ଝିଅକୁ ଜଣା ଥିଲା କ୍ୟାମେରା ସବୁ ଦେଖୁଛି, ଦେଖନ୍ତୁ Video

ଆପଣ ଆଜି ପର୍ଯ୍ୟନ୍ତ ବହୁତ ଚୋରକୁ ଦେଖିଥିବେ କିମ୍ବା ଚୋରୀ ବିଷୟରେ ଶୁଣି ଥିବେ । କିନ୍ତୁ ଏହି ଦୁନିଆରେ ଏମିତି କିଛି ଚୋର ଅଛନ୍ତି ଯେଉଁମାନଙ୍କ ମୁର୍ଖାମି ଆଗରେ ସମସ୍ତେ ଫେଲ ହୋଇ ଯାଆନ୍ତି । ଆଜି ଆମେ ଆପଣଙ୍କୁ କିଛି ଚୋରଙ୍କ ବିଷୟରେ କହିବୁ । ସେମାନଙ୍କ ଚୋରୀ ଦେଖିଲେ ଆପଣ ବି ହସିବେ । କିନ୍ତୁ ଏମିତି ବି କିଛି ଚୋର ଅଛନ୍ତି ଯେଉଁମାନଙ୍କ ବୁଦ୍ଧି ଆଗରେ ସମସ୍ତେ ଫେଲ ।

ଚୀନର ଏକ ରେଷ୍ଟୁରାଣ୍ଟରେ ବସିଥିବା ଦୁଇ ଜଣ ଝିଅଙ୍କ ପାଖକୁ ଜଣେ ଝିଅ ଆସିଲେ ଓ ସେମାନଙ୍କୁ ସେ ଗୋଟିଏ କାଗଜ ଦେଖାଇଲା । ତାକୁ ଦେଖିଲେ ଲାଗୁଛି ସେ କିଛି ଜିନିଷ ବିକ୍ରି କରିବାକୁ ଆସିଛି । କିଛି କଥାବାର୍ତ୍ତା କରିବା ପରେ ସେ ଚାଲି ଗଲା । କିନ୍ତୁ ଏହା ମଧ୍ୟରେ ସେ ଚୋରୀ ବି କରି ନେଲା । କହିବାକୁ ଗଲେ କାଗଜ ଦେଖାଉ ଥିବା ସମୟରେ ସାମ୍ନାରେ ଥିବା ମୋବାଇଲକୁ କାଗଜ ସାହାର୍ଯ୍ୟରେ ଚୋରୀ କରି ନେଇ ଗଲା । ଯାହା ବିଷୟରେ ଏହି ଦୁଇ ଜଣ ଝିଅ ବି ଜାଣି ପାରିଲେ ନାହିଁ ।

ଗୋଟିଏ କ୍ଷୀର ଦୋକାନରେ ଜଣେ ଗ୍ରାହକ ହେଲମେଟ ପିନ୍ଧି କ୍ଷୀର ନେବାକୁ ଯାଇଛି । ସେ ବ୍ୟାଗରେ କ୍ଷୀର ଭର୍ତ୍ତି କରୁଥିବା ସମୟରେ ପାଖରେ ଛିଡା ହୋଇଥିବା ଚୋର ଗୋଟିଏ ବ୍ୟାଗ ସାହାର୍ଯ୍ୟରେ ବ୍ୟକ୍ତିର ଆଖି ତଳୁ ମୋବାଇଲ ନେଇ ଚାଲି ଗଲା । ବ୍ୟକ୍ତିର କ୍ଷୀର ନେବା ଚକରରେ ମୋବାଇଲ ଚାଲିଗଲା ।

ଏଠି ଜଣେ ବ୍ୟକ୍ତିକୁ ଚାରି ଜଣ ଚୋର ବ୍ୟାଙ୍କରୁ ପିଛା କରୁଥିଲେ । ବ୍ୟକ୍ତି ଜଣକ ଯେମିତି ହିଁ ଘରର ବାହାରକୁ ପହଞ୍ଚିଲେ ତେବେ ପଛରେ ଆସୁଥିବା ବାଇକରେ ସ୍ଵାମୀ ସ୍ତ୍ରୀ ଏହି ବ୍ୟକ୍ତିକୁ ଠିକଣା ପଚାରିବା ବାହାନରେ ତାଙ୍କର ଧ୍ୟାନ ନିଜ ଆଡକୁ ନେଇ ଆସିଲେ । ସ୍ଵାମୀ ସ୍ତ୍ରୀ ଜଣକ ଚାଲାକିରେ ଗାଡିକୁ ଆଗକୁ ନେଇ ବ୍ୟକ୍ତିକୁ ଠିକଣା ପଚାରିବାରେ ଲାଗିଲେ । ବାଇକରେ ଜଣେ ମହିଳା ଥିଲେ ସେଥିପାଇଁ ବ୍ୟକ୍ତି ଜଣକ ସନ୍ଦେହ କରିଲେ ନାହିଁ । ଅନ୍ୟ ପଟେ ଗୋଟିଏ ବାଇକ ଆସି ସ୍କୁଟିକୁ କଭର କରି ନେଲା ।

ଯେଉଁ କାରଣରୁ ବ୍ୟକ୍ତି ଜଣକ ପଛରେ ଛିଡା ହୋଇଥିବା ନିଜର ସ୍କୁଟିକୁ ଦେଖି ପାରିଲା ନାହିଁ । ଏହା ମଧ୍ୟରେ ଜଣେ ବ୍ୟକ୍ତି ସ୍କୁଟିରୁ ଟଙ୍କା ନେଇ ଫେରାର ହୋଇଗଲା । ଏହା ପରେ ଜଣେ ପଡୋଶୀ ମହିଳା ଏହି ବ୍ୟକ୍ତିକୁ କହିଲେ କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ଡେରି ହୋଇ ଯାଇ ଥିଲା ।

କଳିକତାର ଏହି ସିସିଟିଭି ଫୁଟେଜରେ ଆପଣ ଦେଖି ପାରିବେ କି ଘରର ଚାକରାଣୀ ଘରର ମାଲିକାଣୀର ଅନୁପସ୍ଥିତିରେ ତାଙ୍କ ବ୍ୟାଗରୁ ଟଙ୍କା ଚୋରୀ କରୁଛି । ସିସିଟିଭି କ୍ୟାମେରାରେ ସବୁ ନଜର ଆସୁଥିଲା । କିନ୍ତୁ ଚାକରାଣୀ ଏହା ବିଷୟରେ ଅଜଣା ଥିଲା ।