ମନିପ୍ଲାଣ୍ଟ ଗଛରେ କରନ୍ତୁ ଏହି ଗୋଟିଏ ଉପାୟ, ଏତେ ପଇସା ଆସିବ ଆପଣ ରଖିପାରିବେନି

ମନି ପ୍ଲାଣ୍ଟ ଗଛର ନାମରୁ ହିଁ ଜଣାପଡିଥାଏ କି ଧନର ଗଛ ବୋଲି । ଏହି ଗଛକୁ ନେଇ ବହୁତ କିଛି ଧାରଣା ଅଛି, କିଛି ଲୋକ ଏହାକୁ ଠିକ ଭାବିଥାନ୍ତି ଓ କିଛି ଲୋକ ଏହାକୁ ମିଛ କହିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କି ଏହି ଗଛ କିପରି ଆପଣଙ୍କୁ ଲାଭ ଦେଇ ପାରିବ । ବାସ୍ତୁ ଅନୁସାରେ ପ୍ରତ୍ୟେକ ଗଛର ନିଜର ଏକ ଦିଗ ଥାଏ ଓ ତା’ର ଯତ୍ନ ନେବାର ଉପାୟ ବି ଅଲଗା ହୋଇଥାଏ ।

ସେହି ହିସାବରେ ଯଦି ଆପଣ ମନି ପ୍ଳାଣ୍ଟକୁ ଭୁଲ ଦିଗରେ ରଖନ୍ତି ବା ଭୁଲ ଉପାୟରେ ତାହାର ଯତ୍ନ କରିଥାନ୍ତି ତେବେ ସେହି ଗଛ ଆମକୁ ଲାଭ ଦେବା ବଦଳରେ କ୍ଷତି ଦେଇଥାଏ । ସାଧାରଣମତଃ ଆମେ ଲୋକଙ୍କ ଠାରୁ ଶୁଣିଛୁ କି ଯେବେଠୁ ଆମେ ମନି ପ୍ଳାଣ୍ଟ ଲଗାଇଲୁ ସେବେଠୁ ଆମର କ୍ଷତି ହେଉଛି । ଯଦି ଆପଣଙ୍କ ସହିତ ବି ଏମିତି ହେଉଛି ତେବେ ଆପଣ ଆମର ଏହି ଆର୍ଟିକିଲକୁ ନିଶ୍ଚୟ ପଢନ୍ତୁ ।

ମଣିପ୍ଲାଣ୍ଟ ଧନ ଓ ସୁଖ ସମୃଦ୍ଧିର ଗଛ ଅଟେ । ମାନେ ଏହି ଗଛ ଆମକୁ ହେଲ୍ଥ ଓ ୱେଲ୍ଥ ଦୁଇଟି ଯାକ ଦେଇଥାଏ । ଏହାର କାରଣ ହେଲା ଏହି ଗଛକୁ ଦକ୍ଷିଣ ପୂର୍ବ ଦିଗରେ ଲଗା ଯାଇଥାଏ ଓ ଦକ୍ଷିଣ ପୂର୍ବ ଗଣେଶ ଓ ଶୁକ୍ରଙ୍କର ସ୍ଥାନ ଅଟେ । ଏହି କାରଣରୁ ଆମ ଘରେ ସୁଖ ସମୃଦ୍ଧି ଓ ଧନର ବର୍ଷା ହୋଇଥାଏ ।

କୁହାଯାଏ କି କଏନ କୁ ମନିପ୍ଲାଣ୍ଟ ର ଗାଙ୍ଗୁଲାରେ ରଖିବା ଦ୍ଵାରା ଏହି ଗଛ ଅଧିକ ଶୀଘ୍ର କାମ କରିଥାଏ । ଯଦି ଆପଣ ଏହି ଗଛରୁ ଅଧିକ ଲାଭ ଚାହୁଁଛନ୍ତି ତେବେ ଆପଣ ଏହି ଗଛକୁ ଉଚିତ ଦିଗରେ ଲଗାନ୍ତୁ । ତା ସହିତ ଏହାକୁ ଠିକ ଭାବରେ ପାଣି ଦିଅନ୍ତୁ ଓ ଚେଷ୍ଟା କରନ୍ତୁ କି ଏହାର ପତ୍ର କେବେ ବି ଧଳା ଓ ଶୁଖିଲା ନ ହେଉ ।

ଯଦି ଏହାର ପତ୍ର ନଷ୍ଟ ହୋଇ ଯାଇଛି ତେବେ ତାହାକୁ କାଟି ଦିଅନ୍ତୁ । ଆପଣ ମନି ପ୍ଳାଣ୍ଟ ଗାଙ୍ଗୁଲା ଭିତରେ କିଛି କଏନ ରଖିଦିଅନ୍ତୁ ଯାହା ଦ୍ଵାରା ମନି ପ୍ଲାଣ୍ଟ ଆପଣଙ୍କୁ ପଜିଟିଭ ଏନର୍ଜି ଦେବାକୁ ଲାଗିବ ।

କିଛି ଲୋକ କହିଥାନ୍ତି ଏହି ଗଛରେ ଟଙ୍କା ଫଳି ନଥାଏ ସତ କିନ୍ତୁ ଏହି ଗଛ ଆମକୁ ଏତେ ପଜିଟିଭ ଏନର୍ଜି ଦେଇଥାଏ କି ଆମ ମନରେ କାମ ପ୍ରତି ଉତ୍ସାହ ବଢିଥାଏ । ଉତ୍ସାହ ବଢିବା ଦ୍ଵାରା କାମ କରିବାର ଇଚ୍ଛା ବଢିଥାଏ ଯାହା ଦ୍ଵାରା ଆମ ପାଖକୁ ଟଙ୍କା ଓ ସୁଖ ସମୃଦ୍ଧି ଆସିଥାଏ ।