Vastu Tips: ଭୋଜନ କରିବା ସମୟରେ କରନ୍ତୁ ନାହିଁ ଏହି 4ଟି ଭୁଲ, ଧୀରେ ଧୀରେ ହୋଇଯିବେ ଦରିଦ୍ର !

ପ୍ରତ୍ଯେକ ବ୍ୟକ୍ତି ଭଲରେ ଦୁଇ ମୁଠା ଖାଇବା ଏବଂ ସୁଖରେ ରହିବା ପାଇଁ ଦିନରାତି ପରିଶ୍ରମ କରିଥାନ୍ତି । କିନ୍ତୁ ଅନେକ ସମୟରେ ଆମ ଘରର ବାସ୍ତୁଦୋଷ ଯୋଗୁଁ ଯେତେ ଚେଷ୍ଟା କଲେ ମଧ୍ୟ ଏହା ସମ୍ଭବ ହୋଇ ନଥାଏ । ବାସ୍ତୁ ଶାସ୍ତ୍ରରେ ଏମିତି କିଛି ନିୟମ ରହିଛି ଯାହା ପାଳନ କରିବା ଦ୍ଵାରା ଜୀବନର ସମସ୍ତ ସମସ୍ଯା ଦୂର ହୋଇଥାଏ । ପ୍ରତ୍ଯେକ କର୍ମ ଭଳି ଭୋଜନ ପାଇଁ ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି । ତେବେ ଚାଲନ୍ତୁ ଜାଣିବା କଣ ସେହିସବୁ ।

ଆପଣ ଦେଖିଥିବେ କି କେତେକେ ଲୋକ ରୋଷେଇ ଘରେ ଖାଦ୍ଯ ତିଆରି କରିବା ପରେ ସେହିଠାରେ ହିଁ ଖାଦ୍ଯ ଖାଇଥାନ୍ତି । କିନ୍ତୁ ଏପରି କରିବା ଉଚିତ ନୁହେଁ । କାରଣ ଯେଉଁଠାରେ ରୋଷେଇ ହୁଏ ତାକୁ ମାତା ଲକ୍ଷ୍ମୀଙ୍କ ସ୍ଥାନ ବୋଲି କୁହାଯାଏ । ସେହି ଜାଗାରେ ଖାଦ୍ଯ ସେବନ କରିବା ଦ୍ଵାରା ତାହା ଅଇଁଠା ହୋଇ ଯାଇଥାଏ । ଯାହା ଦ୍ଵାରା ମାତା ଲକ୍ଷ୍ମୀ ରାଗିଯାଇ ଥାଆନ୍ତି ଏବଂ ଏହାର ଖରାପ ପ୍ରଭାବ ଆପଣଙ୍କ ପରିବାର ଉପରେ ସିଧାସଳଖ ପଡିଥାଏ ।

ଯାହାଫଳରେ ଆପଣଙ୍କ ଘରେ ସର୍ବଦା ଅଭାବ ଓ ଅସୁବିଧା ଲାଗି ରହିଥାଏ ।ଖାଦ୍ୟ ଖାଇବା ସମୟରେ କେବେ ହେଲେ ଚୁଲି ବା ଗ୍ଯାସ ଆଡକୁ ନିଜର ପିଠି କରି ଖାଦ୍ଯ ଖାଆନ୍ତୁ ନାହିଁ । ଅନେକ ଲୋକ ଏହିପରି କରୁଥିବାର ଦେଖାଯାଏ । କିନ୍ତୁ ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ଏହାଦ୍ବାରା ଗୃହରେ ଖାଦ୍ଯର ଘୋର ଅଭାବ ଦେଖା ଦେଇଥାଏ । ଆପଣ ଖାଇବା ଆରମ୍ଭ କରିବା ପୂର୍ବରୁ ଏହାର ପ୍ରଥମ ଖଣ୍ଡ ମାତା ଲକ୍ଷ୍ମୀଙ୍କୁ ଧ୍ୟାନ କରି ଭୋଗ ଲଗାନ୍ତୁ । ଏହାପରେ ଯାଇ ଖାଇବା ଆରମ୍ଭ କରନ୍ତୁ ।

କିନ୍ତୁ ଧ୍ୟାନ ଦେବେ କି ସେହି ଭୋଗକୁ କେବେ ହେଲେ ମାଟି ଉପରେ ସିଧାସଳଖ ରଖିବେ ନାହିଁ । କାରଣ ଭୂମି ଉପରେ ସିଧାସଳଖ ଭାବେ ଭୋଗ ଲଗାଇବା ଦ୍ଵାରା ମାତା ଲକ୍ଷ୍ମୀ କେବେ ହେଲେବି ସନ୍ତୁଷ୍ଟ ହୋଇ ନଥାନ୍ତି । ଭୋଜନ କରିବା ସମୟରେ କେବେ ହେଲେ ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରନ୍ତୁ ନାହିଁ । କାରଣ ଏହି ଦିଗ ଯମରାଜଙ୍କୁ ସମର୍ପିତ ହୋଇଥାଏ ।

ତେଣୁ ଏହି ଦିଗରେ ମୁହଁ କରି ଭୋଜନ କରିବା ଦ୍ଵାରା ଶାରୀରିକ ସମସ୍ଯା ଗୁଡିକ ଦେଖା ଦେଇଥାଏ । ତେଣୁ ଆପଣ ଭୋଜନ ଗ୍ରହଣ କାରିୟବା ସମୟରେ କେବେ ହେଲେ ହି ସମସ୍ତ ଭୁଲ କରନ୍ତୁ ନାହିଁ । ଦେଖିବେ ଆପଣଙ୍କର ମଙ୍ଗଳ ହେବ । ଏହାଦ୍ବାରା ଆପଣଙ୍କ ଘରେ କେବେ ହେଲେ ବି ଭୋଜନର ଅଭାବ ଦେଖା ଦେବନାହିଁ କି ଆପଣଙ୍କୁ କୌଣସି ଶାରୀରିକ ସମସ୍ଯା ମଧ୍ୟ ପାଖ ମାଡିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।