ନୀରଜା ଭନୋଟ ୨୨ ବର୍ଷର ଏହି ଝିଅ ଯିଏ କି ପୁରା ଦୁନିଆରେ ମଣିଷତ୍ଵର ଏକ ମିଶାଲ କାୟମ କରିଛନ୍ତି । ଏହି ଛୋଟ ଝିଅଟି ଅଳ୍ପ ବୟସରେ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ନିଜର ଜୀବନ ଦେଇ ଦେଇଥିଲେ । ନୀରଜା ଯେତେବେଳେ ନିଜର ଜୀବନ ଦେଲେ ସେ ସେତେବେଳେ ପିଲାବେଳ ଏବଂ ଯୁବତୀ ସମୟର ମଝିରେ ଥିଲେ । ଏହି ସମୟରେ ଅନ୍ୟଲୋକମାନଙ୍କ ପାଇଁ ଜୀବନ ଦେଇଦେବା ନୀରଜା ପରି କୌଣସି ସାହାସୀ ଏବଂ ବାହାଦୁର ହିଁ କରି ପାରିବେ ।
ନୀରଜା ଭନୋଟଙ୍କର ଆରମ୍ଭ ଜୀବନ –
ହରିଶ ଭନୋଟଙ୍କ ଘରେ ୭ ଡିସେମ୍ବର ୧୯୬୩ ରେ ଚଣ୍ଡିଗଢରେ ଜନ୍ମ ଗ୍ରହଣ କରିଥିଲେ ନୀରଜା ଭନୋଟ । ମାତ୍ର ୨୧ ବର୍ଷ ବୟସରେ ତାଙ୍କର ବାହାଘର ହୋଇଯାଇଥିଲା । ବୈବାହିକ ଜୀବନରେ ସମସ୍ୟା ଉପୁଜିବାରୁ ନୀରଜା ମାତ୍ର ଦୁଇ ମାସ ପରେ ନିଜର ବାପା ମାଙ୍କ ପାଖକୁ ଚାଲି ଆସିଥିଲେ । ଏହା ପରେ ସେ ପୈନ ଏମ ଏୟରଲାଇଂସ ମେଂ ଫ୍ଲାଇଟ ଅଟେଂଡେଂଟ ପାଇଁ ଆବେଦନ କରିଥିଲେ ଏବଂ ସେଥିରେ ତାଙ୍କର ସିଲେକ୍ଶନ ମଧ୍ୟ ହୋଇ ଯାଇଥିଲା ।
ଫ୍ଲାଇଟ ଅଟେଂଡେଂଟ ହେବା ପରେ ସେ ମାୟାମୀ ଚାଲି ଯାଇଥିଲେ । ସେ ସେଠି ପ୍ରଶିକ୍ଷଣ କରୁଥିଲେ ଏବଂ ସେହି ସମୟରେ ନୀରଜା ପ୍ଲେନ ଭିତରେ ଏଂଟୀ ହାଇଜୈକିଂଗ ନାମକ କୋର୍ସ ରେ ଦାଖିଲ ନେଇଥିଲେ । ଘରଲୋକମାନେ ଏହାର ବିରୋଧ କଲେ । କିନ୍ତୁ ନୀରଜା ନିଜ କାମକୁ ଛାଡିଲେ ନାହିଁ । ସେ ବିକୋ ଏବଂ ଗୋଦରେଜ ଡିଟର୍ଜେଂଟ ପାଉଡର ଭଳି ଜିନିଷ ପାଇଁ ମଧ୍ୟ ବିଜ୍ଞାପନ କରିଛନ୍ତି ।
ପୈନ ଏମ ପ୍ଲେନ ହାଇଜୈକ-
