ଭାରତର ଏହି ସହରରୁ ହେବ ଭିକାରି ସଫା, ହେବାକୁ ଯାଉଛି ଦେଶର ପ୍ରଥମ ଭିକାରି ମୁକ୍ତ ସିଟି

ଭାରତର ସବୁ ସ୍ଥାନରେ ରାସ୍ତା, ମନ୍ଦିର ଓ ଘର ଦାଣ୍ଡରେ ଆପଣଙ୍କୁ ଭିକ ମାଗୁଥିବା ଭିକାରି ମାନେ ମିଳିଯିବେ । ଆଜିକାଲି କିଛି ଲୋକ ଏହି ଭିକ ମାଗିବାକୁ ଏକ ଧନ୍ଦା କରିସାରିଛନ୍ତି । ବଡ ବଡ ସହରରେ ଏହି ସବୁ ଧନ୍ଦା ଚାଲିଛି । କାମ କରିବା ଠାରୁ ଅଧିକ ସହଜ ହେଉଛି ଭିକ ମାଗି ଟଙ୍କା କମାଇବା । ହେଲେ ଯେତେବେଳେ ଏହି ଲୋକମାନେ ଭିକ ମାଗିବା ଛାଡି ଅନ୍ୟ କୌଣସି କାମ କରିବେ ସେତେବେଳେ ଦେଶର ଆର୍ଥିକ ସ୍ଥିତି ଆହୁରି ମଝବୁତ ହେବ । ସେଥିପାଇଁ ମଧ୍ୟ ପ୍ରଦେଶର ସହର ଇନ୍ଦୋର ଭିକାରି ମୁକ୍ତ ସିଟି ହେବାର ଯୋଜନା ଚାଲିଛି ।


ଇନ୍ଦୋର ଭଲ ଖାଦ୍ୟ ପେୟ ପାଇଁ ବହୁତ ଫେମସ । ଗତ ତିନି ବର୍ଷ ହେବ ଏହି ସହର ସବୁଠାରୁ ଅଧିକ କ୍ଳିନ ସିଟି ହେବାର ଟାଇଟେଲ ହାସଲ କରିଛି । ବର୍ତ୍ତମାନ ଇନ୍ଦୋର ନିଜ ସହରକୁ ଭିକାରି ମୁକ୍ତ ସିଟି କରିବା ପାଇଁ ଯୋଜନା କରିଛି । ଇନ୍ଦୋରର ଲକ୍ଷ ହେଉଛି ଇନ୍ଦୋର ମାର୍ଚ୍ଚ ୨୦୨୧ ମଧ୍ୟରେ ଦେଶର ପ୍ରଥମ ବେଗର ଫ୍ରି ସିଟି ହେବ । ଆଶା କରାଯାଉଛି କି ଆସନ୍ତା ବର୍ଷ ଲୋକମାନେ ଇନ୍ଦୋର ର ରାସ୍ତାରେ ଭିକାରି ମାନଙ୍କୁ ଆଉ ଦେଖିପାରିବେ ନାହିଁ ।


ଏହି ସହରକୁ ଆଗକୁ ବଢେଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ଲାନିଙ୍ଗ ଆରମ୍ଭ କରିଦେଇଛନ୍ତି । ଏହି ଦାଇତ୍ଵ ପାଇଁ ଇନ୍ଦୋର ନିଗମର କମିଶନରଙ୍କୁ ନୋଡଲ ଅଧିକାରୀ ରୂପରେ ନିଯୁକ୍ତ କରାଯାଇଛି । ଇନ୍ଦୋର କଲେକ୍ଟର ଲୋକେଶ କୁମାର କହିଛନ୍ତି କି, ‘ଭିକ୍ଷାବୃତ୍ତି ଏକ ଅଭିଶାପ ଅଟେ, ସେଥିପାଇଁ ସହରର ନାଗରିକ ମାନଙ୍କୁ ଜାଗ୍ରତ କରିବା ବହୁତ ଆବଶ୍ୟକ ଅଟେ । ଭିକ ମାଗିବାକୁ ବେଶି ଗୁରୁତ୍ଵ ଦେବା ଉଚିତ ନୁହେଁ । ମାର୍ଚ୍ଚ ମାସ ସୁଧା ଏହି କାର୍ଯ୍ୟ ଯୋଜନା ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯିବ । ଆମର ଲକ୍ଷ ହେଉଛି ମାର୍ଚ୍ଚ ୨୦୨୧ ସୁଧା ଏହି ସହର ଭିକାରି ମୁକ୍ତ ହେଇଥିବ’ ।


ଲୋକେଶଙ୍କ ମତରେ, ‘ଏହି ଭିକାରି ମୁକ୍ତ ଇନ୍ଦୋର ଅଭିଯାନରେ ଯେଉଁମାନେ ବର୍ତ୍ତମାନ ଭିକ ମାଗୁଛନ୍ତି, ସେମାନଙ୍କୁ ନିଜ କ୍ଷମତା ଅନୁସାରେ ରୋଜଗାର କରିବାର ଅବସର ଉପଲବ୍ଧ କରାଯିବ । ଯାହାଫଳରେ ଭିକାରିମାନେ କାମ କରି ନିଜ ଜୀବିକା ନିର୍ବାହ କରିବେ ଓ ଭିକ ମାଗିବେ ନାହିଁ । ଇନ୍ଦୋର ସହରରେ ପାଖା ପାଖି ୪ ହଜାର ଭିକାରି ଅଛନ୍ତି । ଏହି ସବୁ ଲୋକ ଅଲଗା ଅଲଗା ଉପାୟରେ ଭିକ ମାଗନ୍ତି । ଭିକ ମାଗିବା ପାଇଁ କେତେକ ଲୋକ ବାହାର ସ୍ଥାନରୁ ମଧ୍ୟ ଆସୁଛନ୍ତି’ ।


ଭିକାରି ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଆସ ସଂଗଠନର ଡାୟରେକ୍ଟର ବସିମ ଇକବାଲଙ୍କ କୁହନ୍ତି, ‘ମୁଖ୍ୟ ରୂପରେ ଅଧିକାଂଶ ଲୋକ ଏଥିପାଇଁ ଭିକ ମାଗନ୍ତି କାରଣ ତାଙ୍କ ପାଖରେ ସରକାରର ୱେଲଫେୟାର ସ୍କିମ ପହଞ୍ଚିନଥାଏ । ସେ ଚାହାନ୍ତି କି ପିଲା ପିଲା ମାନଙ୍କୁ ଏହି ପେସାରୁ ଦୂରରେ ରଖାଯାଉ, ସେଥିପାଇଁ ସେ ଇନ୍ଦୋରର ଅଲଗା ଅଲଗା ସ୍ଥାନରେ ପାଞ୍ଚଟି ପାଠଶାଳା ଚଲାଉଛନ୍ତି । ଏଠାରେ ଭିକ ମାଗୁଥିବା ପିଲା ମାନଙ୍କୁ ପଢାଯାଏ’ ।