ସକାଳେ ଖାଲି ପେଟରେ ଭିଜା ଚଣା ଖାଇବା ଦ୍ଵାରା ଭଲ ହୋଇଥାଏ ଏହି 7 ଟି ବଡ ରୋଗ

ଆୟୁର୍ବେଦ ଅନୁସାରେ ଚଣା ଖାଇବା ଦ୍ଵାରା ଆପଣଙ୍କ ଶରୀର କେବଳ ସ୍ଵାସ୍ଥ୍ୟବାନ ହେବ ନାହିଁ ବରଂ ବଳବାନ ଏବଂ ଶକ୍ତିଶାଳୀ ମଧ୍ୟ ହେବ । ଚଣା ବି ସେହି ସବୁ ଜିନିଷରେ ସାମିଲ ଅଛି ଯାହା ବିଷୟରେ କୁହାଯାଏ କି ଗୋଟିଏ ଜିନିଷରୁ ଅନେକ ଫାଇଦା । ଏହା ଯୁବକ ଓ ଅଧିକ ପରିଶ୍ରମ କରୁଥିବା ଲୋକଙ୍କ ପାଇଁ ଅଧିକ ଲାଭକାରୀ ଅଟେ କାରଣ ଏହାକୁ ହଜମ ପାଇଁ ପାଚନ ଶକ୍ତି ଭଲ ହେବା ବି ଜରୁଋ ହୋଇଥାଏ । ସେମିତି ତ ଚଣା ଯେପରି ଖାଆନ୍ତୁ ଲାଭକରି ହୋଇଥାଏ କିନ୍ତୁ ଆମେ ଯେଉଁ ଉପାୟ ଆପଣଙ୍କୁ ଜଣାଇବୁ ଯଦି ସେହି ଉପାଯରେ ଖାଆନ୍ତି ତେବେ ଏହାର ୧୦୦ ପ୍ରତିଶତ ଲାଭ ଆପଣ ପାଇ ପାରିବେ ।

ବତୁରି ଥିବା ଚଣାକୁ ଖାଇବାର ଲାଭ

ଦେଶୀ କଳା ଚଣାକୁ ନେଇ ଭଲ ଭାବେ ସଫା କରି ଦିଅନ୍ତୁ । ମୋଟା ପୃଷ୍ଟ ଚଣାକୁ ବାଛି ସଫା କରି ସନ୍ଧ୍ୟା ସମୟରେ ୧୨୫ ଗ୍ରାମ ଜଳରେ ଏହାକୁ ଭିଯାଇ ଦିଅନ୍ତୁ । ସକାଳେ ଶୌଚ ପରେ ଓ ବ୍ୟାୟମ ପରେ ଏହି ଚଣାକୁ ଭଲ ଭାବେ ଚୋବାଇ ଚୋବାଇ ଖାଆନ୍ତୁ ତା ସହିତ ଚଣାର ପାଣି ସେହିପରି ବା ସେଥିରେ ମହୁ ମିଶାଇ ପିଅନ୍ତୁ । ଚଣା ଖାଇବା ପରେ କ୍ଷୀର ପିଇଲେ ତାହା ଅଧିକ ଲାଭକାରୀ ହୋଇଥାଏ । ଏଥିରୁ ଆପଣଙ୍କ ଶରୀର ସୁସ୍ଥ ରହିବ ।

ଅଙ୍କୁରିତ ଚଣା ଖାଇବାର ଲାଭ

ଅଙ୍କୁରିତ ଚଣା ଖାଇବା ସବୁଠୁ ଅଧିକ ଲାଭକାରୀ ଅଟେ । ଅଙ୍କୁରିତ ଚଣା ଧାତୁ ପୌଷ୍ଟିକ, ମାଂସ ପେଶିକୁ ସୁଦୃଢ ଏବଂ ଶରୀରକୁ ବଜ୍ର ସଦୃଶ କରିଥାଏ ଓ ଏହା ପ୍ରାୟତଃ ସମସ୍ତ ଚର୍ମ ରୋଗର ନାଶକ ହୋଇଥାଏ । ଭିଟାମିନ C ଅଧିକ ପରିମାଣରେ ଥିବା କାରଣରୁ ଏହା ଓଜନ ବଢାଇଥାଏ । ରକ୍ତ ବୃଦ୍ଧି କରିଥାଏ । ରକ୍ତରେ କୋଲେଷ୍ଟ୍ରୋଲ କମ କରିଥାଏ ଓ ହାର୍ଟ ରୋଗ କମ କରିବାରେ ସହାୟକ ହୋଇଥାଏ ।

ଚଣାକୁ ଅଙ୍କୁରିତ କରିବା ପାଇଁ ଚଣାକୁ ସଫା କରି ସକାଳେ ସେତିକି ପାଣିରେ ତାକୁ ବତୁରାନ୍ତୁ ଯେତିକି ପାଣି ସେଥିରେ ଅବଶୋଷିତ ହୋଇଯିବ ଓ ରାତିରେ ଏହାକୁ କୌଣସି ସଫା କପଡାରେ ବାନ୍ଧି ଦିଅନ୍ତୁ। ଗରମ ଦିନରେ ୧୨ ଘଣ୍ଟା ଓ ଶୀତଦିନେ ୧୮-୨୪ ଘଣ୍ଟା ରହିଲେ ତାହା ଅଙ୍କୁରିତ ହୋଇଥାଏ ।

ଗରମ ଚଣା କୌଣସି ସଫା କପଡାରେ ବାନ୍ଧି ସୁଙ୍ଘିବା ଦ୍ଵାରା ଥଣ୍ଡା ଜ୍ଵର ଭଲ ହୋଇଥାଏ ।

ମୋଟାପା କୁ କମ କରିବା ପାଇଁ ପ୍ରତ୍ୟେକ ଦିନ ସକାଳେ ଚଣା ଖାଇବା ଆବଶ୍ୟକ ।

ଅଙ୍କୁରିତ ଚଣା ୩ ବର୍ଷ ପର୍ଯ୍ୟନ୍ତ ଖାଇବା ଦ୍ଵାରା କୁଷ୍ଟ ରୋଗରୁ ମୁକ୍ତି ମିଳିଥାଏ ।

ଗର୍ଭବତୀକୁ ବାନ୍ତି ହେଉଥିଲେ ଭଜା ହୋଇଥିବା ଚଣାର ସତ୍ତୁ ଖାଇବା ଆବଶ୍ୟକ ।

ଚଣା ପାଚନ ଶକ୍ତିକୁ ସନ୍ତୁଳିତ ଓ ମସ୍ତିସ୍କ ଶକ୍ତିକୁ ବଢାଇଥାଏ ମଧ୍ୟ ।

ଚଣା ଦ୍ଵାରା ରକ୍ତ ସଫା ହୋଇଥାଏ ଯାହା ଦ୍ଵାରା ତ୍ଵଚ୍ଚା ଗୋରା ହୋଇଥାଏ ।

ଆଶା କରୁଛୁ ଚଣା ସମ୍ବଧୀୟ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଆଗକୁ ଆମେ ଏମିତି ନୂଆ ନୂଆ ସ୍ୱାସ୍ଥ୍ୟ ଟିପ୍ସ ପହଞ୍ଚାଇବୁ, ଓଡିଆ ଫାଷ୍ଟ ପେଜକୁ ଲାଇକ ନିଶ୍ଚୟ କରନ୍ତୁ ।