୋତେ ଏହି ପ୍ରଶ୍ନ କରିଥିଲେ କି, ବର୍ତ୍ତମାନ ପାଇଁ ତ ଠିକ ଅଛି କି କ୍ରିକେଟ ଖେଳୁଛ, କିନ୍ତୁ ପରେ କଣ ଜବ କରିବ ।‘

କିନ୍ତୁ ବର୍ତ୍ତମାନ କହିବାକୁ ଗଲେ ଦୁଇ ଜଣଙ୍କ ବିବାହକୁ ପାଖାପାଖି ୩ ବର୍ଷ ହୋଇ ସାରିଛି । ଆଜି ଦୁଇ ଜଣ ପରସ୍ପର ସହିତ ବହୁତ ଖୁସିରେ ଅଛନ୍ତି । ଭୁବନେଶ୍ଵର ତ ପ୍ରାୟତଃ ନୁପୁରଙ୍କ ସହିତ ସୋସିଆଲ ମିଡିଆରେ ନିଜର ସୁନ୍ଦର ସୁନ୍ଦର ଫଟୋ ବି ଶେୟାର କରିଥାନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।