ଦେଖନ୍ତୁ ଭିଡିଓ, ପାକ ସୀମାରେ ପ୍ଲେନ କ୍ରାଶ ହେବାପରେ ଧରା ପଡିଥିଲେ ଭାରତୀୟ ପାଇଲଟ ଅଭିନନ୍ଦନ, ଯେତେବେଳେ ପଚରାଗଲା ଯୋଜନା ବିଷୟରେ ତ କହିଲେ ଏମିତି

ଭାରତ ଓ ପାକିସ୍ଥାନ ମଧ୍ୟରେ ଏବେ ବହୁତ ସଙ୍ଗିନ ମାହୋଲ ସୃଷ୍ଟି ହୋଇଛି । ଯେମିତି କି ଆପଣ ଜାଣିଛନ୍ତି ଭାରତ ପାକିସ୍ଥାନ ଭିତରେ ପଶି ଜୈଶ ସଂଗଠନ କିଛି ଆଡ୍ଡା ଧ୍ଵଂସ କରିଛି । ତା ସହିତ ତାଙ୍କର 350 ସାଦସ୍ୟଙ୍କୁ ମାରିଛି । ଇଣ୍ଡିଆନ ଏୟାର ଫୋର୍ସ ର ଏହି ଷ୍ଟ୍ରାଇକ ପରେ ପାକିସ୍ଥାନ ପୁରା ଡଋ ଯାଇଥିଲା ଓ ସେ ସୀମା ପାରିରୁ ଗୁଳିଚାଳନା ଆରମ୍ଭ କ୍ରିୟ ଦେଇଥିଲା ।

ଏହା ପରେ 27 ଫେବୃୟାରୀ କୁ ପାକିସ୍ଥାନ ନିଜର ଲଢେଇ ବିମାନକୁ ଭାରତ ସୀମାରେ ପଠାଇ ଆକ୍ରମଣ କରିଥିଲା । ଏହାର ଜବାବ ରେ ଇଣ୍ଡିଆନ ଏୟାର ଫୋର୍ସ ନିଜ ବିମାନରୁ ଗୁଳିଚାଳନା ଆରମ୍ଭ କରିଥିଲେ ଯାହା ପରେ ପାକିସ୍ଥାନ ର ଏକ ଲଢେଇ ବିମାନକୁ ନଷ୍ଟ କରା ଯାଇଥିଲା, ଯାହା ପାକିସ୍ଥାନ ର ସୀମା ଭିତରେ ଯାଇଁ କ୍ରାଶ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତ ଏହି କାରବାଇ ସମୟରେ ଭାରତ ର ମିଗ 21 ବିସନ ଫାଇଟର ଜେଟ ବି କ୍ରାଶ ହୋଇ ଯାଇଥିଲା ।

ଏମିତିରେ ଏହି ଭାରତୀୟ ବିମାନକୁ ଚଲାଉଥିବା ଗୋଟିଏ ପାଇଲଟଙ୍କ ର ମିଶିଙ୍ଗ ହେବାର ଖବର ଅଛି । ଆଜି ଏକ ପ୍ରେସ କାନଫରେନ୍ସ ରେ ବିଦେଶ ମନ୍ତନାଳୟ ପ୍ରବକ୍ତା ରବିଶ କୁମାର ଏହି କଥା ସ୍ଵୀକାର କରିଛନ୍ତି କି ଭାରତ ର ଏକ ପ୍ଲେନ କ୍ରାଶ ହୋଇଥିଲା ଓ ତାର ଏକ ପାଇଲଟ ଏବେ ବି ମିଶିଙ୍ଗ ଅଛନ୍ତି । ଅନ୍ୟ ପକ୍ଷରେ ପାକିସ୍ଥାନ ଏହା ଦାବା କରୁଛି କି ସେ ଭାରତ ର ଏକ ବିମାନକୁ କେବଳ ନଷ୍ଟ କରି ନାହିଁ ବରଂ ସେଥିରେ ଥିବା ପାଇଲଟ କୁ ମଧ୍ୟ ଧରିଛି ।

ପାକିସ୍ଥାନ ଅନୁସାରେ ଏବେ ସେହି ପାଇଲଟ ତାଙ୍କ କବ୍ଜା ରେ ଅଛି । ପାକିସ୍ଥାନ ଏହି ଭାରତୀୟ ପାଇଲଟ ର ଗୋଟିଏ ଭିଡିଓ ଓ ଫୋଟୋ ବି ସେୟାର କରିଥିଲା ଯେଉଁଥିରେ ଏହି ପାଇଲଟ ନିଜ ନାମ ଓ ବ୍ୟାଚ ନମ୍ବର କହୁଥିବାର ନଜର ଆସିଥିଲା । ସେହି ଭାରତୀୟ ପାଇଲଟ ଅଭିନନ୍ଦନ ବୋଲି ଜଣା ପଡିଛନ୍ତି, ପାକିସ୍ତାନୀ ଆର୍ମି ତାଙ୍କଠାରୁ କିଛି ତଥ୍ୟ ନେବାକୁ ଚେଷ୍ଟା କରି ଥିଲେ କିନ୍ତୁ ସେ ବିନମ୍ରତାର ସହ କିଛି ବି ତଥ୍ୟ ଦେବାକୁ ମନା କରି ଦେଲେ ।

https://twitter.com/shashaa1495/status/1100736600278032384

ପୋଷ୍ଟଟିକୁ ଶେୟାର କରନ୍ତୁ ଆଗକୁ ଅପଡେଟ ପାଇଁ ପେଜକୁ ଲାଇକ କରନ୍ତୁ ।