ସହର ଭିତରେ ଲୋକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କଲା କଲରା ପତରିଆ ବାଘ, ଭାଇରାଲ ହେଉଛି ଲୋମ ଟାଙ୍କୁରା ଦୃଶ୍ୟ, ଦେଖନ୍ତୁ video

ରାସ୍ତା ଉପରେ ଆତଙ୍କ ଖେଳାଇଲା ବାଘ । ଦୌଡି ଦୌଡି ଲୋକଙ୍କୁ ଗୋଡାଇଲା ଆଉ ଆକ୍ରମଣ ମଧ୍ୟ କଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । କର୍ଣ୍ଣାଟକର ମହୀଶୂରରେ ଦେଖିବାକୁ ମିଳିଛି ଏଭଳି କିଛି ଲୋମ ଟାଙ୍କୁରା ଦୃଶ୍ୟ । ସହର ଭିତରକୁ ପଶି ଆସିଥିଲା ଏକ କଲରା ପତରିଆ ବାଘ । ବାଘକୁ ଦେଖି ଲୋକମାନେ କିଛି ସମୟ ପାଇଁ ଆତଙ୍କିତ ହୋଇ ପଡିଥିଲେ ଏବଂ ବାଘକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ ।

ହେଲେ ବାଘଟି ସେ ସ୍ଥାନ ଛାଡି ଯିବା ବଦଳରେ ଓଲଟା ଲୋକଙ୍କ ଉପରକୁ ଆକ୍ରମଣ କରିବାକୁ ଗୋଡାଇଥିଲା । ବାଘ ଭୟରେ କିଛି ସମୟ ପାଇଁ ଆତଙ୍କିତ ହୋଇ ପଡିଥିଲେ ଲୋକେ । ଆଉ ସେହି ସମୟର ଛାତିଥରା ଦୃଶ୍ୟ ଆପଣ ଦେଖି ପାରୁଥିବେ । ଭିଜୁଆଲଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସମସ୍ତଙ୍କ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ବାଘ ଆକ୍ରମଣର ଏହି ଭିଡିଓ ।

ବାଘଟି ଗୋଡେଇ ଯିବା ପରେ ବାଇକରେ ଯାଉଥିବା ଜଣେ ବ୍ୟକ୍ତି ଭୟରେ ଚିତ୍କାର କରିବା ସହ କିଭଳି ତଳେ ପଡି ଯାଇଛନ୍ତି ତାହା ଆପଣ ଦେଖି ପାରୁଥିବେ । ସେଠାରେ ଉପସ୍ଥିତ ଥିବା ସବୁ ଲୋକଙ୍କୁ ଆକ୍ରମଣ କରିବା ପାଇଁ ଗୋଡେଇ ଆସିଥିଲା ବାଘ । ସହର ଭିତରକୁ ପଶି ଆସିଥିବା ଏହି କଲରା ପତରିଆ ବାଘ ଯୋଗୁଁ ଲୋକମାନେ ଆତଙ୍କିତ ହୋଇ ପଡିଥିଲେ ।

ରାସ୍ତା ଉପରକୁ ବାଘଟି ଗୋଡେଇ ଯାଇ ଆକ୍ରମଣ କରିବା ଫଳରେ ବାଇକରେ ଯାଉଥିବା ବ୍ୟକ୍ତିଜଣକ କଚାଡି ହୋଇ ପଡିଥିଲେ । ସେ ଭୟଭୀତ ହୋଇ ଖୁବ ଜୋରରେ ପାଟି କରିବା ପରେ ବାଘଟି ତାଙ୍କୁ ଛାଡି ଅନ୍ୟଜଣେ ବ୍ୟକ୍ତିଙ୍କୁ ଗୋଡେଇ ଯାଇଥିଲା । ଦୃଶ୍ୟଟି ବେଶ ଭୟଭୀତ କରିବା ଭଳି । ଦେଖିବା ଲୋକଙ୍କ ଛାତି ଥରାଇ ଦେଉଛି ଏହି ଭିଡିଓଟି । ବାଘ ନିଜେ ଦୌଡିଲା, ଲୋକଙ୍କୁ ମଧ୍ୟ ଗୋଡେଇବା ସହ ଆକ୍ରମଣ କଲା ।

ତେବେ ବାଘଟି ବିଶେଷ କାହାର କିଛି କ୍ଷତି କରି ନଥିବା ଜଣାପଡିଛି । ତଥାପି କିଛି ଲୋକେ ଆହତ ହୋଇଥିବା ସୂଚନା ମିଳିଛି । ତେବେ ବାଘଟି ବର୍ତ୍ତମାନ କୁଆଡେ ଗଲା ଏନେଇ କୌଣସି ସୂଚନା ମିଳି ପାରିନାହିଁ । ସ୍ଥାନୀୟ ଲୋକେ ଏବେବି ବାଘକୁ ନେଇ ଭୟଭୀତ ଥିବା ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ୍ନ କରନ୍ତୁ ।