ପୁଣି ରାଜ୍ୟରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଦେଖନ୍ତୁ କେତେ ବଢିଲା Petrol ଓ Diesel ପ୍ରାଇସ…

ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ପ୍ରାୟ ୧୩୭ ଦିନ ପରେ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି । ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ୮୦ ପଇସାରୁ ଅଧିକ ବଢିଛି । ଭୁବନେଶ୍ବରରେ ପେଟ୍ରୋଲ ଦର ୯୧ ପଇସା ଓ ଡିଜେଲ ଦର ୯୬ ପଇସା ବୃଦ୍ଧି ପାଇଛି । ଏହି ବୃଦ୍ଧି ସହିତ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୧୦୨ ଟଙ୍କା ୭୪ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ ଦର ୯୨ ଟଙ୍କା ୫୪ ପଇସା ହୋଇଛି ।

ସେହିପରି ବାଲେଶ୍ଵରରେ ପେଟ୍ରୋଲ ୮୫ ପଇସା ଓ ଡିଜେଲ ୮୬ ପଇସା ବୃଦ୍ଧି ପାଇଛି । ବାଲେଶ୍ବରରେ ପେଟ୍ରୋଲ ୧୦୨ ଟଙ୍କା ୬୫ ପଇସା ଥିବା ବେଳେ ଡିଜେଲ ୯୨ ଟଙ୍କା ୪୯ ପଇସା ରହିଛି । ସେହିପରି ରାଉଳକେଲାରେ ମଧ୍ୟ ପେଟ୍ରୋଲ ୮୫ ପଇସା ଓ ଡିଜେଲ ୮୬ ପଇସା ବୃଦ୍ଧି ପାଇବା ସହ ପେଟ୍ରୋଲ ଦର ୧୦୩ ଟଙ୍କା ୭୯ ପଇସା ଏବଂ ଡିଜେଲ ୯୩ ଟଙ୍କା ୫୯ ପଇସା ହୋଇଛି ।

ସେହିପରି ମାଲକାନଗିରିରେ ପେଟ୍ରୋଲ ୮୪ ପାଇଅସ ଓ ଡିଜେଲ ୮୬ ପଇସା ବୃଦ୍ଧି ପାଇ ପେଟ୍ରୋଲ ଦର ୧୯୮ ଟଙ୍କା ୩୯ ପଇସା ଓ ଡିଜେଲ ୯୮ ଟଙ୍କା ୩୦ ପଇସା ହୋଇଛି । ଅନେକ ଦିନ ପରେ ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇଥିବା ବେଳେ ଯାହାବି ହେଲେ ଏହା ସାଧାରଣ ଲୋକଙ୍କ ଚିନ୍ତାକୁ ବଢାଇଛି । ବର୍ଦ୍ଧିତ ଦର ସହ ବର୍ତ୍ତମାନ ରାଜ୍ୟର ମାଲକାନଗିରିରେ ଜିଲ୍ଲାରେ ସର୍ବାଧିକ ପେଟ୍ରୋଲ ଓ ଡିଜେଲ ଦର ରହିଛି ।

ତେବେ ବର୍ତ୍ତମାନ ତେଲ ବୃଦ୍ଧିକୁ ନେଇ ପୁଣି ଥରେ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି । କାରଣ ପୂର୍ବରୁ ତେଲ ଦର ଲିଟର ପିଛା ଶତକ ଛୁଇଁ ସାରିଥିଲା । ସେଥିପାଇଁ ପୂର୍ବରୁ ତେଲ ଦର କମିଥିଲେ ମଧ୍ୟ ଅନେକ ଲୋକ ଏହାକୁ ସନ୍ତୁଷ୍ଟ ନଥିଲେ । ଆଉ ବର୍ତ୍ତମାନ ଅନେକ ଦିନ ବ୍ୟବାଧ୍ୟାନରେ ପ୍ରଥମ କରି ତେଲ ଧରି ସାମାନ୍ଯ ବୃଦ୍ଧି ହେବା ପରେ ଆଗକୁ କାଳେ ଏହା ଆହୁରି ଅଧିକ ବଢିପାରେ ଏହାକୁ ନେଇ ଏବେ ରାଜ୍ୟବାସୀଙ୍କ ଚିନ୍ତା ନିହାତି ବଢିଛି ।

ବର୍ତ୍ତମାନ ଋଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ସାରା ବିଶ୍ବରେ ତେଲ ଦର ବୃଦ୍ଧି ନେଇ ଚର୍ଚ୍ଚା ହେଉଥିଲା । ବର୍ଦ୍ଧିତ ତେଲ ଦର ନିହାତି ଭାବେ ସାଧାରଣ ମଣିଷଙ୍କ ବଜେଟ ଓ ଜୀବନଶୈଳୀ ଉପରେ ପ୍ରଭାବ ପକାଇବ । ତେଣୁ ଦେଖାଯାଉ ଆଗକୁ ଏନେଇ ସରକାର କଣ ପଦକ୍ଷେପ ନେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।