Vastu Tips- ସ୍ବାମୀଙ୍କ ସହିତ ଭୋଜନ କରୁଥିବା ସ୍ତ୍ରୀ ଏହାକୁ ଥରେ ନିଶ୍ଚୟ ପଢନ୍ତୁ, ଜାଣନ୍ତୁ ଭୋଜନ କରିବାର ସଠିକ ନିୟମ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି ।

ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ ।

କଣ କଲେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହେବ ତାହା ଵିଷୟ ରେ ମଧ୍ୟ ଅନେକ କଥା କୁହାଯାଇଛି । ଶାସ୍ତ୍ର ଅନୁସାରେ ଭୋଜନ କରିବା ସମୟ ରେ କେତେକ ନିୟମ କୁ ପାଳନ କରିବା ଆବଶ୍ୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ ଵିଷୟରେ ।

ବନ୍ଧୁଗଣ ଭୋଜନ କରିବା ପୂର୍ବରୁ ନିଜର ଦୁଇ ଗୋଡ଼, ଦୁଇ ହାତ ଓ ମୁହଁ କୁ ଭଲ ଭାବରେ ଧୋଇବା ଉଚିତ । ଭୋଜନ କରିବା ପୂର୍ବରୁ ମାତା ଅନ୍ନପୂର୍ଣ୍ଣା ତଥା ସମସ୍ତ ଦେବାଦେବୀ ଙ୍କୁ ସ୍ମରଣ କରି ଭୋଜନ ଗ୍ରହଣ କରିବା ଉଚିତ । ଭୋଜନ ପ୍ରସ୍ତୁତ କରୁଥିବା ନାରୀ ଗାଧୋଇ ସାରିବା ପରେ ଶୁଦ୍ଧ ମନ ରେ ମନ୍ତ୍ର ଜପ କରି ରୋଷେଇ କରିବା ଉଚିତ । ପ୍ରଥମେ ତିନୋଟି ରୁଟି ତିଆରି କରି କୁକୁର, ଗାଈ ଓ କାଉ କୁ ଦାନ କରନ୍ତୁ ।

ଏହା ପରେ ଆପଣ ଭୋଜନ କରନ୍ତୁ । ସବୁବେଳେ ପରିବାର ସହିତ ମିଳିମିଶି ଭୋଜନ କରିବା ପାଇଁ ଚେଷ୍ଟା କରନ୍ତୁ ଓ ରୋଷେଇ ଘରେ ହିଁ ଭୋଜନ କରନ୍ତୁ । ଶାସ୍ତ୍ର ଅନୁସାରେ ସବୁବେଳେ ଉତ୍ତର ଦିଗ କୁ ମୁହଁ କରି ଖାଇବା ଉଚିତ । ଦକ୍ଷିଣ ଦିଗ କୁ ମୁହଁ କରି ଖାଇବା ଦ୍ଵାରା ତାହା ପ୍ରେତ ନିକଟ କୁ ଯାଇଥାଏ । ପଶ୍ଚିମ ଦିଗ କୁ ମୁହଁ କରି ଖାଇବା ଦ୍ବାରା ଆପଣଙ୍କ ଘର କୁ ବିଭିନ୍ନ ରୋଗ ଆଦି ପ୍ରଵେଶ କରିଥାଏ ।

ଶୋଇବା ଶଯ୍ୟା ଉପରେ ଭୋଜନ କରିବା ଉଚିତ ନୁହେଁ । କୌଣସି ପ୍ରକାର ଭଙ୍ଗା ଫଟା ପାତ୍ର ରେ ଖାଇବା ଉଚିତ ହୋଇ ନ ଥାଏ । ଏହା ବ୍ୟତୀତ ଯେତେବେଳେ ଆପଣ କୌଣସି ଚିନ୍ତା ରେ ରହୁଛନ୍ତି ବା କ୍ଳେଶ ରେ ଅଛନ୍ତି କିମ୍ବା କୌଣସି ଜନ ଗହଳି ସ୍ଥାନ ରେ ଅଛନ୍ତି ତେବେ ସେହିପରି ସ୍ଥାନ ରେ ବା ସମୟ ରେ ଭୋଜନ କରନ୍ତୁ ନାହିଁ । ବହୁତ ରାଗ ଓ ମିଠା ଖାଦ୍ୟ ଖାଇବା ଉଚିତ ନୁହେଁ । ବଟ ବୃକ୍ଷ ତଳେ ବସି ଖାଇବା ଉଚିତ ନୁହେଁ । ପରଶା ଯାଇଥିବା ଖାଦ୍ୟ ର କେବେ ନିନ୍ଦା କରିବା ଉଚିତ ନୁହେଁ ।

ଖାଇବା ଅଧା ରୁ ଉଠି କରି ପୁଣି ଖାଇବା ପାଇଁ ବସିବା ଉଚିତ ନୁହେଁ । ଲୋଭି ମନୁଷ୍ୟ ଦାନ କରୁଥିବା ଖାଦ୍ୟ କୁ କେବେ ମଧ୍ୟ ସେବନ କରିବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ମା-ଦ-କ ଦ୍ରବ୍ୟ ବିକ୍ରି କରିଥାଏ ସେହିପରି ବ୍ୟକ୍ତି ମାନଙ୍କ ଠାରୁ ମଧ୍ୟ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ । ବନ୍ଧୁଗଣ ଯଦି ଆପଣ ଭୋଜନ କରିବା ସମୟ ରେ ଏହି ସବୁ ନିୟମ କୁ ମାନି ଚଳିବେ ତେବେ ଆପଣଙ୍କ ଜୀବନ ରେ ସୁଖ ଶାନ୍ତି ପୂର୍ଣ୍ଣ ହୋଇଯିବ । ଆପଣ ସବୁବେଳେ ବହୁତ ଖୁସି ରେ ରହିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।