ଇଣ୍ଟର-କାଷ୍ଟ ମ୍ୟାରେଜ୍‌ କଲେ ମିଳିବ 10 ଲକ୍ଷ ଟଙ୍କାର ପ୍ରୋତ୍ସାହନ ! ଦେଖନ୍ତୁ କେମିତି ଉଠାଇବେ ଏହାର ଫାଇଦା

ନମସ୍କାର ବନ୍ଧୁଗଣ । ଆଜି ବି ଆମ ଦେଶରେ ଜାତି ପ୍ରଥାକୁ ନେଇ ଅନେକ ଅନ୍ଧ ବିଶ୍ଵାସ ରହିଛି । ଯାହା ପାଇଁ କେତେ ନିରୀହ ଲୋକେ ବଳି ପଡ଼ୁଛନ୍ତି । ଏଥିପାଇଁ ସରକାର କିଛି ସ୍ଵତନ୍ତ୍ର ପଦକ୍ଷେପ ନେଇଛନ୍ତି । ଲୋକ ମାନଙ୍କ ମନରୁ ଏହି ଭୁଲ ଧାରଣା ଦୂର କରିବା ପାଇଁ ଏକ ଭିନ୍ନ ପ୍ରୟାସ କରିଛନ୍ତି ରାଜସ୍ଥାନ ସରକାର । ଯଦି ଜଣେ ବ୍ୟକ୍ତି ଅନ୍ୟ କୌଣସି ଜାତିରେ ମ୍ୟାରେଜ କରେ ତେବେ ସେଥିପାଇଁ ରାଜସ୍ଥାନ ସରକାର ପ୍ରୋଶ୍ଚାହନ ରାଶି ଘୋଷଣା କରିଛନ୍ତି ।

ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ଦର୍ଶକ ବନ୍ଧୁ ଏମିତିରେ ଦେଖିବାକୁ ଗଲେ ଲୋକ ମାନେ ନିଜ ଜାତିରେ ବାହା ହେବାକୁ ଆଗ୍ରହୀ ହୋଇଥାନ୍ତି । ଯଦି କେହି ଅନ୍ୟ ଜାତିରେ ବିବାହ କରନ୍ତି ତେବେ ସମାଜ ତାକୁ ଖରାପ ଦ୍ରୁଷ୍ଟି ରେ ଦେଖିଥାଏ । ଗୋଟେ ଜାତିର ଝିଅ ଯଦି ଅନ୍ୟ କୌଣସି ଜାତିରେ ବିବାହ କରେ ତେବେ ଅନେକ ସମସ୍ୟାରେ ମାନସିକ ନି-ର୍ଯ୍ୟା-ତ-ନା ର ଶିକାର ହୋଇଥାଏ ।

ଏଭଳି ଅନେକ ଖବର ସୋସିଆଲ ମିଡିଆରେ ପ୍ରସାର ହେଉଛି । ଏମିତିକି ଆପଣ ମାନେ ଦେଖିଥିବେ ମାନସିକ ନି- ର୍ଯା-ତ-ନା କାରଣରୁ ଅନେକ ନବ ବଧୁ ଙ୍କ ଜୀବନ ଅ-କା-ଳରେ ଚା-ଲି ଯାଉଛି । ତେବେ ଏହି ଜାତି ପ୍ରଥା କୁ ଦୂର କରିବା ପାଇଁ ରାଜସ୍ଥାନ ସରକାର ଏକ ନୂଆ ନିୟମ ଘୋଷଣା କରିଛନ୍ତି । ଯାହାକୁ ନେଇ ଏବେ ଚାରି ଆଡେ ଖାଲି ଚର୍ଚ୍ଚା ହିନ ଚର୍ଚ୍ଚା । ପୂର୍ବ ରୁ ମଧ୍ୟ ରାଜସ୍ଥାନ ସରକାର ଏ ନେଇ ଘୋଷଣା କରିଥିଲେ ।

କିନ୍ତୁ ସରକାର ଏହି ପ୍ରୋଶ୍ଚାହନ ରାଶି କୁ ଦୁଇ ଗୁଣା କରି ଦେଇଛନ୍ତି । ରାଜସ୍ଥାନ ସରକାରଙ୍କ ନିୟମ କ୍ରମେ ଏହି ରାଶି ପୂର୍ବରୁ 5ଲକ୍ଷ ମଧ୍ୟରେ ସୀମିତ ଥିଲା । କିନ୍ତୁ ଏବେ ଏ ରାଶି କୁ ବଢାଯାଇ ରାଜସ୍ଥାନ ସରାକର 10ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ନୂଆ ନିୟମ ପାଇଁ ଅନ୍ୟ ଜାତି ରେ ବିବାହ କରୁଥିବା ପୁଅ ଓ ଝିଅ ମାନେ ଅନେକ ସୁବିଧା ପାଇ ପାରିବେ ।

ମୁଖ୍ୟ ମନ୍ତ୍ରୀ ଅଶୋକ ଗେହଲଟ ଚଳିତ ବର୍ଷ ବଜେଟ ରେ ଏହା ଘୋଷଣା କରିଥିଲେ । କିନ୍ତୁ ଗତ କାଲି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ସରକାର ଙ୍କ ତରଫରୁ ଦମ୍ପତି ଙ୍କୁ ମିଳିବ ଏବେ 5 ଲକ୍ଷ ବଦଳରେ 10 ଲକ୍ଷ ଟଙ୍କା । ପ୍ରଥମେ 5 ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଆଉ ବାକି 5 ଲକ୍ଷ ବ୍ଯାଙ୍କ ଆକାଉଣ୍ଟରେ 8 ବର୍ଷ ପାଇଁ ସେଭିଙ୍ଗ ହୋଇ ରହିବ ।

ରାଜସ୍ଥାନ ସରକାର ଏହି ଯୋଜନା 2006ରେ ଆରମ୍ଭ କରିଥିଲେ । ସେଇ ସମୟରେ ରାଶି 50ହଜାର ଟଙ୍କା ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ବଢାଇ 5 ଲକ୍ଷ ଟଙ୍କା କରାଗଲା । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହି ଯୋଜନା କରିଛନ୍ତି । ତାହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।