ସାବଧାନ! ଭାରତ ଆସିବାକୁ ଯାଉଛି କ୍ୟାନ୍ସର ଭଳି ଘାତକ ରୋଗର ସୁନାମୀ, ଏନେଇ ଆମେରିକୀୟ ଡକ୍ଟର ଦେଲେ ଚେତାବନୀ, କିଭଳି ବର୍ତ୍ତିବେ ଏହି ମାରାତ୍ମକ ରୋଗରୁ ?

ଭାରତରେ କ୍ୟାନ୍ସର ସୁନାମୀ ଆସିବା ଭଳି ଚେତାବନୀ ଦେଇଛନ୍ତି ଆମେରିକାର ଓହିଓ ସ୍ଥିତ କ୍ଲିବ୍ଳାଣ୍ଡ କ୍ଲିନିକର ହେମଟୋଲୋଜି ଆଣ୍ଡ ଆଙ୍କୋଲୋଜି ବିଭାଗର ଅଧ୍ୟକ୍ଷ ଡକ୍ଟର ଯାମି ଆବ୍ରାହମ । ଅର୍ଥାତ ଆଗାମୀ ଭବିଷ୍ୟତରେ ଭାରତରେ କ୍ୟାନ୍ସରଭଳି ଘାତକ ରୋଗର ସୁନାମୀ ଆସିପାରେ । ବିଶ୍ଵ ବଜାରୀକରଣ, ବର୍ଦ୍ଧିତ ଅର୍ଥ ବ୍ୟବସ୍ଥା, ହୁ ହୁ ବଢୁଥିବା ଜନସଂଖ୍ୟା ଏବଂ ଆଧୁନିକ ସମାଜରେ ଲୋକଙ୍କ ଜୀବନଶୈଳୀ ଏହାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି ।

ତେଣୁ ଏଭଳି ବିପଦକୁ ଏଡାଇବାକୁ ହେଲେ ଭରତକୁ ଚିକିତ୍ସା ଜ୍ଞାନ କୌଶଳ ଉପରେ ଗୁରୁତ୍ଵ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଡକ୍ଟର ଯାମି କହିଛନ୍ତି, ଭାରତରେ କ୍ୟାନ୍ସର ଟୀକା, କୁତ୍ରିମ ଉପକରଣ ଓ ଡିଜିଟାଲ ଜ୍ଞାନ କୌଶଳକୁ ଉନ୍ନତ କରିବାକୁ ପଡିବ । ଗତ ମାସରେ କ୍ୟାନ୍ସର ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏହି ରିପୋର୍ଟ ମୁତାବକ ଦେଶରେ 2020 ରୁ 2022 ମଧ୍ୟରେ କ୍ୟାନ୍ସର ରୋଗୀ ଓ ଏଥିରେ ହୋଇଥିବା ମୃତ୍ୟୁ ସଂଖ୍ଯାରେ ଯଥେଷ୍ଟ ବୃଦ୍ଧି ହୋଇଛି ।

ବର୍ଷକୁ ବର୍ଷ ଭାରତରେ କ୍ୟାନର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । 2022 ରେ ଭାରତରେ 13.92 ଲକ୍ଷ କ୍ୟାନ୍ସର ରୋଗୀ ଥିବାବେଳେ 2021 ରେ ଏହି ସଂଖ୍ୟା 14.26 ଲକ୍ଷରେ ପହଞ୍ଚିଥିଲା । ସେହିପରି 2022 ରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢି 14.61 ଲକ୍ଷରେ ପହଞ୍ଚିଥିଲା । ଅନ୍ୟପଟେ ଦିନକୁଆ ଦିନ କ୍ୟାନ୍ସର ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । 2020 ରେ ଭାରତରେ କ୍ୟାନ୍ସର ଯାନ୍ତି ମୃତ୍ୟୁ ସଂଖ୍ୟା 7.70 ଲକ୍ଷ ଥିବାବେଳେ 2021 ରେ ଏହା ବୃଦ୍ଧି 7.89 ଲକ୍ଷରେ ପହଞ୍ଚିଥିଲା ।

ଆଉ 2022 ରେ ଏହି ମୃତ୍ୟୁ ସଂଖ୍ୟା 8.8 ଲକ୍ଷ ହୋଇଥିବା ଜଣାପଡିଛି । ଏକ ରିପୋର୍ଟ ମୁତାବକ କ୍ୟାନ୍ସର ରୋଗ ଓ ଏଥିରେ ମୃତ୍ୟୁ ମାମଲାରେ ଚୀନ ଏବଂ ଆମେରିକା ପରେ ତୃତୀୟ ସ୍ଥାନରେ ରହିଛି ଭାରତ । ଭାରତରେ ଅଧିକାଂଶ ପୁରୁଷଙ୍କ ଠାରେ ମୁଖ ଏବଂ ଫୁସଫୁସ କ୍ୟାନ୍ସର ଦେଖା ଯାଉଥିବା ବେଳେ ଅଧିକାଂଶ ମହିଳାଙ୍କ ଠାରେ ସ୍ତନ କର୍କଟ ଓ ଗର୍ଭାଶୟ କ୍ୟାନ୍ସର ଦେଖିବାକୁ ମିଳୁଛି । ଦେଶରେ 2018 ରେ କେବଳ ସ୍ତନ କର୍କଟରେ 87 ହଜାର ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

କ୍ୟାନ୍ସର ନାଁ ଶୁଣିବା ମାତ୍ରେ ଲୋକେ ଡରିଯାନ୍ତି ଓ ଏହା ରୋଗୀର ମନୋବଳକୁ ଦୁର୍ବଳ କରିଦିଏ । ହେଲେ ଗବେଷକ ମାନେ ମତ ପୋଷଣ କରନ୍ତି ଯେ ଜୀବନଶୈଳୀରେ ପରିବର୍ତ୍ଗ୍ଟାଁ କଲେ ଅନେକାଂଶ ମାତ୍ରାରେ କ୍ୟାନ୍ସର ଭଳି ରୋଗରୁ ମୁକ୍ତି ପାଇହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇଆକ କରନ୍ତୁ ।