ଭାରତୀୟ ବାୟୁସେନା ବନାମ୍ ପାକିସ୍ତାନୀ ବାୟୁସେନା, କିଏ ସବୁଠୁ ଅଧିକ ଶକ୍ତିଶାଳୀ ? ଦେଖନ୍ତୁ କାହା ପାଖରେ ରହିଛି କେତେ ସାମରିକ ସମ୍ବଳ ?

ବିଶ୍ଵର ଶକ୍ତିଶାଳୀ ରାଷ୍ଟ୍ରଙ୍କ ମଧ୍ୟରେ ଆମେରିକା, ଋଷ ଓ ଚୀନ ପରେ ଚତୁର୍ଥ ନମ୍ବରରେ ଆସୁଛି ଭାରତ । ଭାରତ ଦିନକୁ ଦିନ ନିଜ ସାମରିକ ଶକ୍ତି ବଢେଇ ଚାଲିଥିବା ବେଳେ ସାଧାରଣରେ ପ୍ରଶ୍ନ ଉଠୁଛି କି ଭାରତୀୟ ବାୟୁସେନା ଓ ପାକିସ୍ତାନୀ ବାୟୁସେନା ମଧ୍ୟରେ ସବୁଠୁ ଅଧିକ ଶକ୍ତିଶାଳୀ କିଏ ? ଏକଥା ଶୁଣି ଯେକେହି ବି କହିବ କି ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ଅଟେ । କିନ୍ତୁ ସେପଟେ ଚୀନ ବଳରେ ଧୀରେ ଧୀରେ ବଳୀୟାନ ହେବାରେ ଲାଗିଛି ପାକିସ୍ତାନ । ୨୬ ଜାନୁୟାରୀ ୧୯୫୦ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା ।

କିନ୍ତୁ ଏହା ପୂର୍ବରୁ ୧୪ ଅଗଷ୍ଟ ୧୯୪୭ରୁ ପାକିସ୍ତାନ ବାୟୁସେନା ପ୍ରତିଷ୍ଠା ହୋଇ ସାରିଥିଲା । ୱାର୍ଲ୍ଡ ରାଙ୍କିଂ ରିପୋର୍ଟରେ ପାକିସ୍ତାନ ବାୟୁସେନା ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଭାରତୀୟ ବାୟୁସେନା ଚତୁର୍ଥ ସ୍ଥାନରେ ରହିଛି । ଭାରତୀୟ ବାୟୁସେନା ପାଖରେ ୧,୭୦,୫୭୬ ସକ୍ରିୟ ସୈନିକ ଥିବା ବେଳେ ୧,୪୦,୦୦୦ ରିଜର୍ଭ ଫୋର୍ସ ଅଛନ୍ତି । ଏହାସହ ଭାରତୀୟ ବାୟୁସେନା ପାଖରେ ୧୯୨୬ରୁ ଅଧିକ ଏୟାରକ୍ରାଫ୍ଟ ରହିଛି ।

ଠିକ ସେହିପରି ପାକିସ୍ତାନ ବାୟୁସେନା ପାଖରେ ୭୦ ହଜାର ସକ୍ରିୟ ସୈନ୍ୟ, ୮ ହଜାର ରିଜର୍ଭ ଫୋର୍ସ ଓ ୯୭୦ରୁ ଅଧିକ ଏୟାରକ୍ରାଫ୍ଟ ରହିଛି । ଫାଇଟର ଜେଟ କଥା କହିଲେ ଭରତ ପାଖରେ ରହିଛି ଋଷ ନିର୍ମିତ ୨୮୩ଟି Sukhoi 30MKI । ଏହି ଅତ୍ୟାଧୁନିକ ଯୁଦ୍ଧବିମାନ କଠିନରୁ କଠିନ ପାଗରେ ବି ଯୁଦ୍ଧ ଲଢିବା ପାଇଁ ସକ୍ଷମ ଅଟେ । ମଲ୍ଟିରୋଲ ଫାଇଟର ଜେଟ କଥା କହିଲେ ଭାରତ ୩୬ଟି ଟାସଲ ଟ୍ରାଫର ଫାଇଟର ଏୟାରଫ୍ରାଫ୍ଟ, ୬୯ଟି ନିକୋଲାର ମିଗ୨୯, ୫୯ଟି ମିରାଜ ଓ ୧୨୩ଟି ତେଜସ ଯୁଦ୍ଧବିମାନ ଅର୍ଡର ଦିଆଯାଇଛି ।

