ଇଞ୍ଜିନିୟର ଙ୍କର କାମାଲ: ” ଷ୍ଟାଚୁ ଓଫ ୟୁନିଟି” ପରେ ଭାରତରେ ହିଁ ତିଆରି ହେବ ଦୁନିଆର ସବୁଠୁ ଉଞ୍ଚା ରେଳ ପୋଲ

ଦୁନିଆ ର ସବୁଠାରୁ ବଡ ପ୍ରତିମା ‘ସ୍ଟୈଚ୍ଯୂ ଓଫ ଯୂନିଟୀ’ ତିଆରି କରି ସାରିବା ପରେ ଭାରତ ଏବେ ଦୁନିଆ ର ସବୁଠାରୁ ବଡ ରେଲେୱେ ବ୍ରିଜ ତିଆରି କରି ବାକୁ ଯାଉଛି । ଏହି ବ୍ରିଜ ଜାମ୍ମୁ – କାଶ୍ମୀର ର ଚେନାବ ନଦୀ ଉପରେ ତିଆରି କରା ଯାଉଛି । ଏହି ବ୍ରିଜ କୁ ବନେଇବା ପାଇଁ ଯୋଜନା ଗତ କେତେ ବର୍ଷ ହେବ ଚାଲି ଆସୁଅଛି, କିନ୍ତୁ ଏବେ ଏହା ଆରମ୍ଭ ହେବାର ଅଛି, ଏହା ନିଜର ଡିଜାଇନ ଏବଂ ଆକାର ର କାରଣ ରୁ ବହୁତ ସମୟ ରୁ ଚର୍ଚ୍ଚା ଚାଲିଛି । ଏହି ବ୍ରିଜ ଦିଲ୍ଲୀ ର କୁତୁବ ମିନାର ରୁ 5 ଗୁଣା ବେଶି ଉଚ୍ଚା ରେ ତିଆରି ହେବ, ଏହାର ଉଚ୍ଚତା ପ୍ୟାରିସ ର ଏଇଫ୍ଲେ ଟାୱାର ଠାରୁ ମଧ୍ୟ ଉଚ୍ଚା ହେବ ।

ଜମ୍ମୁ ର ରିଆସି ଜିଲ୍ଲାର ଚେନାବ ନଦୀ ରେ ଏହି ବ୍ରିଜ କୁ ତିଆରି କରା ଯାଉଛି । ଏହା ଏଫିଲ ଟାୱାର ଠାରୁ ମଧ୍ୟ ୩୫ ମିଟର ଉଚ୍ଚା ହବ । ଏହାର ଲମ୍ବା ୧.୩ କିଲୋମିଟର ହବ । ଏହି ବ୍ରିଜକୁ ବେନେଇବା ପରେ ଘାଟିରେ ଉନ୍ନତି ର ନୂଆ ରାସ୍ତା ଖୋଲିଯିବ । ଏହି ପୋଲ କଟରା ଏବଂ ବନିହାଲ ମଧ୍ୟରେ ୧୧୧ କିଲୋମିଟର ରାସ୍ତାକୁ ଯୋଡିବ । ଏହି ବ୍ରିଜ ଉଧମପୁର- ଶ୍ରୀନଗର- ବାରାମୂଲା ରେଳ କୁ ସଂଯୋଗ କରିବାର ପରିଯୋଜନା ର ଜଡିତ ଅଛି । ଦୁର୍ଗମ କ୍ଷେତ୍ରରେ ୧୧୦୦ କୋଟି ଟଙ୍କାରେ ତିଆରି କରାଯାଉଥିବା ଏହି ବ୍ରିଜ ରେ ୨୪୦୦୦ ଟନ ଇସ୍ପାତ ର ବ୍ୟବହାର କରାଯାଉଛି ।

ଏହି ପୋଲ ୨୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ବହୁ ଥିବା ପବନ କୁ ସହି ପାରିବ । ଏହି ବ୍ରିଜ ବେଇପୈନ ନଦୀ ଉପରେ ତିଆରି ଚୀନ ର ଶୁଈବାଈ ରେଲୱେ ପୁଲ (୨୭୫ ମିଟର) ର ରେକର୍ଡ ଭାଙ୍ଗି ଦେବ ।

ଏହି ପୋଲ ର ନିର୍ମାଣ କାର୍ଯ୍ୟ ପୂର୍ବ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ର କାର୍ଯ୍ୟକାଳ ୨୦୦୨ ମସିହାରୁ ଆରମ୍ଭ ହୋଇ ଥିଲା । ୨୦୦୮ ରେ ଏହା ସୁରକ୍ଷିତ ନୁହେଁ ବୋଲି କହି ଏହାର ନିର୍ମାଣ କାର୍ଯ୍ୟ ବନ୍ଦ କରା ଦିଆ ଗଲା । ୨୦୧୦ ରେ ପୋଲ ର କାମ ପୁଣି ଥରେ ଆରମ୍ଭ କରା ଯାଇଥିଲା । ଏହା ବର୍ତ୍ତମାନ ନେଶନଲ ପ୍ରୋଜେକ୍ଟ ଘୋଷଣା କାରାଦିଆଯାଇଛି । ମୋଦୀ ସରକାର ଆସିବା ପରେ ଏହାକୁ ବହୁତ ଜଲ୍ଦି ୨୦୧୯ ରେ ଶେଷ କରିବା ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି ।