ପଖାଳ ଦିବସରେ ଭିଡିଓ ଛାଡି ପୁଣି ଚର୍ଚ୍ଚାରେ CM Naveen Patnaik, ମୁଖ୍ୟମନ୍ତ୍ରୀଙ୍କ ପଖାଳ ପୋଜ କୁ ନେଇ କିଛି ଏମିତି କହିଲେ ଲୋକ…

ଆମ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଅଧିକାଂଶ ସମୟ ନୀରବ ରହୁଥିଲେ ମଧ୍ୟ ତାଙ୍କ ନୀରବତା ହିଁ ରାଜ୍ୟ ରାଜନୀତିରେ କୋଳାହଳ ସୃଷ୍ଟି କରେ । ସେ କିଛି କହିଲେ ଯେତିକି ଚର୍ଚ୍ଚା ହୁଏ କିଛି ନଖିଲେ ତା’ ଠାରୁ ବେଶୀ ଚର୍ଚ୍ଚା ହୁଏ । ରାଜଧାନୀର ଓଲ୍ଡ ଟାଉନସ୍ଥିତ ନବୀନ ନିବାସରୁ ଅନେକ ଭିଡିଓ ସାମ୍ନାକୁ ଆସେ । ସେହି ଭିଡିଓ ମାନଙ୍କରେ ସେ ବ୍ୟାୟାମ କରୁଥିବା, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରୁଥିବା ଭଳି ଦୃଶ୍ୟ ଦେଖାଯାଏ । ଯାହା ଲୋକମାନେ ଦେଖି ନିଜର ମତାମତ ଦେଇଥାନ୍ତି ।

ତେବେ ନିକଟରେ ପଖାଳ ଦିବସ ଅବସରରେ ନବୀନଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପଖାଳ କଂସାଟିଏ ବଢା ହୋଇଛି । କଂସାରେ କିଛି ପଖାଳ ଓ ତା’ ସାଙ୍ଗରେ ଲଗେଇ ଖାଇବା ପାଇଁ ୬ ପ୍ରକାରର ତିଅଣ ଥୁଆ ହୋଇଛି । ସେଥିମଧ୍ୟରେ ଚୁନା ମାଛ ଭଜା, ସଜନା ଛୁଇଁ ଭଜା, ଚେକା ଚେକା କଟା ଆଳୁଭଜା, ଶାଗ ଭଜା, କଲରା ଚିପ୍ସ ସାଙ୍ଗକୁ ବଡିଚୁରା ବି ଅଛି । ଆଉ ତା’ କଡକୁ ଲେମ୍ବୁ, ଲୁଣ, ଲଙ୍କା ଓ ଦହି ମଧ୍ୟ ସଜେଇ ଦିଆଯାଇଛି ।

ଆଉ ସଂପୂର୍ଣ୍ଣ ଭିଡିଓର ଦୃଶ୍ୟର ଆରମ୍ଭରୁ ଏକ ଫାଳିକିଆ ଶଙ୍ଖକୁ ମଧ୍ୟ ଦେଖାଇ ଦିଆଯାଇଛି । ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ପରସା ଯାଇଥିବା ପଖାଳ ଓ ତିଅଣରୁ ସମୁଦାୟ ଦୁଇ ଥର ଖାଉଛନ୍ତି । ଥରେ ମାଛଭଜା ଖଣ୍ଡିଏ ଓ ଆଉ ଥରେ ଖଣ୍ଡିଏ ଆଳୁ ଖାଉଛନ୍ତି । ହେଲେ ପଖାଳ କଂସାରେ ହାତ ଜମା ବୁଡାଇ ନଥିବାର ଦେଖିବାକୁ ମିଳୁଛି । ଆଉ ଭିଡିଓ ଆରମ୍ଭରେ ନବୀନ କହୁଛନ୍ତି ପଖାଳ ମୋର ପସନ୍ଦ । ଏହି ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ବହୁ ୟୁଜର୍ସ ଏଥିରେ ନିଜର ମତାମତ ରଖିଛନ୍ତି ।

ଭିଡିଓଟି ପୋଷ୍ଟ ହେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଲକ୍ଷାଧିକ ଦର୍ଶକ ଏହାକୁ ଦେଖିଥିବା ବେଳେ ଚାରି ହଜାରରୁ ଅଧିକ ଲୋକ ଏଥିରେ ରିଆକ୍ଟ କରିଥିଲେ । ସେହିଭଳି ଭିଡିଓରେ ପ୍ରାୟ ୫ ଶହ କମେଣ୍ଟ ମଧ୍ୟ ଆସିଥିବା ବେଳେ ଅଧିକାଂଶ ଲୋକ ମୁଖ୍ୟମନ୍ତ୍ରୀ ପଖାଳ କାହିଁକି ଖାଇଲେ ନାହିଁ ବୋଲି ପଚାରିଛନ୍ତି । ମାର୍ଚ୍ଚ ମାସ ୨୦ ତାରିଖ ବିଶ୍ଵ ପଖାଳ ଦିବସ ପାଳନ କରାଯାଉଛି । ଏଥର ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ମାଧ୍ୟ ଏଥିରେ ସାମିଲ ହୋଇଥିଲେ, ଯାହାକୁ ବହୁ ଲୋକେ ସ୍ଵାଗତ କରୁଛନ୍ତି ।

କିନ୍ତୁ ଖାଇବା ଆସନରେ ବସି ଏକବଳ ମାଛ ଖଣ୍ଡିଏ ଓ ଆଳୁଭଜା ଖଣ୍ଡିଏ ଖାଇ ଦେଇ ଭିଡିଓ ଛାଡିବାକୁ ଅନେକ ଲୋକ ନାପସନ୍ଦ କରିଛନ୍ତି । କେହି କେହି ଲେଖିଛନ୍ତି କି ନବୀନ ବାବୁ ଯଦି ପଖାଳ ପେଟେ ଖାଇ ତୋରାଣୀ ଟିକେ ପିଇ ଦେଇଥାନ୍ତେ ତେବେ ଭାରି ଭଲ ହୋଇଥାନ୍ତା । ତେବେ ନବୀନ ବାବୁଙ୍କ ଏହି ଭିଡିଓ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।