ଏବେ ଭାରତ ପାଖରେ ରହିଛି ୫ଟି ତେଜସ, ୧୩୯ଟି ସେପରକ୍ୟାନ ଜାଗୁଆର ଓ ୧୨୫ଟି ମିଗ୨୧ ବାଇସନ ଏୟାରକ୍ରାଫ୍ଟ ରହିଛି । ସେହିପରି ପାକିସ୍ତାନ ପାଖରେ ଆମେରିକା ନିର୍ମିତ ୭୫ଟି ଏଫ୧୬, ୧୩୪ଟି ଚୀନ ନିର୍ମିତ ଜେଏଫ୧୭, ୮୦ଟି ମିରାଜ୩ ଫାଇଟର ଜେଟ, ୯୦ଟି ମିରାଜ୫ ଏବଂ ୧୪୦ଟି ଏଫ୭ ପିଜେ କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି । କିନ୍ତୁ ସେଥିମଧ୍ୟରୁ ଏଫ୧୬ ଓ ଏଫ୧୭କୁ ଛାଡିଦେଲେ ଆଉ କୌଣସି ଯୁଦ୍ଧବିମାନ ମଲ୍ଟିରୋଲ ଫାଇଟର ଜେଟ ନୁହେଁ ।

ଫିକ୍ସ୍ଦୱିଙ୍ଗ ଏୟାରକ୍ରାଫ୍ଟ କଥା କୁହାଗଲେ ଭାରତ ତୁଳନାରେ ପାକିସ୍ତାନ ବହୁତ ପଛରେ ରହିଛି । ଭାରତ ପାଖରେ ମୋଟ ୮୯୭ଟି ଫିକ୍ସ୍ଦୱିଙ୍ଗ କମ୍ପାକ୍ଟ ଏୟାରକ୍ରାଫ୍ଟ ରହିଛି । ସେହି ତୁଳନାରେ ପାକିସ୍ତାନ ପାଖରେ ୭୫୫ଟି ଫିକ୍ସ୍ଦୱିଙ୍ଗ ଲଢୁଆ ଏୟାରକ୍ରାଫ୍ଟ ରହିଛି ।

ଭାରତୀୟ ବାୟୁସେନା ପାଖରେ ୨୨ଟି ଆପାଚୀ ଆଟାକ ହେଲିକପ୍ଟର ଥିବା ବେଳେ ୬୮ଟି ଏଚଏଲ ଲାଇଟ ଆଟାକ ହେଲିକପ୍ଟର, ୧୫ଟି ଚିନୋକ ହେଭିଲିଫ୍ଟ ହେଲିକପ୍ଟର ଓ ୧୫୦ଟି ଏମଆଇ୧୭ବି ରହିଛି । କିନ୍ତୁ ପାକିସ୍ତାନ ପାଖରେ କୌଣସି ଏପରି କମ୍ପାକ୍ଟ ହେଲିକପ୍ଟର ନାହିଁ ।

ତେଣୁ ମୋଟାମୋଟି ଭାବେ କହିବାକୁ ଗଲେ ପାକିସ୍ତାନ ବାୟୁସେନା ସଂଖ୍ୟା, ଫାଇଟର ଜେଟ ଓ ହେଲିକପ୍ଟର ଭାରତ ବାୟୁସେନା ତୁଳନାରେ କିଛିବି ନୁହେଁ । ତଥାପି ପାକିସ୍ତାନ ବାୟୁସେନା ଚୀନ ବଳରେ ବଳୀୟାନ ହେବାକୁ ଚେଷ୍ଟା କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।