ଲୁଣରେ କେଉଁ ଜିନିଷ ପକାଇ ରଖିଲେ ଘରୁ ଅର୍ଥ ଅଭାବ ଦୂର ହୁଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଜୀବନକୁ ସରଳ ଓ ସୁଖମୟ କରିବାକୁ ହେଲେ ଶାସ୍ତ୍ର ଲିଖିତ କିଛି ଅନୁଚିନ୍ତା ଓ ଉପାୟ ପାଳନ କରିବା ଜରୁରୀ । ଘରେ ସୋରିଷ ତେଲର ଦୀପରେ ଲବଙ୍ଗ ପକାଇ ଜଳାଇବା ଦ୍ଵାରା ଶୁଭପ୍ରଦ ହୋଇଥାଏ ଏବଂ ଘରଲୋକଙ୍କ ସ୍ୱାସ୍ଥ୍ୟ ଭଲ ରୁହେ । ଗୁରୁବାର ଦିନ ତୁଳସୀ ଗଛରେ ଜଳ ସହ କ୍ଷୀର ଅର୍ପଣ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଘରୁ ଅଶାନ୍ତି ଦୂର ହୋଇଥାଏ । ରୋଷେଇ ଘରେ ରୁଟି ତିଆରି କରିବା ପୂର୍ବରୁ ତାୱାରେ ଟିକେ କ୍ଷୀର ଛିଟା ମାରିବା ଉଚିତ, ଏହା ଶୁଭପ୍ରଦ ହେବା ସହ ଶରୀର ସୁସ୍ଥ ରୁହେ ।

ଘରେ କେବେ ଶୁଖି ଯାଇଥିବା ଫୁଲ ରଖିବା ଉଚିତ ନୁହେଁ, ଏହା ଅଶୁଭ ହେବାସହ ଜୀବନରେ ଦୁଃଖ ପ୍ରାପ୍ତ ହୁଏ । ଗୃହର ଡ୍ରଇଂ ରୁମ୍ ବା ବୈଠକ ଘରେ ସାଧୁସନ୍ଥଙ୍କ ଫଟୋ ଲଗାଇବା ଉଚିତ, ଏହା ମଙ୍ଗଳକାରୀ ହେବାସହ ସକାରାତ୍ମକ ଶକ୍ତି ବୃଦ୍ଧି ହୁଏ । ଘରେ କେବେବି ଗୋଲାକାର ଆକୃତିର ଫର୍ଣ୍ଣିଚର ରଖିବା ଉଚିତ ନୁହେଁ, ଏହା ଅଶୁଭ ହେବାସହ ଘରଲୋକଙ୍କ ମଧ୍ୟରେ ସମ୍ପର୍କ ଖରାପ ହୁଏ ।

ଘରେ କେବେବି ବଳି ପଡିଥିବା ବା ବ୍ୟବହାର ହେଉ ନଥିବା ଔଷଧ ରଖିବା ଉଚିତ ନୁହେଁ, ଏହା ଅଶୁଭ ହେବାସହ ସ୍ୱାସ୍ଥ୍ୟ ସମସ୍ଯା ସୃଷ୍ଟି କରିଥାଏ । ଘରେ କେବେବି ଭାଙ୍ଗି ଯାଇଥିବା ମୂର୍ତ୍ତି ବା ଭଙ୍ଗା ଜିନିଷ ରଖିବା ଉଚିତ ନୁହେଁ, ଏହା ଅଶୁଭ ହେବାସହ ପରିବାର ଲୋକଙ୍କ ପାଇଁ ଦୁର୍ଭାଗ୍ୟ ଆଣିଥାଏ । ସନ୍ଧ୍ୟା ସମୟରେ ଘର କେବେବି ଅନ୍ଧାର କରିବା ଉଚିତ ନୁହେଁ, ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ ।

ତେଣୁ ସୂର୍ଯ୍ୟାସ୍ତ ପୂର୍ବରୁ ଆଲୋକ ଜଳାଇବା ଦ୍ଵାରା କଲ୍ୟାଣକାରୀ ହୋଇଥାଏ । ଯଦି ଘରୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାହାରକୁ ଯିବାର ଥାଏ ତେବେ ଠାକୁରଙ୍କୁ ପୁଷ୍ପ ଅର୍ପଣ କରି ଯିବା ଦ୍ଵାରା ଶୁଭପ୍ରଦ ହୋଇଥାଏ ଏବଂ ସଙ୍କଟ ଦୂର ହୋଇଥାଏ । ଘରର ଛାତ ଉପରେ ପକ୍ଷୀଙ୍କ ପାଇଁ ଦାନା ରଖିବା ଉଚିତ ଏବଂ ପିଇବା ପାଇଁ ପାଣିର ବ୍ୟବସ୍ଥା ମଧ୍ୟ କରିବା ଉଚିତ । ଏହାସହ ଉନ୍ନତି ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

ଘରୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାହାରକୁ ଯିବାବେଳେ କିଛି ଗୁଡ ଖାଇକରି ଯିବା ଦ୍ଵାରା ଶୁଭପ୍ରଦ ହୋଇଥାଏ ଏବଂ କାର୍ଯ୍ୟରେ ସଫଳ ହେବାର ସମ୍ଭାବନା ଅଧିକ ରହିଥାଏ । ବାସ୍ତୁ ଅନୁସାରେ ଘରୁ ଅର୍ଥ ଅଭାବ ଦୂର କରିବା ପାଇଁ ହେଲେ ମନିପ୍ଳାଣ୍ଟ ଲଗାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

ଧଳା କିମ୍ବା ନୀଳ ରଙ୍ଗର ଅପରାଜିତା ଫୁଲ ଘରେ ଲଗାଇବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହେବାସହ ସମସ୍ଯା ଦୂର ହୁଏ । କଦଳୀ ଗଛ ସମୃଦ୍ଧିର ପ୍ରତୀକ ହୋଇଥାଏ, ତେଣୁ ଏହାକୁ ଘରର ଉତ୍ତର-ପୂର୍ବ ଦିଗରେ ଲଗାଇବା ଦ୍ଵାରା ଶୁଭ ଓ ମଙ୍ଗଳକାରୀ ହୋଇଥାଏ । ସୂର୍ଯ୍ୟାସ୍ତ ଉପରେ କେବେବି ଘରେ ଝାଡୁ ଲଗାଇବା ଉଚିତ ନୁହେଁ, ଏହାଦ୍ବାରା ଆର୍ଥିକ ସମସ୍ଯା ଦେଖା ଦେଇଥାଏ ।

ଘରେ ଯଦି ଅର୍ଥ ସମସ୍ଯା ବା ଅର୍ଥ ଅଭାବ ଲାଗି ରହୁଥାଏ ତେବେ ଗୋଟିଏ କାଚ ପାତ୍ରରେ କିଛି ଲୁଣ ନେଇ ତା’ ସହ ପାଞ୍ଚୋଟି ଲବଙ୍ଗ ପକାଇ ଘରର ଏକ କୋଣରେ ରଖିବା ଦ୍ଵାରା ଅଭାବ ଦୂର ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।