ବାହା ହେବାକୁ ଆସି ମଣ୍ଡପରୁ ହିଁ ଚମ୍ପଟ ମାରିଲା ବର, ବରଣୀ ସାରିଥିବା ବେଳେ ଏମିତି କଣ ହେଲା ଯେ ଏମିତି ପ୍ରାଣ ବିକଳରେ ଧାଇଁଲା ବର ? ଦେଖନ୍ତୁ video

ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ମଜାଦାର ଭିଡିଓ ଭାଇରାଲ ହୋଇଥାଏ । ଏଥିମଧ୍ୟରୁ ବାହାଘର ସମୟର କିଛି ଭିଡିଓ ବେଶ ଲୋକପ୍ରିୟ । ଆଜି ଆମେ ଆପଣଙ୍କ ପାଇଁ ଏହିପରି ଏକ ବାହାଘର ସମୟ ଭିଡିଓ ନେଇକରି ଆସିଛୁ । ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଜଣେ ବର ବାହାଘର ଛାଡି ଏକ ବାଇକ ପଛରେ ବସି କିଭଳି ଜୀବନ ବିକଳରେ ଧାଇଁ ପଳାଇବା ଭଳି ପଳେଇ ଯାଉଛି । ଏକଦମ ବର ଭେଶରେ ସଜ ହୋଇ ବାହା ହୋଇ କନ୍ୟା ନେଇଯିବା ପାଇଁ ତ ଆସିଥିଲା ବର ।

ହେଲେ ହଠାତ ଏମିତି କଣ ହେଲା ଯେ ବର ମଣ୍ଡପରୁ ହିଁ ଦଉଡି ପଳାଇଲା ? ଏହି ଭିଡିଓରେ ଆପଣ ଦେଖିଥିବାକୁ ପାଇବେ କି ବର ପୋଷାକ, ମୁଣ୍ଡରେ ପଗଡି ଓ କୁମକୁମରେ ସଜ ହୋଇ ବିବାହ କରିବାକୁ ଆସିଥିଲା । ବର ବରଣୀ ବି ହୋଇ ସାରିଥିଲା କେବଳ ହାତଗଣ୍ଠି ପଡିବା ବାକି ଥିଲା । କିନ୍ତୁ ବିବାହ ମଣ୍ଡପରୁ ହିଁ ବର ଚମ୍ପଟ ମାରିଲା । ଆଉ ବର ସହ କନ୍ୟା ବି ଚମ୍ପଟ ମାରିଥିଲା । ଉଭୟ ବର ଓ କନ୍ୟା ବିବାହ ମଣ୍ଡପରୁ ହିଁ ବାଇକ ଯୋଗେ ଚମ୍ପଟ ମାରୁଛନ୍ତି ।

ଆପଣ ବି ଜାଣିବାକୁ ବେଶ ଉତ୍ସୁକ ହୋଇଯିବେଣୀ କି ଏମିତି କଣ ହେଲା ଯେ ଉଭୟ ବର ଓ କନ୍ୟା ବିବାହ ମଣ୍ଡପରୁ ଏମିତି ଚମ୍ପଟ ମାରିଲେ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବଶପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏହିଭଳି ଏକ ଘଟଣା । ସେହି ଅଞ୍ଚଳର ଜଣେ ନାବାଳିକାଙ୍କ ବିବାହ ନିଶ୍ଚିନ୍ତକୋଇଲି ରଘୁନାଥ ମନ୍ଦିରରେ ଆୟୋଜିତ କରା ଯାଇଥିଲା ।

ହେଲେ କ କୌଣସି ସୂତ୍ରରୁ ଏହି ଖବର ଟକ ଶିଶୁ ମଣ୍ଡଳ ଅଧିକାରୀଙ୍କ କାନରେ ପଡି ଯାଇଥିଲା ଏବନହ ସେ ସିଧା ଯାଇ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ସେମାନଙ୍କୁ ଦେଖିବା ମାତ୍ରେ ବିବାହ ମଣ୍ଡପରୁ ବାହାଘର ଭାଙ୍ଗି ପରିବାର ଲୋକଙ୍କ ସମେତ ଉଭୟ ବର ଏବଂ କନ୍ୟା ମଧ୍ୟ ସେହି ସ୍ଥାନରୁ ଚମ୍ପଟ ମାରିଥିଲେ । ସବୁଠୁ ବଡ କଥା ହେଲା ବିନା ଡକ୍ୟୁମେଣ୍ଟରେ ମନ୍ଦିରର ଟ୍ରଷ୍ଟି ବାହାଘର ପାଇଁ ବୁକିଙ୍ଗ ରସିଦ କାଟି ଦେଇଥିଲେ ।

ବାହାଘର ଚାଲିଥିବା ବେଳେ ଆଧାରକାର୍ଡ ଯାଞ୍ଚ ସମୟ ଆସିବା ବେଳକୁ ନାବାଳିକାଙ୍କ ବୟସ 18 ବର୍ଷ ହୋଇ ନଥିବା ଜଣା ପଡିଥିଲା । ସେଥିପାଇଁ ଉଭୟ ବର ଓ କନ୍ୟା ସେଠାରୁ ଫେରାର ହେବା ଦେଖିଥିବାକୁ ମିଳିଥିଲା । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।