ଭିନ୍ନକ୍ଷମ ଝିଅକୁ ଗୁହାଳରେ ଛାଡି ଅନ୍ତର୍ଦ୍ଧାନ ହୋଇଯାଇଛି ମାଆ, ବର୍ଷ ବର୍ଷ ଧରି ବନ୍ଦ ଗୁହାଳରେ ପଡି ରହିଥିବା ଝିଅଟିର ଅବସ୍ଥା ଦେଖିଲେ ଆପଣଙ୍କ ଛାତି ଫାଟିଯିବ, ଦେଖନ୍ତୁ video

ଜନ୍ମ କଲା ମା’ ଯାହାକୁ ପର କରିଦେଲା ତା’ର ଆଉ କିଏ ସାହା ହେବ ! ନିଜର କିଏ କରିବ ! ମାଆ କୋଳରେ ସ୍ନେହ ପ୍ରେମ ପାଇବା ବଦଳରେ ଗାଈ ଗୁହାଳରେ ଗୋରୁଙ୍କ ଭଳି ପଡି ରହିଛି ଛୁଆ । ମାଆ ହାତରନ୍ଧା ଖାଇବା ବି ତା’ ଭାଗ୍ୟରେ ନାହିଁ । ଗାଁ ଲୋକଙ୍କ ହାତ ଟେକା ଖାଦ୍ଯ ଖାଇ ବଞ୍ଚି ରହିଛି । ଯେଉଁ ଗୁହାଳରେ ରହୁଛି ତା’ ଭିତରେ ହିଁ ଖାଉଛି ଆଉ ଶୋଉଛି । ଜନ୍ମ ଠାରୁ 12 ବର୍ଷ ବୟସର ଏହି ଝିଅଟି ବନ୍ଦୀ ହୋଇ ଜୀବନ କାଟୁଛି । ଝିଅକୁ ଜନ୍ମ ଦେବା ପରେ ଗୁହାଳରେ ଛାଡି ଦେଇ କୁଆଡେ ଚାଲିଯାଇଛି ମାଆ ।

12 ବର୍ଷର ଏହି ନିରୀହ ଝିଅଟିକୁ ପାଦରେ ଆଡେଇ ଦେଇ ମାଆ କୁଆଡେ ଚାଲିଯାଇଛି । 10 ମାସ 10 ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ଛୁଆକୁ ମାଆ ଏମିତି ଛାଡି ଦେଇପାରେ ତାହା ବେଶ ଅବିଶ୍ଵସନୀୟ । ବାପା ସିନା ଭାଗ୍ୟକୁ ନେଇ ଅଧାବାଟରେ ଛାଡି ଆରପାରିକୁ ଚାଲିଗଲେ, ତା’ ବୋଲି କଣ ମା’ ହୋଇ ପିଲାକୁ ଏମିତି ଠକି ଦେଇପାରିବ ! ନିଜ ସୁଖ ପାଇଆନ ନିଜ ଜନ୍ମ କଲା ଝିଅକୁ ଦୁଃଖ ଦରିଆରେ ଭସେଇ ଦେଇଛି ଅବିବେକୀ ମାଆ । ଯାହାକୁ ନିଜ ମା’ ପର କରି ଦୁଃଖ ଦେଉଛି ସିଏ ବା ଆଉ କାହାକୁ କଣ କହିବ !

ଗାଈ ଗୁହାଳ ଭିତରେ କୁକୁର ମାଙ୍କଡ ଭଳି ବଞ୍ଚୁଛି ଝିଅଟି । ତା’ ଅବସ୍ଥା ଦେଖିଲେ କେହିବି ସହୃଦୟ ବ୍ୟକ୍ତି କାନ୍ଦି ପକାଇବେ । ଗୋଟିଏ ଡ୍ରେସକୁ ବର୍ଷ ବର୍ଷ ଧରି ପିନ୍ଧି ରହିଛି ଝିଅ । କିଛି ବୁଝି ପାରୁ ନଥିବା ନିରୀହ ଝିଅଟି ଘୁଷୁରିଙ୍କ ଭଳି ଅପରିଷ୍କାର ହୋଇ ପଡି ରହୁଛି ।

ଗାଁ ଲୋକମାନେ ଦୟାରେ ଯାହା ଖାଇବାକୁ ଦେଉଛନ୍ତି ସେତିକି ଖାଇ ଜୀବନ ବଞ୍ଚାଉଛି ଝିଅଟି । ନହେଲେ ବଖାଇ ନପିଇ ଗୁହାଳ ଘରେ ସେ ପଡି ରହୁଛି । କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି ଗୋଟିଏ ଭିନ୍ନକ୍ଷମ ଝିଅର ଏଭଳି ଅଭନୀୟ ଦୃଶ୍ୟ । ବାପା ଆରପାରିକୁ ଚାଲିଯିବା ପରେ ମା’ ବଡ ଝିଅକୁ ଧରି କୁଆଡେ ଚାଲିଯାଇଛି କେହି ବି ଜାଣନ୍ତିନି । ଭିନ୍ନକ୍ଷମ ହୋଇଥିବାରୁ ସାନ ଝିଅଟି କଥା କହିପାରେନି କି ଭଲରେ ଚାଲି ପାରେନି ।

ତେଣୁ ଗୁହାଳ ଘରେ ଏକାକୀ ପଡିରହିଛି । ଗାଁ ଲୋକେ ଝିଅଟିକୁ ଅଧିକ କିଛି ସାହାଯ୍ୟ କରିବାକୁ ଭୟ କରୁଛନ୍ତି । ତେଣୁ ସେମାନେ ସରକାର ଓ ପ୍ରଶାସନଙ୍କୁ ଝିଅଟିର ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।