ହୀରା ଏକ ରାଜସ୍ଵିକ ଓ ଦାମୀ ବୈବଭ ର ପ୍ରତୀକ ଅଟେ । ଭାରତରେ ବହୁତ ପୂର୍ବରୁ ହୀରା ର କାରବାର ହୋଇ ଆସୁଛି । ରୋମାନର ଲୋକମାନେ ଏହାକୁ ଭଗବାନଙ୍କ ଆଖିର ଲୁହ କହିଥାନ୍ତି । ବିଶ୍ୱର ପ୍ରଥମ ହୀରାର ସନ୍ଧାନ ଆଜିକୁ ପ୍ରାୟ ୪୦୦୦ ବର୍ଷ ପୂର୍ବେ ହାଇଦ୍ରାବାଦ ର ଗୋଲକୁଣ୍ଡା କ୍ଷେତ୍ରର ନଦୀ କୂଳରୁ ବାଲି ସହିତ ଏହାକୁ ଚିହ୍ନଟ କରାଯାଇଥିଲା ।
ବର୍ତ୍ତମାନ ଏହା ଗୁଜୁରାଟର ସୁରଟରେ ଦୁନିଆର ୯୦ ଭାଗ ହୀରାକୁ କାଟି ତାହାର ରୂପ ରେଖ ଦିଆ ଯାଉଛି । ବୈଜ୍ଞାନିକଙ୍କ ମତରେ ହୀରା ଭୂପୃଷ୍ଠରୁ ପ୍ରାୟ ୧୬୦ କିଲୋମିଟର ତଳେ ଏହା ପ୍ରସ୍ତୁତ ହୋଇଥାଏ । ଏହା ପରେ ଲାର୍ଭାର ଚାପ ଫଳରେ ଏହା ଉପରକୁ ଆସିଥାଏ । ଗ୍ରହ କିମ୍ବା ପିଣ୍ଡର ବାଡେଇ ହେବା ଫଳରେ ହୀରା ମିଳିଥାଏ ।
ହୀରା ଏକ ପାରଦର୍ଶୀ ରତ୍ନ ହୋଇଥାଏ , ଯାହାକି ଏହା ରସାୟନିକ ରୂପରେ କାର୍ବନର ଶୁଦ୍ଧ ରୂପ ହୋଇଥାଏ । ଏହା ୧୦୦ ପ୍ରତିଶତ କାର୍ବନ ରେ ବନିଥାଏ । ଏହାକୁ ୭୫୦ ଡିଗ୍ରୀ ଉତାପରେ ଗରମ କଲେ ଏହା ଜଳି କାର୍ବନ ଡାଇ ଅକ୍ସାଇଡ଼ ର ରୂପ ନେଇଯାଇଥାଏ । ଏହା ରସାୟନିକ ରୂପରେ ବହୁତ ନିଷ୍କ୍ରିୟ ହୋଇଥାଏ । ଭାରତରେ ପନ୍ନ ,ଗୁଣ୍ଡର ପରିୟୋଜନା ମଧ୍ୟପ୍ରଦେଶ , ଗଲୁର ଖାଁନ , ଗୋଲକୁଣ୍ଡା ଓ ଆନ୍ଧ୍ରପ୍ରଦେଶ ରେ ହୀରାର ଖଣି ମିଳିଥାଏ । ଗୋଲକୁଣ୍ଡା ଖାଦାନରୁ କୋହିନୁର ହୀରା ବାହାରିଥିଲା । ଯାହାକି ଏବେ ବ୍ରିଟିଶ ମହାରାଣୀ ପିନ୍ଧୁଛନ୍ତି ।
ହୀରାରେ ବହୁତ କାର୍ବନ ପରମାଣୁ ବହୁତ ଶକ୍ତିଶାଳୀ ବନ୍ଧନରେ ବାନ୍ଧି ହୋଇ ରହିଥାନ୍ତି । ପ୍ରକୃତିରୁ ମିଳୁଥିବା ସବୁ ପ୍ରାକୃତିକ ଜିନିଷ ଠାରୁ ଏହା ବହୁତ ଶକ୍ତିଶାଳୀ ହୋଇଥାଏ । ଏହା ବିଦ୍ୟୁତର ସୁପରିବାହି ହୋଇଥଏ । ବୈଜ୍ଞାନିକଙ୍କ ମତରେ ବହୁତ ତଳୁ ମିଳୁଥିବା ହୀରା ବହୁତ ଶକ୍ତ ହୋଇଥାଏ । ଅସଲି ହୀରା ଓ ନକଲି ହୀରା ଉଭୟେ ଦେଖିବାକୁ ସମାନ ।
ଅସଲି ହୀରା ପାଣିରେ ବୁଡ଼େଇବା ଦ୍ୱାରା ଏହା ବୁଡି ଯାଇଥାଏ ଓ ନକଲି ହୀରା ପାଣିରେ ଭାସିଥାଏ । ଆସଲି ହୀରାକୁ ଆପଣ ଏକ ପେପର ଉପରେ ରଖି ଉପରୁ ପଢିଲେ ଆପଣଙ୍କୁ ସେହି ଅକ୍ଷର ଗୁଡିକ ସିଧା ଦେଖାଯାଇଥାଏ , ଯାହାକି ନକଲି ହୀରାରେ ଏହା ହୋଇନଥାଏ ।
ଯଦି ପିସା ଯାଇଥିବା ବାଦାମକୁ ପୃଥିବୀର ଭୂପୃଷ୍ଠରୁ ୮୦୦ ରୁ ୯୦୦ କିଲୋମିଟର ତଳେ ରଖାଯାଏ ତେବେ କ୍ରୀଷ୍ଟଲର ଆଣବିକ ପରିବର୍ତ୍ତନ ହୋଇ ଏହା ହୀରାରେ ବଦଳି ଯାଇଥାଏ । ଆମେରିକାର ପୋଲୋରିଡା ରାଜ୍ୟର ସୋଲସୁତ ରାଜ୍ୟରେ କୃତ୍ରିମ ଉପାୟରେ ହୀରା ବନା ଯାଉଛି । ହୀରାକୁ କାର୍ବନ ସହିତ ମିଶାଇ ଏହାକୁ ଏକ ବଡ଼ କୋଠରୀରେ ରଖାଯାଇଥାଏ , ପରେ ଏହାକୁ ଏକ ରିୟାକ୍ଟରକୁ ଅଣାଯାଇଥାଏ । ଏହାର ଉତାପ ପୃଥିବୀର ଭୂପୃଷ୍ଠ ପରି ୩୦୦୦ ଡିଗ୍ରୀ ହୋଇଥାଏ । ଏହାକୁ ବନେଇବା ପାଇଁ ୮୦ ଘଣ୍ଟା ସମୟ ଲାଗିଥାଏ ।
ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