ପାକିସ୍ତାନ ର କରାଚିର ଏୟାରପୋଟେର ଅବୁ ନିଦାଲ ଗ୍ରୁପ ର ଚାରି ଜଣ ଆତଙ୍କବାଦିମାନେ ୫ ସେପ୍ଟେମବର ୧୯୮୬ ମସିହାରେ ପୈନ ଏମ ଫ୍ଲାଇଟ ୭୩ ମୁମ୍ବାଇ ରେ ନିଉୟୋର୍କ ଯାଉ ଥିଲା, ଯେଉଁ ଫ୍ଲାଇଟରେ ୩୬୧ ଜଣ ଯାତ୍ରୀ ଏବଂ ୧୯ ଫ୍ଲାଇଟ କ୍ରୁ ମେମ୍ବର ଫ୍ଲାଇଟରେ ଥିଲେ, ଏହାକୁ ଆତଙ୍କବାଦିମାନେ ହାଇଜୈକ କରିନେଲ ।
ନୀରଜା ଯେତେବେଲେ ଏହି କଥାକୁ ଫ୍ଲାଇଟର ପାଇଲଟଙ୍କୁ କହିଲେ ତେବେ ଫ୍ଲାଇଟରେ ଥିବା ତିନି ଜଣ ପାଇଲଟ ସୁରକ୍ଷିତ ପଲୟାନ କଲେ । ବର୍ତ୍ତମାନ ଫ୍ଲାଇଟରେ ଥିବା ସବୁ ଯାତ୍ରୀମାନଙ୍କର ଦାୟିତ୍ଵ ନୀରଜାଙ୍କ ଉପରେ ଆସିଗଲା । କାରଣ ନୀରଜା ଫ୍ଲାଇଟର ସୀନିୟର ଅଟେଂଡେଂଟ ଥିଲେ ।
ଆତଙ୍କବାଦିମାନେ ନିରଜାଙ୍କୁ ସମସ୍ତଙ୍କର ପାସପୋର୍ଟକୁ ଏକାଠି କରିବା ପାଇଁ କହିଲେ, ଯାହା ଦ୍ଵାରା ସେମାନେ ଜାଣିପାରିବେ କି କେଉଁ ମାନେ ଆମେରିକାର ଲୋକ ଅଟନ୍ତି । ୧୫- ୧୭ ଘଣ୍ଟା ପରେ ଆତଙ୍କବାଦୀମାନେ ପ୍ଲେନରେ ବମ ଫିଟ କରିଦେଲେ । ନୀରଜା ନିଜର ବୁଦ୍ଧି ଦ୍ଵାରା ପ୍ଲେନ ର ଆପାତକାଲୀନ ଦ୍ଵାରକୁ ଖୋଲି ଦେଲେ । ଯାହାଦ୍ୱାରା ଯାତ୍ରୀମାନେ ସୁରକ୍ଷିତ ବାହାରି ଗଲେ । ଠିକ ସେହି ସମୟରେ ସମସ୍ତଙ୍କୁ ବାହାର କରିବା ସମୟରେ ଆତଙ୍କବାଦୀମାନେ ନିରଜାଙ୍କୁ ଗୁଳି କରି ମାରିଦେଲ ।
ନିରଜାଙ୍କୁ ମିଳିଲା କେତେକ ଦେଶରୁ ପ୍ରାଇଜ –
ଭାରତ ସରକାର ଏହି ବାହାଦୁରି ପାଇଁ ନିରଜାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରିଥିଲେ । ସେଠି ପାକିସ୍ତାନ ସରକାର ‘ତମଗା ଏ ଇଂସାନିୟତର’ ଉପାଧି ଦେଲେ । ୨୦୦୫ ରେ ଆମେରିକା ନିରଜାଙ୍କୁ ଜସ୍ଟିସ ଫର କ୍ରାଇମ ଅୱାର୍ଡ ସେ ସମ୍ମାନିତ କରିଲେ । ଭାରତ ସରକାର ନିରଜାଙ୍କୁ ସମ୍ମାନ କରି ୨୦୦୪ରେ ଡାକ ଟିକେଟ ବି ଜାରି କରିଥିଲେ ।